Advertisment

କାମୁଡ଼ି ଦେଲେ ପାଗଳା କୁକୁର; ୧୨ ଆହତ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲାରେ ପାଗଳା କୁକୁର ଆତଙ୍କ। ଆଜି ସକାଳେ ରାଉରେକଲା ଷ୍ଟିଲ୍‌ ପ୍ଲାଣ୍ଟ୍‌ ପରିସରରେ ଦୁଇଟି ପାଗଳା କୁକୁର ଲୋକଙ୍କୁ ଆକ୍ରମଣ କରିଥିଲେ। ଏଥିରେ ୧୨ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଇସ୍ପାତ ଜେନେରାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏ ଦୁଇ ପାଗଳା କୁକୁର କାହାର ହାତ ଓ ଗୋଡ଼କୁ କାମୁଡ଼ିଥିବା ବେଳେ ଆଉ କିଛି ଲୋକଙ୍କ ଅଣ୍ଟା ମଧ୍ୟ କାମୁଡ଼ି ଥିବା ସୂଚନା ମିଳିଛି। ଷ୍ଟିଲ୍‌ ପ୍ଲାଣ୍ଟ୍‌ ପରିସରରେ ଥିବା ବ୍ଲାଷ୍ଟ୍‌ ଫର୍ଣ୍ଣେସ୍‌ […]

author-image
Rajalaxmi Sahu
କାମୁଡ଼ି ଦେଲେ ପାଗଳା କୁକୁର; ୧୨ ଆହତ

dog1

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲାରେ ପାଗଳା କୁକୁର ଆତଙ୍କ। ଆଜି ସକାଳେ ରାଉରେକଲା ଷ୍ଟିଲ୍‌ ପ୍ଲାଣ୍ଟ୍‌ ପରିସରରେ ଦୁଇଟି ପାଗଳା କୁକୁର ଲୋକଙ୍କୁ ଆକ୍ରମଣ କରିଥିଲେ। ଏଥିରେ ୧୨ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଇସ୍ପାତ ଜେନେରାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ଏ ଦୁଇ ପାଗଳା କୁକୁର କାହାର ହାତ ଓ ଗୋଡ଼କୁ କାମୁଡ଼ିଥିବା ବେଳେ ଆଉ କିଛି ଲୋକଙ୍କ ଅଣ୍ଟା ମଧ୍ୟ କାମୁଡ଼ି ଥିବା ସୂଚନା ମିଳିଛି।

ଷ୍ଟିଲ୍‌ ପ୍ଲାଣ୍ଟ୍‌ ପରିସରରେ ଥିବା ବ୍ଲାଷ୍ଟ୍‌ ଫର୍ଣ୍ଣେସ୍‌ ଓ କୋକୋଭେନ୍ ବିଭାଗ ନିକଟରେ ଏହି ଦୁଇ ପାଗଳା କୁକୁର ଗତ କିଛିଦିନ ହେଲା ଆତଙ୍କ ଖେଳାଇଥିବା ଜଣାପଡ଼ିଛି।

Advertisment

ଆଜିର ଘଟଣା ପରେ ପ୍ଲାଣ୍ଟ୍‌ କର୍ମଚାରୀମାନେ ଭୟଭୀତ ହୋଇପଡ଼ିଛନ୍ତି।

ଦୁଇ ପାଗଳା କୁକୁରଙ୍କୁ ଧରିବା ଲାଗି ୩ଟି ସ୍କ୍ୱାଡ୍‌ ଗଠନ କରାଯାଇଛି।