Advertisment

ଏଡ୍‌ସକୁ ନାଁ, ଓଡ଼ିଶା ଦୌଡିଲା ଜୀବନ ମୁହାଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ପ୍ରତିବର୍ଷ ପରି ବିଶ୍ୱ ଏଡ୍‌ସ ଦିବସ ଅବସରରେ ଓଡ଼ିଶାର ନମ୍ବର ୱାନ୍‌ ନି୍ୟୁଜ୍‌ ଚ୍ୟାନାଲା ଓଟିଭି ପକ୍ଷରୁ ଆଜି ଅନୁଷ୍ଠିତ ହୋଇଯାଇଛି ମିନି ମାରାଥନ୍‌। ଓଏସ୍‌ଏପି ୭ମ ବାଟାଲିୟନ୍‌ ପଡିଆରୁ ଆରମ୍ଭ ହୋଇଥିବା ଏହି ମାରାଥନ୍‌ରେ ପ୍ରାୟ ୫ ହଜାର ଜନ ସାଧାରଣ ଯୋଗ ଦେଇଥିଲେ। ଆୟୋଜିତ ସଭାରେ ବହୁ ସିନେ ସେଲିବ୍ରିଟି ଯୋଗ ଦେଇଥିଲେ। ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଲୋକେ ଏଥିରେ ଭାଗ ନେଇଥିଲେ। ଓଟିଭିର କୋ ଫାଉଣ୍ଡର ତଥା ନିର୍ଦ୍ଦେଶିକା […]

ଅଦ୍ୟତନ ହୋଇଛି
ଏଡ୍‌ସକୁ ନାଁ, ଓଡ଼ିଶା ଦୌଡିଲା ଜୀବନ ମୁହାଁ

gg

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ପ୍ରତିବର୍ଷ ପରି ବିଶ୍ୱ ଏଡ୍‌ସ ଦିବସ ଅବସରରେ ଓଡ଼ିଶାର ନମ୍ବର ୱାନ୍‌ ନି୍ୟୁଜ୍‌ ଚ୍ୟାନାଲା ଓଟିଭି ପକ୍ଷରୁ ଆଜି ଅନୁଷ୍ଠିତ ହୋଇଯାଇଛି ମିନି ମାରାଥନ୍‌। ଓଏସ୍‌ଏପି ୭ମ ବାଟାଲିୟନ୍‌ ପଡିଆରୁ ଆରମ୍ଭ ହୋଇଥିବା ଏହି ମାରାଥନ୍‌ରେ ପ୍ରାୟ ୫ ହଜାର ଜନ ସାଧାରଣ ଯୋଗ ଦେଇଥିଲେ। ଆୟୋଜିତ ସଭାରେ ବହୁ ସିନେ ସେଲିବ୍ରିଟି ଯୋଗ ଦେଇଥିଲେ। ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଲୋକେ ଏଥିରେ ଭାଗ ନେଇଥିଲେ।

Advertisment

publive-image

ଓଟିଭିର କୋ ଫାଉଣ୍ଡର ତଥା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡାଙ୍କ ଉପସ୍ଥିତିରେ ଆୟୋଜିତ ଉତ୍ସବରେ ଏମ୍ସ ନିର୍ଦ୍ଦେଶିକା ଡକ୍ଟର ଗୀତାଞ୍ଜଳୀ ବି, ଏସ୍‌ବିଆଇ ସିଜିଏମ୍‌ ପ୍ରବୀଣା କାଲା, ଓଡିଶାର ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାସ ପ୍ରମୁଖ ଯୋଗ ଦେଇଥିଲେ। ସିନେ ସେଲିବ୍ରିଟିଙ୍କ ମଧ୍ୟରେ ଏଲିନା, ଅନୁ ଚୌଧୁରୀ, ବିଦୁସ୍ମିତା, ତମନ୍ନା, ଶିବାନୀ, ବିଷ୍ଣୁ ମୋହନ କବି ପ୍ରମୁଖ ଉପସ୍ଥିତ ଥିଲେ।

publive-image

ଏଡସ୍‌କୁ ଭୟ ନୁହେଁ ଏହା ସହ ମୁକାବିଲା କରିବା ଆବଶ୍ୟକ। ଏଣୁ ସଚେତନ ରହିଲେ ଆମେ ସୁସ୍ଥ ରହିବା ବୋଲି ବୋଲି ଅଧିକାଂଶ ମତପୋଷଣ କରିଥିଲେ। ଓଟିଭିର ଏହି ନିଆରା ସଚେତନତା ଅଭିଯାନକୁ ସମସ୍ତେ ପ୍ରଶଂସା କରିଛନ୍ତି।

Advertisment

୨୦୦୯ରେ ଓଟିଭି ପକ୍ଷରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା, ଯାହା ଆଜି ୧୦ ବର୍ଷରେ ପହଞ୍ଚିଛି।

publive-image

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe