ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଅବିଭକ୍ତ କୋରାପୁଟରେ ୧୨ ଘଣ୍ଟିଆ ବନ୍ଦ

କୋରାପୁଟ (ଓଡ଼ିଶା ରିପୋର୍ଟର): ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଅବିଭକ୍ତ କୋରାପୁଟର ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଯୋଗୁ ଗାଡ଼ି ଚଳାଚଳ, ଦୋକାନବଜାର ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଜରୁରୀକାଳୀନ ସେବାକୁ ବନ୍ଦରୁ ବାଦ ଦିଆଯାଇଛି। ବିଭିନ୍ନ ଜିଲ୍ଲାର ଓକିଲ ସଂଘ ସହ ବୈଠକ ପରେ ମିଳିତ କ୍ରିୟାନୁଷ୍ଠାନ କମିଟି ଏହି ବନ୍ଦ ପାଳନ […]

koraput

Rakesh Mallick
  • Published: Tuesday, 18 December 2018
  • , Updated: 18 December 2018, 12:45 PM IST

କୋରାପୁଟ (ଓଡ଼ିଶା ରିପୋର୍ଟର): ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଅବିଭକ୍ତ କୋରାପୁଟର ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।

ବନ୍ଦ ଯୋଗୁ ଗାଡ଼ି ଚଳାଚଳ, ଦୋକାନବଜାର ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଜରୁରୀକାଳୀନ ସେବାକୁ ବନ୍ଦରୁ ବାଦ ଦିଆଯାଇଛି।

ବିଭିନ୍ନ ଜିଲ୍ଲାର ଓକିଲ ସଂଘ ସହ ବୈଠକ ପରେ ମିଳିତ କ୍ରିୟାନୁଷ୍ଠାନ କମିଟି ଏହି ବନ୍ଦ ପାଳନ କରୁଛି। ବାରମ୍ବାର ଦାବି ସତ୍ତ୍ୱେ ସରକାର କୌଣସି ପଦକ୍ଷେପ ନେଉ ନ ଥିବାରୁ ପ୍ରତିବାଦରେ ଏହି ଜିଲ୍ଲାଗୁଡିକରେ ବନ୍ଦ ପାଳନ କରାଯାଉଛି ବୋଲି କମିଟି ପକ୍ଷରୁ କୁହାଯାଇଛି।

https://youtu.be/-XCZc14lXkI

Related story