Advertisment

ବାଲେଶ୍ୱରର ୧୨ ଶିଶୁଙ୍କୁ କରୋନା

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ହସ୍ପିଟାଲରେ ପିଲାଙ୍କୁ କରୋନା। ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୨ ପିଲା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିମଧ୍ୟରୁ ୪ ଜଣ ପିଲା SNCUରେ ରହି ଚିକିତ୍ସିତ ହେଉଥିବା ବେଳେ କୋଭିଡ ପଜିଟିଭ  ଚିହ୍ନଟ ହୋଇଛନ୍ତି। ଗତକାଲି ୨ ଜଣ ପିଲାଙ୍କୁ ଅଭିଭାବକଙ୍କ ଇଛାରେ କଟକ ରେଫର କରାଯାଇଛି। ତେବେ ପଜିଟିଭ ଥିବା ୧୨ ଜଣ ପିଲାଙ୍କ ମଧ୍ୟରୁ ୮ ଜଣଙ୍କ ବୟସ ମାସକରୁ ଅଧିକ ଥିବା ସୂଚନା ଦେଇଛନ୍ତି CDMO ଦୁଲାଲସେନ ଜଗଦେବ। […]

author-image
Madhupriya Mistry
ଅଦ୍ୟତନ ହୋଇଛି
‘ରାଜଧାନୀରେ ଅମାନିଆଙ୍କ ଲାଗି ବଢ଼ୁଛି ସଂକ୍ରମଣ ’

Corona child

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ହସ୍ପିଟାଲରେ ପିଲାଙ୍କୁ କରୋନା। ବାଲେଶ୍ୱରଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୨ ପିଲା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିମଧ୍ୟରୁ ୪ ଜଣ ପିଲା SNCUରେ ରହି ଚିକିତ୍ସିତ ହେଉଥିବା ବେଳେ କୋଭିଡ ପଜିଟିଭ  ଚିହ୍ନଟ ହୋଇଛନ୍ତି। ଗତକାଲି ୨ ଜଣ ପିଲାଙ୍କୁ ଅଭିଭାବକଙ୍କ ଇଛାରେ କଟକ ରେଫର କରାଯାଇଛି। ତେବେ ପଜିଟିଭ ଥିବା ୧୨ ଜଣ ପିଲାଙ୍କ ମଧ୍ୟରୁ ୮ ଜଣଙ୍କ ବୟସ ମାସକରୁ ଅଧିକ ଥିବା ସୂଚନା ଦେଇଛନ୍ତି CDMO ଦୁଲାଲସେନ ଜଗଦେବ।

Advertisment

ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କହିବା ମୁତାବକ, ପୂର୍ବରୁ ମା’ମାନେ ସଂକ୍ରମିତ ହୋଇଥାଇ ପାରନ୍ତି। ତେଣୁ ସେମାନଙ୍କ ଠାରୁ ଛୋଟ ଛୁଆଙ୍କୁ କରୋନା ହୋଇଥାଇପାରେ। କାରଣ ଏବେବି ଅଧିକାଂଶ ଗର୍ଭବତୀ ମହିଳା ଟିକା ନେଇ ନାହାନ୍ତି। ତେବେ ଏବେ ଯାଏଁ କୌଣସି ପିଲା ମୃତାହତ ହୋନାହାନ୍ତି। ପିଲାଙ୍କ ଚିକିତ୍ସା ପାଇଁ ୪୦ ଶଯ୍ୟା ବିଶିଷ୍ଟ ଏକ କୋଭିଡ ପେଡିଆଟ୍ରିକ ୱାର୍ଡ କରାଯାଇଛି। ଏଠାରେ ଆଇସିୟୁ, ଜେନରାଲ ୱାର୍ଡ ପ୍ରମୁଖ ରହିଛି। ଯଦି ଅଧିକ ପିଲା ଆକ୍ରାନ୍ତ ହୁଅନ୍ତି ତେବେ ୧୦୦ ଶଯ୍ୟା ବିଶିଷ୍ଟ ଥିବା ଡିସିଏଚ୍‌ରୁ ପେଡିଆଟ୍ରିକ ପାଇଁ କିଛି ବେଡ୍‌ ରଖିବୁ। ସେଠାରେ ବର୍ତ୍ତମାନ ପାଖାପଖି ୭୦ଟି ବେଡ୍‌ ଖାଲି ରହିଛି।

ସେ ଆହୁରି କହିଛନ୍ତି, ସର୍ଭେ ଅନୁସାରେ ବହୁତ କମ୍‌ ପିଲା ଗୁରୁତର ହେଉଛନ୍ତି। ମାସକ ମଧ୍ୟରେ କୌଣସି ପିଲା ଗୁରୁତର ହୋଇନାହାନ୍ତି। ତେଣୁ ପିଲାମାନଙ୍କ ଗୁରୁତର ହେବା ଆଶା ବହୁତ କମ୍। ସେମାନେ ୨ରୁ ୩ ଦିନ ମଧ୍ୟରେ ଶୀଘ୍ର ସୁସ୍ଥ ହୋଇଯାଉଛନ୍ତି।

Advertisment

ସୂଚନା ମୁତାବକ ଆଜି ରାଜ୍ୟରୁ ୧୩୦ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କରୋନାରେ ଆକ୍ରାନ୍ତ ହୋଇଥିବା ପିଲାଙ୍କ ବୟସ ଶୂନରୁ ୧୮ ବର୍ଷ ବୟସ ରହିଥିବା ରାଜ୍ୟ ସ୍ୱାସ୍ଥ୍ୟ ବିବାଗ ସୂଚନ ଦେଇଛି।

Covid19