Advertisment

ଓଲଟି ପଡ଼ିଲା ଆମ୍ବୁଲାନ୍ସ

ନୀଳଗିରି (ବିଶ୍ୱମ୍ୱର ଦାସ): ବାଲେଶ୍ୱର ଜିଲ୍ଲା ଔପଦା ବଜାର ନିକଟ ୟୁକୋ ବ୍ୟାଙ୍କ ପାଖ ରାସ୍ତାରେ ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆମ୍ବୁଲାନ୍ସଟି ରାସ୍ତାରୁ ଖସି ଏହା କଡ଼ରେ ଥିବା ଏକ ଯୋରରେ ଓଲଟି ପଡ଼ିଛି। ଗତକାଲି ରାତିରେ ଏହି ଆମ୍ୱୁଲାନ୍ସଟି  ଔପଦା ଡାକ୍ତରଖାନାରୁ ଜଣେ ରୋଗୀଙ୍କୁ ନେଇ ଯାଇଥିଲା। ସେଠାରୁ ଫେରୁଥିବା ବେଳେ ଏହା ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏଥିରେ କେବଳ ଡ୍ରାଇଭର ଥିଲେ ଓ ଦୁର୍ଘଟଣା ପରେ ସେ ଘଟଣାସ୍ଥଳରୁ ଫେରାର […]

author-image
Jyoshna Pradhan
ଅଦ୍ୟତନ ହୋଇଛି
ଓଲଟି ପଡ଼ିଲା ଆମ୍ବୁଲାନ୍ସ

car

ନୀଳଗିରି (ବିଶ୍ୱମ୍ୱର ଦାସ): ବାଲେଶ୍ୱର ଜିଲ୍ଲା ଔପଦା ବଜାର ନିକଟ ୟୁକୋ ବ୍ୟାଙ୍କ ପାଖ ରାସ୍ତାରେ ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆମ୍ବୁଲାନ୍ସଟି ରାସ୍ତାରୁ ଖସି ଏହା କଡ଼ରେ ଥିବା ଏକ ଯୋରରେ ଓଲଟି ପଡ଼ିଛି।

Advertisment

ଗତକାଲି ରାତିରେ ଏହି ଆମ୍ୱୁଲାନ୍ସଟି  ଔପଦା ଡାକ୍ତରଖାନାରୁ ଜଣେ ରୋଗୀଙ୍କୁ ନେଇ ଯାଇଥିଲା। ସେଠାରୁ ଫେରୁଥିବା ବେଳେ ଏହା ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏଥିରେ କେବଳ ଡ୍ରାଇଭର ଥିଲେ ଓ ଦୁର୍ଘଟଣା ପରେ ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।