ବିଜେପିର ୧୨ ଘଣ୍ଟିଆ ଭୁବନ ବନ୍ଦ

କାମାକ୍ଷାନଗର (ରାକେଶ ଦେହୁରୀ): ୮ ଦଫା ଦାବି ନେଇ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ ଭୁବନ ବନ୍ଦ ଡାକରା ଦିଆଯାଇଛି। ଫଳରେ ଅଞ୍ଚଳରେ ଜନଜୀବନ ଠପ୍‌ ହୋଇଯାଇଛି। ସକାଳୁ କୌଣସି ଦୋକାନବଜାର ଖୋଳି ନଥିବା ବେଳେ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ବିଜେପି କର୍ମୀମାନେ ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରି ରଖିଥିବାରୁ ଗାଡ଼ ଚଳାଚଳ ଠପ୍‌ ହୋଇଯାଇଛି। ରାଜପଥର ଦୁଇ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛନ୍ତି। ଦଳ ପକ୍ଷରୁ ଭୁବନକୁ […]

bhuban

bhuban

Rakesh Mallick
  • Published: Friday, 05 October 2018
  • Updated: 05 October 2018, 09:35 AM IST

Sports

Latest News

କାମାକ୍ଷାନଗର (ରାକେଶ ଦେହୁରୀ): ୮ ଦଫା ଦାବି ନେଇ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ ଭୁବନ ବନ୍ଦ ଡାକରା ଦିଆଯାଇଛି। ଫଳରେ ଅଞ୍ଚଳରେ ଜନଜୀବନ ଠପ୍‌ ହୋଇଯାଇଛି।

ସକାଳୁ କୌଣସି ଦୋକାନବଜାର ଖୋଳି ନଥିବା ବେଳେ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ବିଜେପି କର୍ମୀମାନେ ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରି ରଖିଥିବାରୁ ଗାଡ଼ ଚଳାଚଳ ଠପ୍‌ ହୋଇଯାଇଛି। ରାଜପଥର ଦୁଇ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛନ୍ତି।

ଦଳ ପକ୍ଷରୁ ଭୁବନକୁ ସବ୍‌ଡିଭିଜନ୍‌ ଘୋଷଣା, ସ୍ଥାୟୀ ଷ୍ଟାଡିୟମ ପ୍ରତିଷ୍ଠା, ଭୁବନ ଏନ୍‌ଏସିର ସମସ୍ତ ରାସ୍ତା ମରାମତି ଓ ପ୍ରଶସ୍ତିକରଣ, ଅନନ୍ତପୁର ଛକଠାରୁ ବାଟ ତାରିଣୀ ଛକ ପର୍ଯ୍ୟନ୍ତ ରାସ୍ତା କଂକ୍ରିଟ୍‌ କରିବା ଆଦି ୮ ଦଫା ଦାବି କରାଯାଇଛି।

ବିଜେପିର ଏହି ବନ୍ଦକୁ ସ୍ଥାନୀୟ ଲୋକଙ୍କ ସମର୍ଥନ ଦେଖିବାକୁ ମିଳିଛି। ଲୋକେ ଇଚ୍ଛାକୃତ ଭାବେ ବନ୍ଦକୁ ସମର୍ଥନ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos