ଜିଲ୍ଲା ମାନ୍ୟତା ଦାବିରେ ପୁଣି ଟିଟିଲାଗଡ଼ ବନ୍ଦ

ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି): ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବିରେ ଜାରି ରହିଥିବା ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଆଜି ପୁଣି ଥରେ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି ଟିଟିଲାଗଡ଼ କ୍ରିୟାନୁଷ୍ଠାନ କମିଟି। ଫଳରେ ସକାଳ ୬ଟାରୁ ସହରରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି। ଏହାସହ ଦୋକାନ ବଜାର ଓ ବ୍ୟାଙ୍କ ମଧ୍ୟ ବନ୍ଦ ରହିଛି। ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବିରେ ଆନ୍ଦୋଳନ ଜାରି ରହିଛି। ଆଜିକୁ ୯୬ ଦିନ ହେଲାଣି ବିଭିନ୍ନ ସରକାରୀ ଦପ୍ତର ବନ୍ଦ […]

titi

Rakesh Mallick
  • Published: Tuesday, 05 February 2019
  • , Updated: 05 February 2019, 12:31 PM IST

ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି): ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବିରେ ଜାରି ରହିଥିବା ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଆଜି ପୁଣି ଥରେ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି ଟିଟିଲାଗଡ଼ କ୍ରିୟାନୁଷ୍ଠାନ କମିଟି। ଫଳରେ ସକାଳ ୬ଟାରୁ ସହରରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି। ଏହାସହ ଦୋକାନ ବଜାର ଓ ବ୍ୟାଙ୍କ ମଧ୍ୟ ବନ୍ଦ ରହିଛି।

ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବିରେ ଆନ୍ଦୋଳନ ଜାରି ରହିଛି। ଆଜିକୁ ୯୬ ଦିନ ହେଲାଣି ବିଭିନ୍ନ ସରକାରୀ ଦପ୍ତର ବନ୍ଦ ରହିଛି। ଫଳରେ ସରକାରୀ କାର୍ଯ୍ୟ ପ୍ରଭାବିତ ହେବା ସହ ସାଧାରଣ ଜନତା ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି।

ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉ ନ ଥିବାରୁ ଆଜି ପୁଣି ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି କ୍ରିୟାନୁଷ୍ଠାନ କମିଟି।

Related story