Advertisment

ଅଶାନ୍ତ ସମୁଦ୍ରରୁ ୧୧ ମତ୍ସ୍ୟଜୀବୀ ଉଦ୍ଧାର

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ବାତ୍ୟା ‘ଅସାନି’ ବଙ୍ଗୋପସାଗରରେ ଭୀଷଣ ରୂପ ନେଇ ଓଡ଼ିଶା ଉପକୂଳ ଆଡ଼କୁ ଆସୁଥିବା ବେଳେ ସମୁଦ୍ର ଅଶାନ୍ତ ରହିଛି। ଆଉ ଏହି ଅଶାନ୍ତ ସମୁଦ୍ରରେ ଆଜି ଫସି ଯାଇଥିଲେ ୧୧ ଜଣ ମତ୍ସ୍ୟଜୀବୀ। ଗଞ୍ଜାମ ଜିଲ୍ଲା ସୁନାପୁର ନିକଟରେ ସେମାନେ ସମୁଦ୍ରରେ ଫସିଥିବା ବେଳେ ସେମାନଙ୍କୁ ହେଲିକପ୍ଟର ସାହାଯ୍ୟରେ ଉଦ୍ଧାର କରିଛି ତଟରକ୍ଷୀ ବାହିନୀ। ଉଦ୍ଧାର ହୋଇଥିବା ମତ୍ସ୍ୟଜୀବୀମାନେ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ ମାର୍କଣ୍ଡୀ ଗ୍ରାମ ପଞ୍ଚାୟତର। ସେମାନେ ଡଙ୍ଗା କିଣିବା […]

ଅଦ୍ୟତନ ହୋଇଛି
ଅଶାନ୍ତ ସମୁଦ୍ରରୁ ୧୧ ମତ୍ସ୍ୟଜୀବୀ ଉଦ୍ଧାର

sea

Advertisment

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ବାତ୍ୟା ‘ଅସାନି’ ବଙ୍ଗୋପସାଗରରେ ଭୀଷଣ ରୂପ ନେଇ ଓଡ଼ିଶା ଉପକୂଳ ଆଡ଼କୁ ଆସୁଥିବା ବେଳେ ସମୁଦ୍ର ଅଶାନ୍ତ ରହିଛି। ଆଉ ଏହି ଅଶାନ୍ତ ସମୁଦ୍ରରେ ଆଜି ଫସି ଯାଇଥିଲେ ୧୧ ଜଣ ମତ୍ସ୍ୟଜୀବୀ। ଗଞ୍ଜାମ ଜିଲ୍ଲା ସୁନାପୁର ନିକଟରେ ସେମାନେ ସମୁଦ୍ରରେ ଫସିଥିବା ବେଳେ ସେମାନଙ୍କୁ ହେଲିକପ୍ଟର ସାହାଯ୍ୟରେ ଉଦ୍ଧାର କରିଛି ତଟରକ୍ଷୀ ବାହିନୀ।

Advertisment

ଉଦ୍ଧାର ହୋଇଥିବା ମତ୍ସ୍ୟଜୀବୀମାନେ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ ମାର୍କଣ୍ଡୀ ଗ୍ରାମ ପଞ୍ଚାୟତର। ସେମାନେ ଡଙ୍ଗା କିଣିବା ପାଇଁ ଆନ୍ଧ୍ର ପ୍ରଦେଶ ଯାଇଥିଲେ। ସେଠାରୁ ଫେରିବା ବେଳେ ଅଶାନ୍ତ ସମୁଦ୍ର ମଧ୍ୟରେ ସେମାନଙ୍କ ଡଙ୍ଗାରେ ଦେଖାଯାଇଥିଲା ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା। ଆଉ ସେମାନେ ସେଠାରେ ଫସି ଯାଇଥିଲେ। ଏନେଇ ସେମାନେ ମାର୍କଣ୍ଡୀ ସରପଞ୍ଚଙ୍କୁ ମୋବାଇଲ୍ ଫୋନ୍‌ରେ ଯୋଗାଯୋଗ କରିଥିଲେ। ତା’ପରେ ପ୍ରଶାସନର ସହାୟତା ନିଆଯାଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରଙ୍କୁ ଏ ବିଷୟରେ ଅବଗତ କରାଯାଇଥିଲା। ଏହା ପରେ ତଟରକ୍ଷୀ ବାହିନୀଙ୍କ ସାହାଯ୍ୟ ନିଆଯାଇଥିଲା ଓ ସମସ୍ତ ୧୧ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଥିଲା।

ବ୍ରହ୍ମପୁର ଉପଜିଲ୍ଲାପାଳ ଭି. କିର୍ତ୍ତୀଭାସନ କହିଛନ୍ତି, ମତ୍ସ୍ୟଜୀବୀମାନେ ଫସି ରହିଥିବା ନେଇ ଅପରାହ୍ଣ ସାଢ଼େ ୨ଟାରୁ ୩ଟା ଭିତରେ ଖବର ପାଇଥିଲୁ। ଘଟଣା ସଂପର୍କରେ ସ୍ୱତନ୍ତ୍ର ରିଲିଫ୍ କମିଶନ (ଏସ୍‌ଆର୍‌ସି) ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅବଗତ କରାଯାଇଥିଲା। ଏସ୍‌ଆର୍‌ସି ଅଫିସ୍ ତଟରକ୍ଷୀ ବାହିନୀ ସହିତ ଯୋଗାଯୋଗ କରିଥିଲା। ତଟରକ୍ଷୀ ବାହିନୀ ପକ୍ଷରୁ ପ୍ରଥମେ ସମୁଦ୍ର ପଥରେ ଯାଇ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବାକୁ ପ୍ରୟାସ କରାଯାଇଥିଲା। ତେବେ ସମୁଦ୍ର ଅଶାନ୍ତ ଥିବାରୁ ସେମାନେ ହେଲିକପ୍ଟର ଯୋଗେ ଏୟାରଲିଫ୍ଟ କରିବାକୁ ନିଷ୍ପତ୍ତି ନେଇଥିଲେ। ସାଢ଼େ ୫ଟା ପାଖାପାଖି ଏଠାରେ ହେଲିକପ୍ଟର ପହଞ୍ଚିବା ପରେ ଘଣ୍ଟାଏରୁ କମ୍ ସମୟ ମଧ୍ୟରେ ସମସ୍ତ ୧୧ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଥିଲା।

Advertisment

ଉପଜିଲ୍ଲାପାଳ କହିଛନ୍ତି, ସମୁଦ୍ରକୂଳରୁ ପ୍ରାୟ ୪-୫ କିଲୋମିଟର ଦୂରରେ ମତ୍ସ୍ୟଜୀବୀମାନେ ଫସି ଯାଇଥିଲେ। ସେମାନେ ବି ବହୁତ ଚେଷ୍ଟା କରିଥିଲେ କୂଳକୁ ଆସିବାକୁ। କିନ୍ତୁ ସମୁଦ୍ର ଅଧିକ ଅଶାନ୍ତ ରହିଥିବାରୁ ସେମାନେ ବିଫଳ ହୋଇଥିଲେ। ଉଦ୍ଧାର ମତ୍ସ୍ୟଜୀବୀମାନଙ୍କର କେଲୁଆପାଲି ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe