Advertisment

୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ

ଭୁବନେଶ୍ୱର: ୭ ଦଫା ଦାବି ପୂରଣ ନେଇ ଦୃଢ଼ ପ୍ରତିଶ୍ରୁତି ମିଳିବା ପରେ ରବିବାର ସନ୍ଧ୍ୟାରେ ଆନ୍ଦୋଳନ ପ୍ରତ୍ୟାହାର କରି ନେଇଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ। ସେମାନେ ଆଜିଠାରୁ କାର୍ଯ୍ୟରେ ଯୋଗ ଦେବେ ବୋଲି କହିଛନ୍ତି। ଗତ ୫ ଦିନ ଧରି ସେମାନେ ଆନ୍ଦୋଳନ ଚଳାଇ ଆସିଥିବା ବେଳେ ଶେଷ ତିନି ଦିନ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଥିଲେ। ସରକାର ଏସ୍‌ମା ଲାଗୁ କରିବା ସତ୍ତ୍ୱେ ସେମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ। ତେବେ ଆଜି ଜିକିଜା କର୍ତ୍ତୃପକ୍ଷଙ୍କ […]

୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ

ambu

Advertisment

ଭୁବନେଶ୍ୱର: ୭ ଦଫା ଦାବି ପୂରଣ ନେଇ ଦୃଢ଼ ପ୍ରତିଶ୍ରୁତି ମିଳିବା ପରେ ରବିବାର ସନ୍ଧ୍ୟାରେ ଆନ୍ଦୋଳନ ପ୍ରତ୍ୟାହାର କରି ନେଇଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ। ସେମାନେ ଆଜିଠାରୁ କାର୍ଯ୍ୟରେ ଯୋଗ ଦେବେ ବୋଲି କହିଛନ୍ତି।

Advertisment

ଗତ ୫ ଦିନ ଧରି ସେମାନେ ଆନ୍ଦୋଳନ ଚଳାଇ ଆସିଥିବା ବେଳେ ଶେଷ ତିନି ଦିନ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଥିଲେ। ସରକାର ଏସ୍‌ମା ଲାଗୁ କରିବା ସତ୍ତ୍ୱେ ସେମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ। ତେବେ ଆଜି ଜିକିଜା କର୍ତ୍ତୃପକ୍ଷଙ୍କ ଆଲୋଚନା ପରେ ସଂଘ ଆନ୍ଦୋଳନ ପ୍ରତ୍ୟାହାର କରି ନେଇଛି। ୭ ଦଫା ପୂରଣ ନେଇ ସେମାନଙ୍କୁ କୌଣସି ସମୟସୀମାର ପ୍ରତିଶ୍ରୁତି ଦିଆଯାଇ ନ ଥିଲେ ହେଁ ଦୃଢ଼ ପ୍ରତିଶ୍ରୁତି ମିଳିଛି ବୋଲି ସଂଘ ପକ୍ଷରୁ କୁହାଯାଇଛି। ଏଣୁ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସେମାନେ ଆନ୍ଦୋଳନ ପ୍ରତ୍ୟାହାର କରି ନେଇଥିବା ସଂଘ କହିଛି।

ସଂଘର ରାଜ୍ୟ କାର୍ଯ୍ୟକାରୀ ସମ୍ପାଦକ ମନୋଜ ସାହୁ କହିଛନ୍ତି, “ଆଜି ଜିକିଜାଙ୍କ କୃର୍ତ୍ତପକ୍ଷଙ୍କ ସହ ଦାବି ପୂରଣ ନେଇ ସଂଘର ଆଲୋଚନା ହୋଇଥିଲା। ଏଥିରେ କର୍ତ୍ତୃପକ୍ଷଙ୍କ ପକ୍ଷରୁ ୭ ଦଫା ଦାବି ପୂରଣ ନେଇ ପ୍ରତିଶ୍ରୁତି ମିଳିଛି। କିନ୍ତୁ କେବେ ଓ କେଉଁ ତାରିଖରେ ଆମ ଦାବି ପୂରଣ ହେବ ସେ ନେଇ ସ୍ପଷ୍ଟ ହୋଇପାରିନାହିଁ। ରାଜ୍ୟବାସୀ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସଂଘ ପକ୍ଷରୁ ଆଜି ଠାରୁ କର୍ମଚାରୀମାନେ କାର୍ଯ୍ୟରେ ଯୋଗ ଦେଉଛନ୍ତି। ଆସନ୍ତାକାଲି ଠାରୁ ୧୦୮ ଆମ୍ବୁଲାନ୍ସ ସେବା ସ୍ୱାଭାବିକ ହେବ।”

Advertisment

ସରକାରଙ୍କ ପକ୍ଷରୁ ଏସମା ଲାଗୁ ସ୍ୱତ୍ତ୍ୱେ ବି ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ଆନ୍ଦୋଳନ କରିଥିଲେ। ଏସମା ଉଲ୍ଲଂଘନ ଅଭିଯୋଗରେ ଗତ ତିନିଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆନ୍ଦୋଳନରତ କର୍ମଚାରୀଙ୍କୁ ରାଜ୍ୟ ସରକାର ଅଟକ ରଖିବା ସହ କିଛି ସ୍ଥାନରେ କର୍ମଚାରୀଙ୍କୁ ଗିରଫ ମଧ୍ୟ କରାଯାଇଥିବା ଦେଖିବାକୁ ମିଳିଥିଲା।

ଘଷିପୁରା ଥାନାରେ ଆଜି ୪ ଆମ୍ୱୁଲାନ୍ସ କର୍ମଚାରୀଙ୍କୁ ପୋଲିସ୍‌ ଅଟକ ରଖିଥିବା ବେଳେ ମହାକାଳପଡ଼ା ଥାନାରେ ୧୨ ଜଣ ଆନ୍ଦୋଳନକାରୀଙ୍କ ବିରୋଧରେ ଏତଲା ଦିଆଯାଇଥିଲା। ସେହିପରି ବଲାଙ୍ଗିରରେ ୨ ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe