ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ୨୦୨୧ ବର୍ଷର ରିଭ୍ୟୁ ରିପୋର୍ଟ ପ୍ରକାଶ ପାଇଛି। ଏହି ରିଭ୍ୟୁ ରିପୋର୍ଟ ମୁତାବକ, ଗତ ବର୍ଷକ ମଧ୍ୟରେ ଲାଞ୍ଚ ନେଲା ବେଳେ ଶହେ ଲାଞ୍ଚୁଆ ବାବୁ ଧରା ପଡ଼ିଛନ୍ତି। ସେହିପରି ବର୍ଷକରେ ୨୬୭ଟି ଅପରାଧିକ ମାମଲାରେ ୪୭୫ ଜଣଙ୍କ ନାଁରେ କେସ୍ ରୁଜୁ ହୋଇଛି। ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀ ସରକାରୀ ଅଧତ୍କାରୀଙ୍କ ସଂଖ୍ୟା ୪୬ ରହିଛି।
୨୦୨୧ ବର୍ଷରେ ୯୨ଟି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ୧୦୭.୬୦ କୋଟି ଟଙ୍କା ଠାବ ହୋଇଛି। ଏପରିକି ଲାଞ୍ଚ ନେବାବେଳେ ୧୦୯ ଜଣ ଧରାପଡ଼ି ଗିରଫ ହୋଇଛନ୍ତି। ତେବେ ବଡ଼ କଥା ହେଉଛି ଗିରଫ ହୋଇଥିବା ୧୦୯ ଜଣଙ୍କ ମଧ୍ୟରୁ ୧୦୦ ଜଣ ସରକାରୀ ଅଫିସର୍ ରହିଛନ୍ତି।
ସେହିପରି ଟଙ୍କା ନେଇ ଯିବା ବେଳେ ରାସ୍ତାରେ ଧରାପଡ଼ିଛନ୍ତି ୧୫ ଜଣ ସରକାରୀ ବାବୁ। ଆଉ ସେମାନଙ୍କ ନିକଟରୁ ମୋଟ ୫୮.୮୪ ଲକ୍ଷ ଟଙ୍କା ଭିଜିଲାନ୍ସ ଜବତ କରିଛି। ୧୫ ଜଣ ସରକାରୀ ବାବୁଙ୍କ ମଧ୍ୟରେ ୮ ଜଣ କ୍ଲାସ୍-୧, ୪ ଜଣ କ୍ଲାସ୍-୨ ଓ ତିନିଜଣ କ୍ଲାସ୍-୩ କର୍ମଚାରୀ ରହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଅଭିନେତ୍ରୀଙ୍କୁ ଠକେଇ ମାମଲାରେ ଯାତ୍ରା ପାର୍ଟି ମାଲିକ ଗିରଫ
ଯାତ୍ରା ପାର୍ଟି ମାଲିକ ଅମରେଶ ଯେ ତାଙ୍କୁ ଠକୁଛନ୍ତି ତାହା ବୁଝିଲା ବେଳକୁ ବହୁ ବିଳମ୍ବ ହୋଇଯାଇଥିଲା।
Business
ପ୍ରାକ୍ ବଜେଟ୍ ପ୍ରସ୍ତୁତି ବୈଠକରେ ୯ଟି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଗୋପାଳପୁରରେ ସ୍ୱତନ୍ତ୍ର ଅର୍ଥନୈତିକ କରିଡର ଏବଂ ଝାରସୁଗୁଡ଼ାରେ ଇଣ୍ଡଷ୍ଟ୍ରିଆଲ ଟାଉନଶିପ୍ ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ।
Miscellaneous
ଗଞ୍ଜାମରେ ଜାନୁଆରୀ ୩ରୁ ମଣ୍ଡିରେ ଧାନ ସଂଗ୍ରହ
ଗଞ୍ଜାମ ଜିଲ୍ଲାରେ ଡିସେମ୍ବର ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ କରିବା ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା।
Crime
ଅଙ୍ଗାରଖ ଗାଁରେ ସଶସ୍ତ୍ର ଡକାୟତି ଘଟଣାରେ ୭ ଗିରଫ
ଗୋଟିଏ ଦେଶୀ ବନ୍ଧୁକ ଓ ନଗଦ ୪୬ ହଜାର ଟଙ୍କା ସହିତ ସେମାନଙ୍କଠାରୁ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି।