Advertisment

ଅନ୍‌ଲାଇନ୍‌ରେ ପାଠ ପଢ଼ିବା ବଦଳରେ କରୁଥିଲା ଚାଟିଂ, ଆଉ ତା’ପରେ...

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ବାପା-ମାଆ ପାଠ ପଢ଼ିବାକୁ ଝିଅକୁ ଦେଇଥିଲେ ଆଣ୍ଡ୍ରଏଡ୍‌ ମୋବାଇଲ୍‌ ଫୋନ୍‌। ହେଲେ ଝିଅ ଆଣ୍ଡ୍ରଏଡ୍‌ ମୋବାଇଲ୍‌ ଫୋନ୍‌ରେ ପାଠ କଣ ପଢ଼ିବ? ସେଥିରେ ସୋଶାଲ୍‌ ମିଡ଼ିଆ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ଖୋଲି ଖେଳୁଥିଲା ଖେଳ! ବାପା-ଆଙ୍କ ବିଶ୍ୱାସରେ ବିଷ ଦେଇ କରୁଥିଲା ଚାଟିଂ। ଆଉ ତା’ପରେ ଘରୁ କାହାକୁ କିଛି ନକହି ପଳାଇ ଯାଇଥିଲା। ଘରୁ ଫେରାର ଥିବା ୧୨ ବର୍ଷର ଝିଅକୁ ଉଦ୍ଧାର କରିଛି ପୁଲିସ। ଏପରି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲାରେ ଘଟିଛି। କରୋନା […]

ଅଦ୍ୟତନ ହୋଇଛି
ଅନ୍‌ଲାଇନ୍‌ରେ ପାଠ ପଢ଼ିବା ବଦଳରେ କରୁଥିଲା ଚାଟିଂ, ଆଉ ତା’ପରେ...

Kendrapara

Advertisment

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ବାପା-ମାଆ ପାଠ ପଢ଼ିବାକୁ ଝିଅକୁ ଦେଇଥିଲେ ଆଣ୍ଡ୍ରଏଡ୍‌ ମୋବାଇଲ୍‌ ଫୋନ୍‌। ହେଲେ ଝିଅ ଆଣ୍ଡ୍ରଏଡ୍‌ ମୋବାଇଲ୍‌ ଫୋନ୍‌ରେ ପାଠ କଣ ପଢ଼ିବ? ସେଥିରେ ସୋଶାଲ୍‌ ମିଡ଼ିଆ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ଖୋଲି ଖେଳୁଥିଲା ଖେଳ! ବାପା-ଆଙ୍କ ବିଶ୍ୱାସରେ ବିଷ ଦେଇ କରୁଥିଲା ଚାଟିଂ। ଆଉ ତା’ପରେ ଘରୁ କାହାକୁ କିଛି ନକହି ପଳାଇ ଯାଇଥିଲା। ଘରୁ ଫେରାର ଥିବା ୧୨ ବର୍ଷର ଝିଅକୁ ଉଦ୍ଧାର କରିଛି ପୁଲିସ। ଏପରି ଘଟଣା କେନ୍ଦ୍ରାପଡ଼ାଜିଲ୍ଲାରେ ଘଟିଛି।

Advertisment

କରୋନା ପାଇଁ ସ୍କୁଲ ବନ୍ଦ ରହିଥିଲା। ତେଣୁ ଅନ୍‌ଲାଇନ୍‌ରେ ପାଠ ପଢ଼ିବା ପାଇଁ ଝିଅକୁ ଗୋଟିଏ ଆଣ୍ଡ୍ରଏଡ୍‌ ମୋବାଇଲ୍‌ ଫୋନ୍‌ ଦେଇଥିଲେ ବାପା-ମାଆ। ହେଲେ ଝିଅ ଅନ୍‌ଲାଇନ୍‌ରେ ପାଠ ପଢ଼ିବା ପରିବର୍ତ୍ତେ ଇନ୍‌ଷ୍ଟାଗ୍ରାମରେ ଆକାଉଣ୍ଟ ଖୋଲି ଚାଟିଂ କରୁଥିଲେ। ସେ ଚାଟିଂ କରୁକରୁ ଜଣେ ଯୁବତୀଙ୍କ ସହିତ ବନ୍ଧୁତା ସ୍ଥାପନ କରିଥିଲା। ଦୀର୍ଘ ୬ ମାସ ଉଭୟଙ୍କ ଭିତରେ ସମ୍ପର୍କ ଥିଲା।

