/odisha-reporter/media/post_attachments/uploads/2018/12/strike-1.jpg)
strike
କଣ୍ଟାବାଞ୍ଜି(ସୁରଦାସ ବାଗ): କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି ନେଇ ଆନ୍ଦୋଳନ ଜୋର ଧରିଛି। ନୂଆ ଜିଲ୍ଲା ଦାବି ନେଇ ଜିଲ୍ଲା ସଂଘର୍ଷ ସମିତିର ଆହ୍ୱାନ କ୍ରମେ ଆଜି ତୁରେକେଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।
Advertisment
ଆଜି ସକାଳେ ତୁରେକେଲା ଶାଖା ଜିଲ୍ଲା ସଂଘର୍ଷ ସମିତି ସଦସ୍ୟମାନେ ପିକେଟିଂ କରି ଦୋକାନ- ବଜାର ଓ ସରକାରୀ ଅଫିସ୍ ବନ୍ଦ କରିଥିଲେ। ଏହା ସହ ଆନ୍ଦୋଳନକାରୀ ଟାୟାର ଜାଳି ତୁରେଇକେଲା-କଣ୍ଟାବାଞ୍ଜି ରାସ୍ତା ଅବରୋଧ କରିଛନ୍ତି। ତେଣୁ ଗାଡ଼ି ଚଳାଚଳ ବନ୍ଦ ରହିଛି।
କଣ୍ଟାବାଞ୍ଜିକୁ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ଦାବି ନେଇ ୩୯ ଦିନ ହେବ କଣ୍ଟାବାଞ୍ଜି ତହସିଲ ସମ୍ମୁଖରେ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଧାରଣା ଜାରି ରଖିଛି। ଜିଲ୍ଲା ସଂଘର୍ଷ ସମିତି ନିର୍ଦ୍ଦେଶ କ୍ରମେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଆନ୍ଦୋଳନକାରୀ କହିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
