Advertisment

ସମ୍ବିଧାନ ବଞ୍ଚାଅ ସଂଘର୍ଷ ସମିତିର ଭାରତ ବନ୍ଦ ଡାକରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମ୍ବିଧାନ ବଞ୍ଚାଅ ସଂଘର୍ଷ ସମିତି ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି। ଦଳିତ, ଅନ୍ୟାନ୍ୟ ପଛୁଆବର୍ଗ, ଆଦିବାସୀ ଓ ସଂଖ୍ୟାଲଘୁ ସଂପ୍ରଦାୟର ଲୋକଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରି ଏହି ବନ୍ଦ ପାଳନ ହେଉଛି। ବନ୍ଦ ଡାକରାକୁ ସମର୍ଥନ କରି ମାଲକାନଗିରି ଜିଲ୍ଲାରେ ବନ୍ଦ ପାଳନ ହୋଇଛି। ବନ୍ଦ ଡାକରା ପ୍ରଭାବରେ ସାଧାରଣ ଜୀବନଯାତ୍ରା ଠପ୍ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ବନ୍ଦ ପାଳନ କରାଯାଉଛି।  ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀମାନେ ଟାୟାର ଜାଳି […]

author-image
Rajalaxmi Sahu
ଅଦ୍ୟତନ ହୋଇଛି
ସମ୍ବିଧାନ ବଞ୍ଚାଅ ସଂଘର୍ଷ ସମିତିର ଭାରତ ବନ୍ଦ ଡାକରା

bharat-bandh

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମ୍ବିଧାନ ବଞ୍ଚାଅ ସଂଘର୍ଷ ସମିତି ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି। ଦଳିତ, ଅନ୍ୟାନ୍ୟ ପଛୁଆବର୍ଗ, ଆଦିବାସୀ ଓ ସଂଖ୍ୟାଲଘୁ ସଂପ୍ରଦାୟର ଲୋକଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରି ଏହି ବନ୍ଦ ପାଳନ ହେଉଛି।

Advertisment

ବନ୍ଦ ଡାକରାକୁ ସମର୍ଥନ କରି ମାଲକାନଗିରି ଜିଲ୍ଲାରେ ବନ୍ଦ ପାଳନ ହୋଇଛି। ବନ୍ଦ ଡାକରା ପ୍ରଭାବରେ ସାଧାରଣ ଜୀବନଯାତ୍ରା ଠପ୍ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ବନ୍ଦ ପାଳନ କରାଯାଉଛି।  ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଥିବା ବେଳେ ଦୋକାନବଜାର ମଧ୍ୟ ବନ୍ଦ ରହିଛି।

ବଲାଙ୍ଗିରରେ ବି ବନ୍ଦ ପାଳନ କରାଯାଇଛି। ସମ୍ବିଧାନ ବଞ୍ଚାଅ ସଂଘର୍ଷ ସମିତିର କର୍ମକର୍ତ୍ତା ପିକେଟିଂ କରି ଦୋକାନ ବଜାର ବନ୍ଦ କରିଛନ୍ତି। ବଲାଙ୍ଗିର-ଟିଟିଲାଗଡ଼ ରାସ୍ତାର ଦେଓଗାଁରେ ଆନ୍ଦୋଳନକାରୀମାନେ ରାସ୍ତା ରୋକ କରିଛନ୍ତି। ଫଳରେ ଶହ ଶହ ଗାଡ଼ି ୨୬ ନମ୍ବର ଜାତୀୟ ରାଜପଥରେ ଅଟକି ରହିଛି।

Advertisment

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ବନ୍ଦ ପାଳନ ବେଳେ ସମିତିର ସଦସ୍ୟ ଓ କିଛି ବ୍ୟବସାୟୀଙ୍କ ମଧ୍ୟରେ ମାର୍‌ପିଟ୍‌ ହୋଇଥିବା ମଧ୍ୟ ଖବର ଆସିଛି।