ସମ୍ପର୍କ ନିବିଡ଼ ହେବା ପରେ ଯୁବତୀଙ୍କ ପରାମର୍ଶରେ ଝିଅଟି ଘରୁ ପଳାଇ ଯାଇଥିଲା। ଗହମ ପେଶିବାକୁ କହି ସେ ଘରୁ ଯାଇଥିଲା। ହେଲେ ଆଉ ଘରକୁ ଫେରିଲା ନାହିଁ। ପରିବାର ଲୋକେ ଚାରିଆଡ଼େ ଖୋଜିଥିଲେ ମଧ୍ୟ ଝିଅର ପତ୍ତା ପାଇନଥିଲେ। ଏନେଇ ପରିବାର ଲୋକ ଗତ ୨୧ ତାରିଖରେ ଚାନ୍ଦୋଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତି କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

Advertisment

ଝିଅ ନେଇଥିବା ମୋବାଇଲ୍‌କୁ ଟ୍ରାକିଂ କରିଥିଲା ପୁଲିସ। ସିଗ୍‌ନାଲ ଅନୁସାରେ ପିଛା କରିଥିଲା ପୁଲିସ। ମିଳିଥିବା ସୂଚନା ଅନୁସାରେ ଘରୁ ଆସିବା ପରେ ଝିଅଟି ଲିଫ୍‌ଟ ମାଗି ଚାନ୍ଦୋଳ ବଜାରକୁ ଆସିଥିଲା। ସେଠାରୁ ବସ୍‌ରେ ଦୁହୁରିଆ, ଚାନ୍ଦବାଲି ଓ ଆନନ୍ଦପୁର ଆଦି ଅଞ୍ଚଳକୁ ଯାଇଥିଲା। ଏହାଛଡ଼ା ଆହୁରି ଦୁର୍ଗମ ଅଞ୍ଚଳ କୁହାଯାଉଥିବା ବାଲେଶ୍ୱର, ଭଦ୍ରକ ଓ କେନ୍ଦୁଝର ସୀମାବର୍ତ୍ତୀ ଅଞ୍ଚଳକୁ ଝିଅଟି ଚାଲି ଯାଇଥିଲା। ଘଞ୍ଚ ଜଙ୍ଗଲ ଭିତରେ ଥିବା ଘର ଭିତରେ ଝିଅଟି ରହୁଥିଲା। ତା’ ମୋବାଇଲ୍‌ ସିଗ୍‌ନାଲ ପାଇବା ପରେ ପୁଲିସ ସେଠାକୁ ଯାଇ ଝିଅକୁ ଉଦ୍ଧାର କରିଛି।

ପୁଲିସ ଝିଅକୁ ଉଦ୍ଧାର କରିବା ପରେ କେନ୍ଦ୍ରାପଡ଼ା ସଦର ଥାନାକୁ  ଆଣିଥିଲା। ସେଠାରେ ତା’ର ୧୬୧ ରେକର୍ଡ କରାଯାଇଥିଲା। ପରେ ଏସ୍‌ଡିଜେଏମ୍‌ଙ୍କ ଆଗରେ ହାଜର କରାଯାଇଥିଲା। ତା’ପରେ ତାକୁ କେନ୍ଦ୍ରପଡ଼ା CWCରେ ଛାଡ଼ିଥିଲା ପୁଲିସ। ଶେଷରେ ଝିଅକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଝିଅଟି ନିଜ ଇଚ୍ଛାରେ ଯାଇଥିବା ସ୍ୱୀକାର କରିଥିବା ଚାନ୍ଦୋଳ ଫାଣ୍ଡିର ଏସ୍‌ଆଇ ସୌମ୍ୟରଞ୍ଜନ ପାଣିଗ୍ରାହୀ କହିଛନ୍ତି। ଯଦି ମାମଲାରେ ଅନ୍ୟ କିଛି ଦିଗ ମିଳେ, ତାହାହେଲେ ତଦନ୍ତ ହେବ ବୋଲି ସେ କହିଛନ୍ତି।

Online Fraud Social Media Threat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe