Advertisment

କଟକ ବଡ଼ ମେଡିକାଲରୁ ୧୧ କରୋନା ଆକ୍ରାନ୍ତ ଚିହ୍ନଟ

କଟକ(ଓଡ଼ିଶା ରିପୋର୍ଟର):  କଟକ ବଡ଼ ମେଡିକାଲ  ଓ ଶିଶୁ ଭବନରୁ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏସ୍‌ସିବି ମେଡିକାଲରୁ ଗତକାଲି ୧୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି କଟକ ଶିଶୁ ଭବନରୁ ମଧ୍ୟ ଗୋଟିଏ ନୂଆ କୋଭିଡ୍ କେସ୍ ସାମ୍ନାକୁ ଆସିଛି।  ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ କରୋନା କେସ୍ ସାମ୍ନାକୁ ଆସିଲା ପରେ ମେଡିକାଲକୁ ସାନିଟାଇଜ୍ କରାଯାଇଛି। ସୂଚନାଯୋଗ୍ୟ, ଗତକାଲି ଆଚାର୍ଯ୍ୟ ହରିହର କ୍ୟାନସର ହସ୍‌ପିଟାଲ୍‌ରୁ ପୁଣି ୩୮ […]

author-image
Jyoshna Pradhan
ଅଦ୍ୟତନ ହୋଇଛି
କଟକ ବଡ଼ ମେଡିକାଲରୁ ୧୧ କରୋନା ଆକ୍ରାନ୍ତ ଚିହ୍ନଟ

scb-1..

କଟକ(ଓଡ଼ିଶା ରିପୋର୍ଟର):  କଟକ ବଡ଼ ମେଡିକାଲ  ଓ ଶିଶୁ ଭବନରୁ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏସ୍‌ସିବି ମେଡିକାଲରୁ ଗତକାଲି ୧୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି କଟକ ଶିଶୁ ଭବନରୁ ମଧ୍ୟ ଗୋଟିଏ ନୂଆ କୋଭିଡ୍ କେସ୍ ସାମ୍ନାକୁ ଆସିଛି।  ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ କରୋନା କେସ୍ ସାମ୍ନାକୁ ଆସିଲା ପରେ ମେଡିକାଲକୁ ସାନିଟାଇଜ୍ କରାଯାଇଛି।

Advertisment

ସୂଚନାଯୋଗ୍ୟ, ଗତକାଲି ଆଚାର୍ଯ୍ୟ ହରିହର କ୍ୟାନସର ହସ୍‌ପିଟାଲ୍‌ରୁ ପୁଣି ୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।