Advertisment

ପୁଣି ଆସୁଛି ବର୍ଷା, ୧୧ ଜିଲ୍ଲାରେ ବର୍ଷିବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ହେବ ବର୍ଷା। ଜାନୁଆରୀ ୧୦ ତାରିଖରେ ରାଜ୍ୟର ୧୧ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ସ୍ଥିତ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏହି ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁଯାୟୀ, ୧୦ ତାରିଖରେ ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, ସୋନପୁର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼ ଓ କେନ୍ଦୁଝରରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ କହିବା ଅନୁଯାୟୀ, ଜାନୁଆରୀ […]

ଗଞ୍ଜାମରୁ କେନ୍ଦ୍ରାପଡ଼ା ହୋଇଛି ପ୍ରବଳରୁ ଅତି ପ୍ରବଳ ବର୍ଷା, ଅଧିକ ଛେଚିଛି ଖଲ୍ଲିକୋଟରେ

Rain

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ହେବ ବର୍ଷା। ଜାନୁଆରୀ ୧୦ ତାରିଖରେ ରାଜ୍ୟର ୧୧ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ସ୍ଥିତ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏହି ସୂଚନା ଦେଇଛନ୍ତି।

Advertisment

ତାଙ୍କ ସୂଚନା ଅନୁଯାୟୀ, ୧୦ ତାରିଖରେ ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, ସୋନପୁର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼ ଓ କେନ୍ଦୁଝରରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ।

ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ କହିବା ଅନୁଯାୟୀ, ଜାନୁଆରୀ ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାକ ଶୁଖିଲା ରହିବ। ତେବେ ୧୦ ତାରିଖରେ ବିଶେଷ କରି ପଶ୍ଚିମ ଓଡ଼ିଶାର ଜିଲ୍ଲା ଗୁଡ଼ିକ ସହିତ କେନ୍ଦୁଝର ଓ ନବରଙ୍ଗପୁର ଜିଲ୍ଲାରେ ବର୍ଷା ହେବ।

Advertisment

ସୂଚନାଯୋଗ୍ୟ, ଏବେ ରାଜ୍ୟରେ ଶୀତର ଲହର ଚାଲିଛି। ଅନେକ ସ୍ଥାନରେ କୁହୁଡ଼ି ମଧ୍ୟ ପଡ଼ୁଛି। ଆଜି ସୋନପୁର ଓ ଫୁଲବାଣୀରେ ଘନ କୁହୁଡ଼ି ଅନୁଭୂତ ହୋଇଥିଲା। ସୋନପୁରରେ ୫୦ ମିଟର ପରେ ଆଉ କିଛି ଦେଖାଯାଉ ନଥିଲା। ସେହିପରି ଫୁଲବାଣୀରେ ଦୃଶ୍ୟମାନ ଦୂରତା ୧୫୦ ମିଟର ରହିଥିଲା।

Weather Report
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe