School and Mass Education Minister Samir Dash
ରାଜ୍ୟରେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ୧୧ ହଜାର ୯୨୯ ସ୍କୁଲ ଘର। ଏସବୁ ଅସୁରକ୍ଷିତ ଶ୍ରେଣୀ ଘର ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଆଜି ବିଧାନସଭାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି। ଗ୍ରାମାଞ୍ଚଳରେ ଥିବା ବିପଦସଙ୍କୁଳ ସ୍କୁଲଗୁଡ଼ିକର ମରାମତି ପାଇଁ ପଞ୍ଚାୟତିରାଜ ବିଭାଗକୁ କୁହାଯାଇଛି। ଏହାଛଡ଼ା ବିଭିନ୍ନ ସ୍କୁଲ ନିମନ୍ତେ ମୋଟ୍ ୭୭ ହଜାର ୯୩୧ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ କରାଯିବ।
Advertisment
୨୦୨୨-୨୩ରେ ଅତିରିକ୍ତ ୩୬୮୩ ଶ୍ରେଣୀ ଗୃହ ନିର୍ମାଣ କରାଯିବ। ଏଥିମଧ୍ୟରୁ ୧୦୦୩ ସ୍କୁଲ ଘରର ମରାମତି ଚାଲିଛି। ଆଗକୁ ୪୧୯୫ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍କୁଲର ମରାମତି କରାଯିବ ବୋଲି ଗୃହରେ ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।
ସ୍କୁଲ ଭିତ୍ତିଭୂମି ଅତି ଦୟନୀୟ ଅବସ୍ଥାରେ ଥିବା ନେଇ ବିରୋଧୀ ଦଳମାନେ ଅଭିଯୋଗ କରୁଥିବା ବେଳେ ଗଣଶିକ୍ଷା ମନ୍ତ୍ରୀଙ୍କ ଉତ୍ତର ସରକାରୀ ସ୍କୁଲର ଦୁରାବସ୍ଥା ଓ ଅବହେଳା ସ୍ଥିତିକୁ ପଦାରେ ପକାଇଛି। ବିପଦସଙ୍କୁଳ ସ୍କୁଲ ଘରେ ଏବେ ବି ପିଲା ପାଠପଢ଼ୁଥିବା ମନ୍ତ୍ରୀଙ୍କ ଉତ୍ତରରୁ ଜଣାପଡ଼ିଛି। ଏହାଛଡ଼ା ସ୍କୁଲ ମରାମତି ନିମନ୍ତେ ଛାତ୍ରଛାତ୍ରୀଙ୍କୁ ଆହୁରି ଅପେକ୍ଷା କରିବାକୁ ପଡ଼ିବ ବୋଲି ମଧ୍ୟ ଏଥିରୁ ସୂଚନା ମିଳିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
