୧୦୦ ଦିନରେ ସରକାର: ସଫଳତା କମ, ଅସନ୍ତୋଷ ବେଶୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ କ୍ରମାଗତ ପଞ୍ଚମଥର ପାଇଁ କ୍ଷମତାସୀନ ବିଜେଡି ସରକାର ଗତକାଲି ୧୦୦ଦିନ ପୂରଣ କରିଛି। ତେବେ ଏହି ୧୦୦ଦିନରେ ବିଜେଡିର ନିର୍ବାଚନୀ ଇସ୍ତାହାରକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କ’ଣ ପଦକ୍ଷେପ ନେଇଛନ୍ତି ଓ ଲୋକଙ୍କ ଆସ୍ଥାଭାଜନ ହେବା ପାଇଁ କେଉଁସବୁ କ୍ଷେତ୍ରରେ ସଫଳ ହୋଇଛନ୍ତି ସେ ନେଇ ସମସ୍ତ ବିଭାଗକୁ ରିପୋର୍ଟ ମଗାଯାଇଥିବା ଜଣାପଡ଼ିଛି। ଅଗଷ୍ଟ ମାସ ଶେଷ ସପ୍ତାହରେ ରାଜ୍ୟ ସରକାର ମାଗିଥିବା ଏହି […]

naveen

naveen

Manoranjan Sial
  • Published: Saturday, 07 September 2019
  • Updated: 07 September 2019, 09:06 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ କ୍ରମାଗତ ପଞ୍ଚମଥର ପାଇଁ କ୍ଷମତାସୀନ ବିଜେଡି ସରକାର ଗତକାଲି ୧୦୦ଦିନ ପୂରଣ କରିଛି। ତେବେ ଏହି ୧୦୦ଦିନରେ ବିଜେଡିର ନିର୍ବାଚନୀ ଇସ୍ତାହାରକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କ’ଣ ପଦକ୍ଷେପ ନେଇଛନ୍ତି ଓ ଲୋକଙ୍କ ଆସ୍ଥାଭାଜନ ହେବା ପାଇଁ କେଉଁସବୁ କ୍ଷେତ୍ରରେ ସଫଳ ହୋଇଛନ୍ତି ସେ ନେଇ ସମସ୍ତ ବିଭାଗକୁ ରିପୋର୍ଟ ମଗାଯାଇଥିବା ଜଣାପଡ଼ିଛି। ଅଗଷ୍ଟ ମାସ ଶେଷ ସପ୍ତାହରେ ରାଜ୍ୟ ସରକାର ମାଗିଥିବା ଏହି ସଫଳତା ଓ ସମୀକ୍ଷା ରିପୋର୍ଟକୁ ପ୍ରାୟ ଅଧିକାଂଶ ବିଭାଗ ଦାଖଲ କରିଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ପ୍ରଥମ ୧୦୦ଦିନରେ ରାଜ୍ୟ ପ୍ରଶାସନ ଓ ପୁଲିସ ବାହିନୀକୁ ନୂଆ ମୁଖ୍ୟ ମିଳିଥିଲେ ମଧ୍ୟ ଉଭୟ ପୁଲିସ୍ ଓ ପ୍ରଶାସନ ଏପର୍ଯ୍ୟନ୍ତ ଆଖିଦୃଶିଆ ସକ୍ରିୟ ହୋଇପାରିନାହାନ୍ତି। ଅଧିକାଂଶ ବିଭାଗଗୁଡ଼ିକ ଅତିରିକ୍ତ ଦାୟିତ୍ୱରେ ଚାଲୁଥିବା ପ୍ରଶାସନିକସ୍ତରରେ ଅଚଳାବସ୍ଥା ଏବେ ବି ଜାରି ରହିଛି। ସେପଟେ ‘କାଳିଆ’ ଯୋଜନା ଓ ଖାଦ୍ୟ ସୁରକ୍ଷା ଆଇନରୁ ଅଯୋଗ୍ୟ ହିତାଧିକାରୀ ବାଦ୍ ପ୍ରକ୍ରିୟା ଚାଲିଥିବାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଥମିନଥିବାବେଳେ ନୂଆ ଟ୍ରାଫିକ୍ ନିୟମ ସରକାରଙ୍କୁ ଆକ୍ରୋଶର ଶିକାର କରାଇଲାଣି। ହିନ୍ଦୁମାନଙ୍କ ଧାର୍ମିକ ଭାବନା ସହ ଜଡ଼ିତ ପୁରୀସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ନିକଟରେ ମଠ-ମନ୍ଦିର ଭଙ୍ଗାଯିବାକୁ ନେଇ ମଧ୍ୟ ସାଧୁସନ୍ଥ ତଥା ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ଅସନ୍ତୋଷ ବ୍ୟାପିଲାଣି। ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଭଳି ପୁରୁଣା ପ୍ରସଙ୍ଗରେ ଅଫିସରଙ୍କ ନୂଆ କମିଟି ଗଠନ ପରେ ପଶ୍ଚିମ ଓଡ଼ିଶାରେ ବି ଅସନ୍ତୋଷ ଦାନା ବାନ୍ଧିଲାଣି।

ମେ’ ୨୯ତାରିଖରେ ପଞ୍ଚମ ପାଳିର ସରକାର ଶପଥ ନେବାପରେ ନିଜର ପ୍ରଥମ କ୍ୟାବିନେଟ୍ ବୈଠକରେ ସରକାର କାଳିଆ ଯୋଜନାରେ ହିତାଧିକାରୀ ସଂଖ୍ୟା ୭୫ଲକ୍ଷକୁ ବୃଦ୍ଧି ଓ ମହିଳା ଏସଏଚଜିଙ୍କୁ ୧୦୦୦କୋଟି ଟଙ୍କାର ବ୍ୟବସାୟ ସୁଯୋଗ ଭଳି ନିଆଯାଇଥିବା ନିଷ୍ପତ୍ତି ଏବେବି କାଗଜପତ୍ରରେ ସୀମିତ ରହିଛି । କାଳିଆ ଯୋଜନାର ହିତାଧିକାରୀ ସଂଖ୍ୟା ୫୦ଲକ୍ଷ ଛୁଇଁବା ପରିବର୍ତ୍ତେ ସେଥିରୁ ବହୁ ବାଦ୍ ପଡ଼ିବାରେ ଲାଗିଛନ୍ତି। ସରକାରଙ୍କ ଆଧାର ନାହିଁ ତ ଫସଲ ଋଣ ନାହିଁ ନୀତି ଯୋଗୁ ଏଥର ଋଣ ନେଉଥିବା ଚାଷୀଙ୍କ ସଂଖ୍ୟା ହ୍ରାସ ପାଇଛି। ଏପରିକି ଧାନ ବିକ୍ରି ପାଇଁ ଚାଷୀ ପଞ୍ଜିକରଣ ସଂଖ୍ୟା ଉଦବେଗଜନକ ଭାବେ କମିଛି ।
ସେହିପରି ବିଜେଡିରେ ଜିଲ୍ଲାସ୍ତରରେ ଗୋଷ୍ଠୀକନ୍ଦଳକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଥର ପୁଣିଥରେ ଛାତ୍ରସଂସଦ ନିର୍ବାଚନ ବନ୍ଦ କରିବା ଯୋଗୁ କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ୧୦୦ଦିନ ମଧ୍ୟରେ ‘ଫାଇଭ-ଟି’ କାର୍ଯ୍ୟକ୍ରମ ଉପରେ ଅଧିକ ଗୁରୁତ୍ୱ ଦେଉଥିବାବେଳେ ଗାନ୍ଧି ଜୟନ୍ତୀରୁ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ସେତେବେଳେ ଏହି କାର୍ଯ୍ୟକ୍ରମ କେତେ ସାଧାରଣ ଲୋକଙ୍କୁ ଫାଇଦା ଦେଇଛି ତାହା ଜଣାପଡ଼ିବ।

ଦୁର୍ନୀତିଗ୍ରସ୍ତ ୨୧ଜଣ କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ ଓ ୬ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ ବନ୍ଦ ଭଳି ନିଷ୍ପତ୍ତି ନେଇ ଦୁର୍ନୀତି ବିରୋଧରେ ଜିରୋ ଟଲେରାନ୍ସର ସନ୍ଦେଶ ଦେଇଛନ୍ତି। ମାତ୍ର ରାଜ୍ୟରେ ବ୍ଲକ ଓ ଅନ୍ୟ ସରକାରୀ ଅଫିସରେ ‘ପିସି’ କାରବାର ପରିମାଣ ଦିନକୁ ଦିନ ବଢ଼ିବାରେ ଲାଗିଛି ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଥିବା ସତ୍ତେ୍ୱ ଘରୋଇ ହସ୍ପିଟାଲରେ ଗରିବ ହିତାଧିକାରୀଙ୍କୁ ଏହାର ସୁଫଳ ମିଳିନଥିବାରୁ ସରକାରଙ୍କୁ ହଟହଟ୍ଟା ହେବାକୁ ପଡ଼ିଛି ତଥା ଲୋକଙ୍କ ଚାପରେ ନିଜର ଆଭିମୁଖ୍ୟକୁ କଠୋର କରିବାକୁ ମଧ୍ୟ ପଡ଼ିଛି।
ମନ୍ତ୍ରୀ ଓ ସଚିବମାନଙ୍କୁ ମାସିକିଆ ରିପୋର୍ଟ କାର୍ଡ ମଗାଯିବା ତଥା ଜିଲ୍ଲା ଗସ୍ତ କରିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ଏବେ ପ୍ରହସନରେ ପରିଣତ ହୋଇଛି । ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଏହା ଜଳଜଳ ଜଣାପଡ଼ିଛି।

ଏସବୁ ବ୍ୟତୀତ ଗତ ୧୦୦ଦିନ ମଧ୍ୟରେ ରାଜ୍ୟ ସରକାର ୨.୦୪ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରକଳ୍ପକୁ ସବୁଜ ସଙ୍କେତ ଦେବା ସହ ଚୁକ୍ତିଭିତ୍ତିକ ଡାକ୍ତରଙ୍କ ଅବସର ବୟସକୁ ୭୦ବର୍ଷକୁ ବୃଦ୍ଧି କରିଛନ୍ତି। ସରକାରୀ ଅଫିସ ସମୟରେ ପରିବର୍ତ୍ତନ, ସ୍ୱାଧୀନତା ସଂଗ୍ରାମୀଙ୍କୁ ‘ମାନ୍ୟବର’ ସମ୍ବୋଧନ ଓ ମନ୍ତ୍ରୀମାନେ ଗାର୍ଡ ଅଫ ଅନର ନେବା ଭଳି ପରମ୍ପରା ଉପରେ ଅଙ୍କୁଶ ଲଗାଇ ନିଜକୁ ‘ଲୋକଙ୍କ ସରକାର’ ବୋଲି ଦର୍ଶାଇବାକୁ ରାଜ୍ୟ ସରକାର ପ୍ରୟାସ କରିଛନ୍ତି। ତେବେ କ୍ରମାଗତ ପଞ୍ଚମ ପାଳି କ୍ଷମତାରେ ଥିବାରୁ କୌଣସି ପ୍ରସଙ୍ଗରେ ବାହାନା ଦେଖାଇ ଖସିବା ସରକାରଙ୍କ ପକ୍ଷେ ସମ୍ଭବପର ହେବନି, ସବୁପ୍ରସଙ୍ଗରେ ଉତ୍ତରଦାୟିତ୍ୱ ନେବାକୁ ବାଧ୍ୟ ହେବେ। ଲୋକଙ୍କ ଆକାଂକ୍ଷା ଅଧିକ ରହିଥିବାରୁ ଆଗାମୀ ବର୍ଷଗୁଡ଼ିକ ସରକାରଙ୍କ ପାଇଁ ଅଗ୍ନିପରୀକ୍ଷା ସଦୃଶ ପାଲଟିବ ବୋଲି ରାଜନୀତିକ ବିଶ୍ଲେଷକମାନେ ମତ ବ୍ୟକ୍ତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story