୧୦୪ଟି ନୂଆ ଓଏଫଏସ୍ ପଦବୀକୁ ମଞ୍ଜୁରୀ, ଫାୟାର ସର୍ଭିସରେ ହୋମଗାର୍ଡଙ୍କ ପାଇଁ ୧୦% ସଂରକ୍ଷଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ପ୍ରଶାସନିକ ସେବା(ଓଏଏସ)ରେ ୨୨୦ଟି ନୂଆ ପଦବୀ ସୃଷ୍ଟି ପରେ ଓଡ଼ିଶା ଅର୍ଥ ସେବା(ଓଏଫଏସ)ରେ ଆଉ ୧୦୪ଟି ନୂଆ ପଦବୀ ସୃଷ୍ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଆଜି ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏବେ ଓଏଫଏସରେ ୯୧୨ଟି ପଦବୀ ଥିବାବେଳେ ଏହା ୧୦୧୬କୁ ବୃଦ୍ଧି ପାଇଛି। ସେହିପରି ଅଗ୍ନିଶମ ସେବା(ଫାୟାର ସର୍ଭିସ)ରେ ‘ସି’ ବର୍ଗରେ ସିଧାସଳଖ ନିଯୁକ୍ତି ସମୟରେ ପରୀକ୍ଷା ହେବାକୁ ଥିବା ମୋଟ ପଦବୀର ୧୦ ପ୍ରତିଶତ ପଦବୀ ଏଣିକି ଯୋଗ୍ୟ ହୋମଗାର୍ଡମାନଙ୍କ ପାଇଁ […]

Odisha Cabinet approves proposal to hike insurance, healthcare allowance of former legislators

Ordigital Desk
  • Published: Monday, 09 August 2021
  • , Updated: 10 August 2021, 12:32 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ପ୍ରଶାସନିକ ସେବା(ଓଏଏସ)ରେ ୨୨୦ଟି ନୂଆ ପଦବୀ ସୃଷ୍ଟି ପରେ ଓଡ଼ିଶା ଅର୍ଥ ସେବା(ଓଏଫଏସ)ରେ ଆଉ ୧୦୪ଟି ନୂଆ ପଦବୀ ସୃଷ୍ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଆଜି ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏବେ ଓଏଫଏସରେ ୯୧୨ଟି ପଦବୀ ଥିବାବେଳେ ଏହା ୧୦୧୬କୁ ବୃଦ୍ଧି ପାଇଛି। ସେହିପରି ଅଗ୍ନିଶମ ସେବା(ଫାୟାର ସର୍ଭିସ)ରେ ‘ସି’ ବର୍ଗରେ ସିଧାସଳଖ ନିଯୁକ୍ତି ସମୟରେ ପରୀକ୍ଷା ହେବାକୁ ଥିବା ମୋଟ ପଦବୀର ୧୦ ପ୍ରତିଶତ ପଦବୀ ଏଣିକି ଯୋଗ୍ୟ ହୋମଗାର୍ଡମାନଙ୍କ ପାଇଁ ଉଦ୍ଦିଷ୍ଟ ରହିବ।

ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆୟୋଜିତ ରାଜ୍ୟ କ୍ୟାବିନେଟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ର କହିଛନ୍ତି ଯେ, ଓଏଫଏସ କ୍ୟାଡର ପୁନର୍ଗଠନ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଏହାଦ୍ୱାରା ରାଜ୍ୟର ଆର୍ଥିକ ପ୍ରଶାସନ ଓ ଉତ୍ତରଦାୟିତ୍ୱ ଅଧିକ ସୁଦୃଢ଼ ହେବ । ଏହି ପୁନର୍ଗଠନ ପରେ ଓଏଫଏସ କ୍ୟାଡ଼ର ପଦବୀ ସଂଖ୍ୟା ୯୧୨ରୁ ୧୦୧୬କୁ ବୃଦ୍ଧି ପାଇବ । ଓଏଫଏସ ଜୁନିୟର ଗ୍ରେଡରେ ୫୮୧ଟି ପଦବୀ, ଓଏଫଏସ(ଏସଏଜି)ରେ ୭୦ଟି ଓ ଓଏଫଏସ (ଏସଏସ)ରେ ୩୧ଟି ପଦବୀ ରହିବ।

ସେହିପରି ଓଡ଼ିଶା ଅଗ୍ନିଶମ ସେବା ‘ସି) ବର୍ଗ ଅଧିକାରୀମାନଙ୍କ ନିଯୁକ୍ତି ଓ ଚାକିରି ସର୍ତ୍ତାବଳୀ-୨୦୨୧ରେ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି। ଆଗ୍ନିକ ପଦବୀ ପାଇଁ ସିଧାସଳଖ ନିଯୁକ୍ତି ପ୍ରକ୍ରିୟାରେ ୧୦୦ ନମ୍ବର ଲିଖିତ ପରୀକ୍ଷା, ଶାରୀରିକ ମାପ ଓ ଦକ୍ଷତାର ପରୀକ୍ଷା କରାଯାଇଥାଏ। ସେହି ବର୍ଗରେ ନିଯୁକ୍ତି ନିମନ୍ତେ ଶିକ୍ଷାଗତ ଯୋଗ୍ୟ ଯୁକ୍ତ ଦୁଇ ଅବା ତଦୁର୍ଦ୍ଧ୍ୱ ହୋଇଥିବାବେଳେ ହୋମଗାର୍ଡମାନଙ୍କ ପାଇଁ

୧୦ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିବ। ସହାୟକ ଆଗ୍ନିକ ପଦବୀକୁ ଇଚ୍ଛୁକ ଆଗ୍ନିକ ଓ ଆଗ୍ନିକ(ଡ୍ରାଇଭର)ଙ୍କ ମଧ୍ୟରୁ ଚୟନ କରାଯିବ।

ସେହିପରି କ୍ୟାବିନେଟ ବୈଠକରେ ଓଡ଼ିଶା ଲୋକସେବା ଆୟୋଗ ସଦସ୍ୟ ଭାବେ ଅଞ୍ଜନ କୁମାର ମାଣିକଙ୍କ ନିଯୁକ୍ତିକୁ ପିଛିଲା ଭାବେ ଅନୁମୋଦନ, ଓଡ଼ିଶା ପ୍ରାଇଭେଟ୍ ସିକ୍ୟୁରିଟି ଏଜେନ୍ସୀ ରୁଲ-୨୦୨୧, ଓଡ଼ିଶା ଫୁଡ୍ ସେଫ୍ଟି ଲ୍ୟାବ କ୍ୟାଡ଼ର(ନିଯୁକ୍ତି ଓ ସେବା ସର୍ତ୍ତାବଳୀ) ରୁଲ-୨୦୨୧, ଓଡ଼ିଶା ଜେଲ ସର୍ଭିସ(ଏ ଓ ବି ଗ୍ରେଡ୍‌) ମେଥଡ୍ ରୁଲ, ଓଡ଼ିଶା ଫାୟାର ସର୍ଭିସ (ଏ ଓ ବି ଗ୍ରେଡ୍ ) ମେଥଡ୍ ରୁଲ-୨୦୨୧କୁ ପ୍ରଣୟନକୁ ଅନୁମୋଦନ ସମେତ  ଓଡ଼ିଶା ଜିଏସଟି ଆଇନରେ ସଂଶୋଧନ ଓ ଓଡ଼ିଶା ଲେବର ସର୍ଭିସ ରୁଲ୍ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି।

Related story