Advertisment

୧୧ଟି ସହରରେ ପାରଦ ୪୦ ଉପରକୁ ଉଠିଲା, ଝାରସୁଗୁଡ଼ାରେ ସର୍ବାଧିକ ୪୪ ଡିଗ୍ରୀ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଆଜି ୧୧ଟି ସହରର ତାପମାତ୍ର ୪୦ ଡିଗ୍ରୀ ଟପି ଯାଇଥିଲା। ସର୍ବାଧିକ ତାପମାତ୍ରା ରହିଥିଲା ଝାରସୁଗୁଡ଼ାରେ। ଏଠାରେ ପାରଦ ୪୪ ଡିଗ୍ରୀ ଛୁଇଁ ଯାଇଥିଲା। ସମ୍ବଲପୁରରେ ତାପମାତ୍ର ରହିଥିଲା ୪୨.୫ ଡିଗ୍ରୀ। ସେହିପରି ଟିଟିଲାଗଡ଼ ଓ ଚାନ୍ଦବାଲିରେ ତାପମାତ୍ରା ଯଥାକ୍ରମେ ୪୧.୫ ଓ ୪୦.୨ ଡିଗ୍ରୀ ରହିଥିଲା। ଅନ୍ୟପକ୍ଷରେ କଟକ ଓ ଭୁବନେଶ୍ୱରରେ ତାପମାତ୍ରା ୪୦ ଡିଗ୍ରୀ ତଳକୁ ରହିଥିଲା। କଟକରେ ତାପମାତ୍ରା ୩୮.୦ ରହିଥିବା ବେଳେ ଭୁବନେଶ୍ୱରରେ […]

୧୧ଟି ସହରରେ ପାରଦ ୪୦ ଉପରକୁ ଉଠିଲା, ଝାରସୁଗୁଡ଼ାରେ ସର୍ବାଧିକ ୪୪ ଡିଗ୍ରୀ

heat

Advertisment

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଆଜି ୧୧ଟି ସହରର ତାପମାତ୍ର ୪୦ ଡିଗ୍ରୀ ଟପି ଯାଇଥିଲା। ସର୍ବାଧିକ ତାପମାତ୍ରା ରହିଥିଲା ଝାରସୁଗୁଡ଼ାରେ। ଏଠାରେ ପାରଦ ୪୪ ଡିଗ୍ରୀ ଛୁଇଁ ଯାଇଥିଲା। ସମ୍ବଲପୁରରେ ତାପମାତ୍ର ରହିଥିଲା ୪୨.୫ ଡିଗ୍ରୀ। ସେହିପରି ଟିଟିଲାଗଡ଼ ଓ ଚାନ୍ଦବାଲିରେ ତାପମାତ୍ରା ଯଥାକ୍ରମେ ୪୧.୫ ଓ ୪୦.୨ ଡିଗ୍ରୀ ରହିଥିଲା।

Advertisment

ଅନ୍ୟପକ୍ଷରେ କଟକ ଓ ଭୁବନେଶ୍ୱରରେ ତାପମାତ୍ରା ୪୦ ଡିଗ୍ରୀ ତଳକୁ ରହିଥିଲା। କଟକରେ ତାପମାତ୍ରା ୩୮.୦ ରହିଥିବା ବେଳେ ଭୁବନେଶ୍ୱରରେ ତାପମାତ୍ରା ୩୯.୨ ଡିଗ୍ରୀ ରହିଥିଲା। ପୁରୀର ତାପମାତ୍ରା ୩୪.୨ ଡିଗ୍ରୀ ରହିଥିଲା।

ସେହିପରି ଫୁଲବାଣୀରେ ତାପମାତ୍ରା ୩୯.୫ ଡିଗ୍ରୀ, ବାଲେଶ୍ୱରରେ ୩୭.୨, ପାରାଦୀପରେ ୩୨.୨, କୋରାପୁଟରେ ୩୫.୦ ଓ ମାଲକାନଗିରିରେ ୩୯.୦ ଡିଗ୍ରୀ ରହିଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe