Advertisment

ପରୀକ୍ଷା ଦେଇ ଘରକୁ ଫେରୁଥିବା ବେଳେ ଛାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

ଅନୁଗୋଳ(ବିରଜା ଦାଶ): ମ୍ୟାଟ୍ରିକ୍‌ ପ୍ରି’ଟେଷ୍ଟ ପରୀକ୍ଷା ଦେଇ ଘରକୁ ଫେରୁଥିବା ବେଳେ ଛାତ୍ରୀଙ୍କ ଉପରେ ମାଡ଼ିଗଲା ଏକ ଟ୍ରକ୍‌। ଫଳରେ ଛାତ୍ରୀଙ୍କର ମେଡିକାଲ୍‌ରେ ମୃତ୍ୟୁ ଘଟିଛି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଅନୁଗୋଳ ଥାନା କୁମଣ୍ଡ ନିକଟରେ ଘଟିଛି। କୁମଣ୍ଡ ଗାଁର ଅରୁଣ ସାହୁଙ୍କ ଝିଅ ଆଂଚଲ ସାହୁ । କୁମଣ୍ଡ ଗାଁର ଅରୁଣ ସାହୁଙ୍କ ଝିଅ ଆଞ୍ଚଲ ଆଜି ଦଶମ ଶ୍ରେଣୀ ପ୍ରି’ଟେଷ୍ଟ ପରୀକ୍ଷା ଦେଇ ଘରକୁ ଫେରୁଥିଲେ। ବିଦ୍ୟାଳୟ ନିକଟରେ ଏକ ଟ୍ରକ […]

ପରୀକ୍ଷା ଦେଇ ଘରକୁ ଫେରୁଥିବା ବେଳେ ଛାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

10th-cless-student-death-in-truck-accident-in-angul

Advertisment

ଅନୁଗୋଳ(ବିରଜା ଦାଶ): ମ୍ୟାଟ୍ରିକ୍‌ ପ୍ରି’ଟେଷ୍ଟ ପରୀକ୍ଷା ଦେଇ ଘରକୁ ଫେରୁଥିବା ବେଳେ ଛାତ୍ରୀଙ୍କ ଉପରେ ମାଡ଼ିଗଲା ଏକ ଟ୍ରକ୍‌। ଫଳରେ ଛାତ୍ରୀଙ୍କର ମେଡିକାଲ୍‌ରେ ମୃତ୍ୟୁ ଘଟିଛି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଅନୁଗୋଳ ଥାନା କୁମଣ୍ଡ ନିକଟରେ ଘଟିଛି। କୁମଣ୍ଡ ଗାଁର ଅରୁଣ ସାହୁଙ୍କ ଝିଅ ଆଂଚଲ ସାହୁ ।

Advertisment

କୁମଣ୍ଡ ଗାଁର ଅରୁଣ ସାହୁଙ୍କ ଝିଅ ଆଞ୍ଚଲ ଆଜି ଦଶମ ଶ୍ରେଣୀ ପ୍ରି’ଟେଷ୍ଟ ପରୀକ୍ଷା ଦେଇ ଘରକୁ ଫେରୁଥିଲେ। ବିଦ୍ୟାଳୟ ନିକଟରେ ଏକ ଟ୍ରକ ତାଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଖବର ପ୍ରକାଶ ପାଇବା ପରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଭଙ୍ଗାରୁଜା କରିବା ସହିତ ଚାଳକକୁ ନିସ୍ତୁକ ମାଡ଼ ମାରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଚାଳକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି।

Advertisment

ଅନ୍ୟପକ୍ଷରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ଅନୁଗୋଳ-ଛେଣ୍ଡିପଦା ରାସ୍ତା ଅବରୋଧ କରିଥିଲେ। ଯାହାଫଳରେ ଗାଡ଼ି ଚଳାଚଳ ଏକ ପ୍ରକାର ଠପ୍‌ ହୋଇଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝୁସୁଝା କରୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe