୧୨ ଘଣ୍ଟିଆ ଭୁବନ ବନ୍ଦ

କାମାକ୍ଷାନଗର(ରାକେଶ କୁମାର ଦେହୁରୀ): ଆଜି ୧୨ ଘଣ୍ଟିଆ ଭୁବନ ବନ୍ଦ ଡାକରା ଦିଆଯାଇଛି। ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଉନ୍ନତୀକରଣ ଓ ଡାକ୍ତର ପଦବୀ ପୂରଣ ଦାବିରେ ଆଞ୍ଚଳିକ କ୍ରିୟାନୁଷ୍ଠାନ କମିଟି ଏହି ବନ୍ଦ ଡାକରା ଦେଇଛି। ଫଳରେ ଭୁବନରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଆନ୍ଦୋଳନକାରୀମାନେ ଏନ୍ଏଚ୍-୫୩କୁ ଅବରୋଧ କରିଛନ୍ତି। ତେଣୁ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ି ଅଟକି ରହିଛି। ଏଥିସହ ସହରରେ ଦୋକାନ ବଜାର ବି ବନ୍ଦ ରହିଛି। ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ପଦବୀ […]

bhubana

Rakesh Mallick
  • Published: Friday, 01 February 2019
  • , Updated: 01 February 2019, 08:38 AM IST

କାମାକ୍ଷାନଗର(ରାକେଶ କୁମାର ଦେହୁରୀ): ଆଜି ୧୨ ଘଣ୍ଟିଆ ଭୁବନ ବନ୍ଦ ଡାକରା ଦିଆଯାଇଛି। ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଉନ୍ନତୀକରଣ ଓ ଡାକ୍ତର ପଦବୀ ପୂରଣ ଦାବିରେ ଆଞ୍ଚଳିକ କ୍ରିୟାନୁଷ୍ଠାନ କମିଟି ଏହି ବନ୍ଦ ଡାକରା ଦେଇଛି। ଫଳରେ ଭୁବନରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଆନ୍ଦୋଳନକାରୀମାନେ ଏନ୍ଏଚ୍-୫୩କୁ ଅବରୋଧ କରିଛନ୍ତି। ତେଣୁ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ି ଅଟକି ରହିଛି। ଏଥିସହ ସହରରେ ଦୋକାନ ବଜାର ବି ବନ୍ଦ ରହିଛି।

ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ପଦବୀ ପୂରଣ କରିବା ପାଇଁ ଦୀର୍ଘ ଦିନରୁ ଲୋକେ ଦାବି କରିଥିଲେ। ତେବେ ଏନେଇ କୌଣସି ପଦକ୍ଷେପ ନିଆଯାଇ ନଥିବା ଲୋକେ ଅଭିଯୋଗ କରିଛନ୍ତି।

Related story