Advertisment

କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବିରେ ତୁରେଇକେଲାରେ ୧୨ଘଣ୍ଟିଆ ବନ୍ଦ

କଣ୍ଟାବାଞ୍ଜି(ସୁରଦାସ ବାଗ): କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି ନେଇ ଆନ୍ଦୋଳନ ଜୋର ଧରିଛି। ନୂଆ ଜିଲ୍ଲା ଦାବି ନେଇ ଜିଲ୍ଲା ସଂଘର୍ଷ ସମିତିର ଆହ୍ୱାନ କ୍ରମେ ଆଜି ତୁରେକେଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଆଜି ସକାଳେ ତୁରେକେଲା ଶାଖା ଜିଲ୍ଲା ସଂଘର୍ଷ ସମିତି ସଦସ୍ୟମାନେ ପିକେଟିଂ କରି ଦୋକାନ- ବଜାର ଓ ସରକାରୀ ଅଫିସ୍‌ ବନ୍ଦ କରିଥିଲେ। ଏହା ସହ ଆନ୍ଦୋଳନକାରୀ ଟାୟାର ଜାଳି ତୁରେଇକେଲା-କଣ୍ଟାବାଞ୍ଜି ରାସ୍ତା ଅବରୋଧ କରିଛନ୍ତି। ତେଣୁ ଗାଡ଼ି ଚଳାଚଳ […]

ଅଦ୍ୟତନ ହୋଇଛି
କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବିରେ ତୁରେଇକେଲାରେ ୧୨ଘଣ୍ଟିଆ ବନ୍ଦ

strike

Advertisment

କଣ୍ଟାବାଞ୍ଜି(ସୁରଦାସ ବାଗ): କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି ନେଇ ଆନ୍ଦୋଳନ ଜୋର ଧରିଛି। ନୂଆ ଜିଲ୍ଲା ଦାବି ନେଇ ଜିଲ୍ଲା ସଂଘର୍ଷ ସମିତିର ଆହ୍ୱାନ କ୍ରମେ ଆଜି ତୁରେକେଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।

Advertisment

ଆଜି ସକାଳେ ତୁରେକେଲା ଶାଖା ଜିଲ୍ଲା ସଂଘର୍ଷ ସମିତି ସଦସ୍ୟମାନେ ପିକେଟିଂ କରି ଦୋକାନ- ବଜାର ଓ ସରକାରୀ ଅଫିସ୍‌ ବନ୍ଦ କରିଥିଲେ। ଏହା ସହ ଆନ୍ଦୋଳନକାରୀ ଟାୟାର ଜାଳି ତୁରେଇକେଲା-କଣ୍ଟାବାଞ୍ଜି ରାସ୍ତା ଅବରୋଧ କରିଛନ୍ତି। ତେଣୁ ଗାଡ଼ି ଚଳାଚଳ ବନ୍ଦ ରହିଛି।

କଣ୍ଟାବାଞ୍ଜିକୁ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ଦାବି ନେଇ ୩୯ ଦିନ ହେବ କଣ୍ଟାବାଞ୍ଜି ତହସିଲ ସମ୍ମୁଖରେ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଧାରଣା ଜାରି ରଖିଛି। ଜିଲ୍ଲା ସଂଘର୍ଷ ସମିତି ନିର୍ଦ୍ଦେଶ କ୍ରମେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଆନ୍ଦୋଳନକାରୀ କହିଛନ୍ତି।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe