Advertisment

ଜଳେଶ୍ୱରରୁ ପୁରୀ ଯାଉଥିଲା, ବାଟରେ ମାଡ଼ି ବସିଲା ପୁଲିସ୍‌

ଜଳେଶ୍ୱର(ଅଜିତ ଦାସ): ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ଶହେ ଗ୍ରାମ ବ୍ରାଉନ୍‌ ସୁଗର ଜବତ ହୋଇଛି। ଏଥିସହ ଗୋଟିଏ ଇଣ୍ଡିଗୋ କାର୍‌ ଓ ନଗଦ  ୩ ଲକ୍ଷ ୧୪ ହଜାର ଟଙ୍କା ଜବତ ହୋଇଛି। ଏହି ଘଟଣାରେ ପୁଲିସ୍‌ ୩ ଜଣ ବ୍ୟବସାୟୀଙ୍କୁ ଗିରଫ କରିଛି।  ସେମାନେ ହେଲେ ପୁରୀ ଜିଲ୍ଲା କୁମ୍ଭାରପଦା ଥାନା ଅନ୍ତର୍ଗତ ନରେନ୍ଦ୍ରକଣା ଗାଁର ଶ୍ରୀଧର ନାୟକ ଓ ଲୁଟି ଦରା ଏବଂ ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ଗାଁର ଦେବାଶିଷ ମହାନ୍ତି। ଜଳେଶ୍ୱର […]

author-image
Jyoshna Pradhan
ଜଳେଶ୍ୱରରୁ ପୁରୀ ଯାଉଥିଲା, ବାଟରେ ମାଡ଼ି ବସିଲା ପୁଲିସ୍‌

car

ଜଳେଶ୍ୱର(ଅଜିତ ଦାସ): ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ଶହେ ଗ୍ରାମ ବ୍ରାଉନ୍‌ ସୁଗର ଜବତ ହୋଇଛି। ଏଥିସହ ଗୋଟିଏ ଇଣ୍ଡିଗୋ କାର୍‌ ଓ ନଗଦ  ୩ ଲକ୍ଷ ୧୪ ହଜାର ଟଙ୍କା ଜବତ ହୋଇଛି। ଏହି ଘଟଣାରେ ପୁଲିସ୍‌ ୩ ଜଣ ବ୍ୟବସାୟୀଙ୍କୁ ଗିରଫ କରିଛି।  ସେମାନେ ହେଲେ ପୁରୀ ଜିଲ୍ଲା କୁମ୍ଭାରପଦା ଥାନା ଅନ୍ତର୍ଗତ ନରେନ୍ଦ୍ରକଣା ଗାଁର ଶ୍ରୀଧର ନାୟକ ଓ ଲୁଟି ଦରା ଏବଂ ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ଗାଁର ଦେବାଶିଷ ମହାନ୍ତି।

Advertisment

ଜଳେଶ୍ୱର ଥାନା ପୁଲିସ୍ କୌଣସି ସୂତ୍ରରୁ ଖବର ପାଇ ଆଜି ଭୋରରେ ଶେଖଶରାଇ ଛକ ଠାରେ ଅଚାନକ ଚଢ଼ଉ କରି ଏହି କାର୍‌ରୁ ଶହେ ଗ୍ରାମ ବ୍ରାଉନ ସୁଗର ଜବତ କରିଥିଲା।  ଏହି ବ୍ରାଉନ ସୁଗର ଜଳେଶ୍ୱରରୁ ପୁରୀ ଯାଉଥିଲା। ଜବତ ବ୍ରାଉନ ସୁଗର ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣା ପଡ଼ିଛି। ଏଇ ଘଟଣାରେ ରାଜପୁର ଗାଁର ସେକ୍‌ ସପିଉଦିନ ଘଟଣାସ୍ଥଳରୁ ଚମ୍ପଟ ମାରି ଫେରାର ହୋଇ ଯାଇଥିବା ଜଣାପଡ଼ିଛି। ପୁଲିସ୍‌ ଏହି ଘଟଣାର ଅଧିକ ତଦନ୍ତ କରୁଛି।