Advertisment

ପ୍ରାର୍ଥିପତ୍ର ପ୍ରତ୍ୟାହାର କଲେ ବିଜେପି ଓ ବିଜେଡିର ବିଦ୍ରୋହୀ ପ୍ରାର୍ଥୀ, ମଇଦାନରେ ୧୧ର ପ୍ରାର୍ଥୀ

ଝାରସୁଗୁଡ଼ା (ଓଡ଼ିଶା ରିପୋର୍ଟର): ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଆଜି ଥିଲା ଶେଷ ଦିବସ। ଆଉ ଶେଷ ଦିନରେ ତିନି ଜଣ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେଇଛନ୍ତି। ଏହା ସହିତ ପ୍ରକାଶ ପାଇଛି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା। ଏହି ଉପନିର୍ବାଚନରେ ଏବେ ୧୧ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ହେବ ଲଢ଼େଇ। ଯେଉଁ ତିନି ଜଣ ସେମାନଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେଲେ, ସେମାନଙ୍କ ମଧ୍ୟରେ ଅଛନ୍ତି ବିଜେଡି ଓ ବିଜେପିର ବିଦ୍ରୋହୀ ପ୍ରାର୍ଥୀ। […]

author-image
Jitendra Garnayak
ପ୍ରାର୍ଥିପତ୍ର ପ୍ରତ୍ୟାହାର କଲେ ବିଜେପି ଓ ବିଜେଡିର ବିଦ୍ରୋହୀ ପ୍ରାର୍ଥୀ, ମଇଦାନରେ ୧୧ର ପ୍ରାର୍ଥୀ

politicians

ଝାରସୁଗୁଡ଼ା (ଓଡ଼ିଶା ରିପୋର୍ଟର): ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଆଜି ଥିଲା ଶେଷ ଦିବସ। ଆଉ ଶେଷ ଦିନରେ ତିନି ଜଣ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେଇଛନ୍ତି। ଏହା ସହିତ ପ୍ରକାଶ ପାଇଛି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା। ଏହି ଉପନିର୍ବାଚନରେ ଏବେ ୧୧ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ହେବ ଲଢ଼େଇ।

Advertisment

ଯେଉଁ ତିନି ଜଣ ସେମାନଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେଲେ, ସେମାନଙ୍କ ମଧ୍ୟରେ ଅଛନ୍ତି ବିଜେଡି ଓ ବିଜେପିର ବିଦ୍ରୋହୀ ପ୍ରାର୍ଥୀ। ସେମାନେ ହେଉଛନ୍ତି ପାର୍ବତୀ ବେହେରା ଓ ତପନ ସ୍ୱାଇଁ। ସେହିପରି ଓଡ଼ିଶା ଜନତା ପାର୍ଟିର ମନୋଜ ପ୍ରଧାନ ମଧ୍ୟ ତାଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେଇଛନ୍ତି।

ଏବେ ମଇଦାନରେ ରହିଥିବା ପ୍ରାର୍ଥୀମାନଙ୍କ ମଧ୍ୟରେ ଅଛନ୍ତି, ବିଜେଡିର ଅଳକା ମହାନ୍ତି, ବିଜେପିର ରାଧାରାଣୀ ପଣ୍ଡା, କଂଗ୍ରେସର କିଶୋର ପଟେଲ, ସିପିଆଇର ରମେଶ କୁମାର ତ୍ରିପାଠୀ, ହିନ୍ଦୁସ୍ତାନ ନିର୍ମାଣ ଦଳର ବିଜୟ କୁମାର ଜାଳାନ, ଆଦିତ୍ୟ ପ୍ରଧାନ ଓ ଦୀନବନ୍ଧୁ ବିଶ୍ୱାଳ ପ୍ରମୁଖ।

Advertisment

ମେ’ ୩୧ ତାରିଖରେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ୍ ପଡ଼ିବ ଓ ଏସବୁ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଜୁନ୍ ୩ ତାରିଖରେ ଭୋଟ୍ ଗଣତି ହେବ।

Brajrajnagar By-election