Advertisment

ଅଫୁଟା ବାଣରେ ନିଆଁ ଲଗାଇବା ବେଳେ ଫୁଟି ବାଳକ ଗୁରୁତର

କାମାକ୍ଷାନଗର(ବିଦ୍ୟାଧର ବରାଳ): ଅଫୁଟା ବାଣରେ ନିଆଁ ଲଗାଇବା ବେଳେ ବିସ୍ଫୋରଣ ହେବାରୁ ଜଣେ ୧୧ ବର୍ଷର ବାଳକ ଗୁରୁତର ହୋଇଛି।  ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ବାଇସିଙ୍ଗା ଗାଁରେ। ପିଲାଟିକୁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ପିଲାଟିର ନାଁ ସୁବାଷ ନାୟକ। ଦଶହରାରେ ରାବଣ ପୋଡ଼ି ହୋଇଥିଲା। ରାବଣ ଦେହରେ ଲଗାଯାଇଥିବା କିଛି ବାଣ ଫୁଟି ନଥିଲା। ତା’ପର ଦିନ ଅର୍ଥାତ  ଶୁକ୍ରବାର ଦିନ ସୁବାଷ  ନିଜ ସାଙ୍ଗମାନଙ୍କ ଠାରୁ […]

ଅଦ୍ୟତନ ହୋଇଛି
ହାତରେ ଫୁଟିଲା ଅଫୁଟା ବାଣ, ୪ ନାବାଳକ ଗୁରୁତର

Blast

Advertisment

କାମାକ୍ଷାନଗର(ବିଦ୍ୟାଧର ବରାଳ): ଅଫୁଟା ବାଣରେ ନିଆଁ ଲଗାଇବା ବେଳେ ବିସ୍ଫୋରଣ ହେବାରୁ ଜଣେ ୧୧ ବର୍ଷର ବାଳକ ଗୁରୁତର ହୋଇଛି।  ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ବାଇସିଙ୍ଗା ଗାଁରେ। ପିଲାଟିକୁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ପିଲାଟିର ନାଁ ସୁବାଷ ନାୟକ।

Advertisment

ଦଶହରାରେ ରାବଣ ପୋଡ଼ି ହୋଇଥିଲା। ରାବଣ ଦେହରେ ଲଗାଯାଇଥିବା କିଛି ବାଣ ଫୁଟି ନଥିଲା। ତା’ପର ଦିନ ଅର୍ଥାତ  ଶୁକ୍ରବାର ଦିନ ସୁବାଷ  ନିଜ ସାଙ୍ଗମାନଙ୍କ ଠାରୁ ରାବଣପୋଡିରେ ବ୍ୟବହାର କରାଯାଇଥିବା ଅଫୁଟା ବାଣ ଆଣି ଘର ସାମ୍ନାରେ ଫୁଟାଉଥିଲା। ହଠାତ୍ ବାଣ ଫୁଟିଯିବାରୁ ପିଲାଟି ଗୁରୁତର ହୋଇ ପଡିଥିଲା। ତାକୁ ପରିବାରଲୋକେ ଗୁରୁତର ଅବସ୍ଥାରେ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଏବେ ସୁବାଷ ସେଠାରେ ଚିକିତ୍ସାଧୀନ ଅଛି। ସୁବାଷ ଶରୀରର ପ୍ରାୟ ଅନେକ ଅଂଶ ନିଆଁ ଲାଗିବା ଯୋଗୁ ପୋଡି ଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe