୧୨ ଘଣ୍ଟିଆ ପାଇକମାଳ  ବନ୍ଦ

ପଦ୍ମପୁର( ସମେଶ ମହାନ୍ତି): ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ୍‌ରେ ବିଜେପି ପକ୍ଷରୁ  ୧୨ ଘଣ୍ଟା ବନ୍ଦ ଡାକରା ଦିଆଯାଇଛି। ଫଳରେ ଦୋକାନ ବଜାର ବନ୍ଦ ରହିଛି। ତେବେ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଗାଡ଼ି ଚଳାଚଳ ଉପରେ କୌଣସି କଟକଣା ଲଗାଯାଇନାହିଁ। ସୂଚନା ଅନୁସାରେ, ପାଇକମାଳ ସରପଞ୍ଚ ଧବଳେଶ୍ୱର ସାହୁ ଜଣେ ବିଧବା ମହିଳାଙ୍କୁ ‘କାଳିଆ’ ଯୋଜନାରେ କରାଇଦେବା ଆଳରେ ଘରେ ପଶି ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଗତ ୨୩ ତାରିଖରେ ବିଜେପି ମହିଳା […]

padmapur

Rakesh Mallick
  • Published: Friday, 01 February 2019
  • , Updated: 01 February 2019, 11:02 AM IST

ପଦ୍ମପୁର( ସମେଶ ମହାନ୍ତି): ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ୍‌ରେ ବିଜେପି ପକ୍ଷରୁ  ୧୨ ଘଣ୍ଟା ବନ୍ଦ ଡାକରା ଦିଆଯାଇଛି। ଫଳରେ ଦୋକାନ ବଜାର ବନ୍ଦ ରହିଛି। ତେବେ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଗାଡ଼ି ଚଳାଚଳ ଉପରେ କୌଣସି କଟକଣା ଲଗାଯାଇନାହିଁ।

ସୂଚନା ଅନୁସାରେ, ପାଇକମାଳ ସରପଞ୍ଚ ଧବଳେଶ୍ୱର ସାହୁ ଜଣେ ବିଧବା ମହିଳାଙ୍କୁ ‘କାଳିଆ’ ଯୋଜନାରେ କରାଇଦେବା ଆଳରେ ଘରେ ପଶି ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଗତ ୨୩ ତାରିଖରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ପାଇକମାଳ ଥାନା ଘେରାଉ କରାଯାଇଥିଲା। ଏହି ଘେରାଉକୁ ସମର୍ଥନ କରି ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ ମଧ୍ୟ ଧାରଣାରେ ବସିଥିଲେ। ପଦ୍ମପୁର ଉପଖଣ୍ଡ ପୁଲିସ୍‌ ଅଧିକାରୀ ଲକ୍ଷ୍ମୀ ନାରାୟଣ ପଣ୍ଡା ପ୍ରତିଶ୍ରୃତି ଦେବା ପରେ ଧାରଣା ହଟିଥିଲା।

ତେବେ ଅଭିଯୁକ୍ତକୁ ପୁଲିସ୍ ଗିରଫ ନ କରିବା ଏବଂ ଅଭିଯୁକ୍ତ ବିଜେଡି ଦଳର ହୋଇଥିବାରୁ ପୁଲିସ୍‌ ତାକୁ ଘଣ୍ଟ ଘୋଡାଉ ଥିବା ବିଜେପି ଅଭିଯୋଗ କରିଛି। ଏଥିସହ ପୀଡ଼ିତାଙ୍କୁ ଶୀଘ୍ର ନ୍ୟାୟ ଦାବିରେ ଆଜି ଦଳ ପକ୍ଷରୁ ବନ୍ଦ ପାଳନ କରାଯାଉଛି।

Related story