Advertisment

ସତ୍ୟନାରାୟଣ ପୂଜା ଭୋଗ ଖାଇ ୧୨ ଅସୁସ୍ଥ

ଉଦଳା (ମାନସ ପାଣି): ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ସୁଲଗଡିଆ ଗ୍ରାମରେ ସତ୍ୟନାରାୟଣ ପୂଜା ଭୋଗ ଖାଇ ଗୋଟିଏ ପରିବାରର ସବୁ ସଦସ୍ୟ ଅସୁସ୍ଥ ହୋଇ ଉଦଳା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ବୁଧବାର ଦିନ ପୁଅର ଜନ୍ମଦିନ ପାଇଁ ଉକ୍ତ ଗ୍ରାମର ଏକ ପରିବାର ସତ୍ୟନାରାୟଣ ପୂଜା କରିଥିଲା। ଖୋଦ୍ ପରିବାର ପୂଜା ଭୋଗ ଖାଇବା ସହ କିଛି ପଡୋଶୀଙ୍କୁ ମଧ୍ୟ ଭୋଗ ଖାଇବାକୁ ଦେଇଥିଲେ। ହଠାତ୍ ବୁଧବାର ଦିନ ୧୨ଜଣଙ୍କୁ ଝାଡ଼ାବାନ୍ତି ହେବାରୁ ପ୍ରଥମେ ଶାଳଚୁଆ […]

ସତ୍ୟନାରାୟଣ ପୂଜା ଭୋଗ ଖାଇ ୧୨ ଅସୁସ୍ଥ

udala

Advertisment

ଉଦଳା (ମାନସ ପାଣି): ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ସୁଲଗଡିଆ ଗ୍ରାମରେ ସତ୍ୟନାରାୟଣ ପୂଜା ଭୋଗ ଖାଇ ଗୋଟିଏ ପରିବାରର ସବୁ ସଦସ୍ୟ ଅସୁସ୍ଥ ହୋଇ ଉଦଳା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

Advertisment

ବୁଧବାର ଦିନ ପୁଅର ଜନ୍ମଦିନ ପାଇଁ ଉକ୍ତ ଗ୍ରାମର ଏକ ପରିବାର ସତ୍ୟନାରାୟଣ ପୂଜା କରିଥିଲା। ଖୋଦ୍ ପରିବାର ପୂଜା ଭୋଗ ଖାଇବା ସହ କିଛି ପଡୋଶୀଙ୍କୁ ମଧ୍ୟ ଭୋଗ ଖାଇବାକୁ ଦେଇଥିଲେ। ହଠାତ୍ ବୁଧବାର ଦିନ ୧୨ଜଣଙ୍କୁ ଝାଡ଼ାବାନ୍ତି ହେବାରୁ ପ୍ରଥମେ ଶାଳଚୁଆ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ସେଠାରେ ଅଧିକ ଗୁରୁତର ହେବାରୁ ସମସ୍ତଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ବର୍ତ୍ତମାନ ୫ଜଣ ସୁସ୍ଥ ହୋଇ ଥିବାବେଳେ ଆଉ ୭ଜଣ ଚିକିତ୍ସାଧୀନ ଅଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe