Advertisment

ତାଳଚେରକୁ ଜଗିବ ୧୨୩ ସିସିଟିଭି

ତାଳଚେର(ଓଡ଼ିଶା ରିପୋର୍ଟର): କଳାହୀରାର ସହର ତାଳଚେରକୁ ଜଗିବ ୧୨୩ ସିସିଟିଭି। ଚୋରୀ, ଡକାୟତି ଓ ଖଣିରୁ କୋଇଲା ଲୁଟ୍ ଉପରେ ନଜର ରଖିବାକୁ ଏହି ପଦକ୍ଷେପ ନିଆଯିବ ବୋଲି ଜଣାଇଛନ୍ତି ଅନୁଗୋଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ। ଅନୁଗୋଳ ଜିଲ୍ଲାର ତାଳଚେର ସହର ଏବେ ଅପରାଧୀଙ୍କ ଚରାଭୂମି ପାଲଟିଯାଇଥିବା ବେଳେ ବିଶେଷ କରି ତାଳଚେର ସହରରେ ଅପରାଧ, ଟ୍ରାଫିକ୍ ନିୟମ ଉଲ୍ଲଂଘନ ଓ ଦୁର୍ଘଟଣା ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ […]

author-image
Niranjan Mishra
ଅଦ୍ୟତନ ହୋଇଛି
ତାଳଚେରକୁ ଜଗିବ ୧୨୩ ସିସିଟିଭି

talchera

ତାଳଚେର(ଓଡ଼ିଶା ରିପୋର୍ଟର): କଳାହୀରାର ସହର ତାଳଚେରକୁ ଜଗିବ ୧୨୩ ସିସିଟିଭି। ଚୋରୀ, ଡକାୟତି ଓ ଖଣିରୁ କୋଇଲା ଲୁଟ୍ ଉପରେ ନଜର ରଖିବାକୁ ଏହି ପଦକ୍ଷେପ ନିଆଯିବ ବୋଲି ଜଣାଇଛନ୍ତି ଅନୁଗୋଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ।

Advertisment

ଅନୁଗୋଳ ଜିଲ୍ଲାର ତାଳଚେର ସହର ଏବେ ଅପରାଧୀଙ୍କ ଚରାଭୂମି ପାଲଟିଯାଇଥିବା ବେଳେ ବିଶେଷ କରି ତାଳଚେର ସହରରେ ଅପରାଧ, ଟ୍ରାଫିକ୍ ନିୟମ ଉଲ୍ଲଂଘନ ଓ ଦୁର୍ଘଟଣା ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ବହୁ ବିଳମ୍ବରେ ହେଲେ ମଧ୍ୟ ପୁଲିସ ଓ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିଛି।  ତାଳଚେର ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ପାଇଁ ଏକ ଡାଟା ବେଶ ପ୍ରସ୍ତୁତ କରାଯାଇଛି। ତାଳଚେର ପୁଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଲଗାଯିବାକୁ ଥିବା ସିଟି ସର୍ଭେଲାନ୍ସ ସିଷ୍ଟମ ଦୁହିଁଙ୍କ ପାଖରେ ରହିବ। ଉକ୍ତ ସିଟି ସର୍ଭେଲାନ୍ସ ସିଷ୍ଟମର କଣ୍ଟ୍ରୋଲ ରୁମ ତାଳଚେର ଏସ୍ଡ଼ିପିଓ କାର୍ଯ୍ୟାଳୟ, ତାଳଚେର ଥାନା ଏବଂ ଜିଲ୍ଲା ପୁଲିସ ମୁଖ୍ୟ କାର୍ଯ୍ୟାଳୟରେ ରହିବ।

ତାଳଚେର ପୌର ପାଳିକା ନିର୍ବାହୀ ଯନ୍ତ୍ରୀ ଗିରିଜା ଶଙ୍କର ମଲ୍ଲିକ କହିଛନ୍ତି, ତାଳଚେର ସହର ଠାରୁ ୩୦ କିଲୋମିଟର ଦୂରରେ ଥିବା ହିଙ୍ଗୁଳା ମନ୍ଦିର ଠାରୁ ତାଳଚେର ରାଜବାଟୀ ପର୍ଯ୍ୟନ୍ତ ଏବଂ ତାଳଚେର ଗୋଡ଼ିବନ୍ଧ ଛକ ଠାରୁ ଆରମ୍ଭ କରି ବଲ୍‌ହର ଛକ ପର୍ଯ୍ୟନ୍ତ ପ୍ରମୁଖ ଛକ ଗୁଡିକରେ ସିସିଟିଭି କ୍ୟାମେରା ଲଗାଯିବାର ଯୋଜନା ହୋଇଛି। ସେହିପରି ଗୋପାଳ ପ୍ରସାଦ, ନୂତନ ଥାନା ଛକ ଠାରୁ କଳମୁଛୁଇଁ, ଅନୁଗୁଳ ରାସ୍ତା, ହିଙ୍ଗୁଳା ମନ୍ଦିର ଠାରୁ କଣିହାଁ ଅଭିମୁଖେ ଯାଇଥିବା ମୁଖ୍ୟ ରାସ୍ତା, ସାଉଥ ବଲଣ୍ଡା, ମେଡିକାଲ ଛକ, ସେଣ୍ଟ୍ରାଲ ହସ୍ପିଟାଲ ଛକ, ଡେ଼ରା ଶିବ ମନ୍ଦିର ଛକ, ହାଣ୍ଡିଧୂଆଁ ଛକ, ଶର୍ମା ଛକ, ଆଇଟିଆଇ ଛକ, କଚେରୀ ରୋଡ଼, କୋର୍ଟ ଛକ, ରେମୁଆଁ ଛକ, ମଙ୍ଗଳା ମନ୍ଦିର ଛକ, ନବମିଶ୍ର କଲୋନୀ ଛକ, ଏନଏଚ ଟ୍ରାଫିକ ଛକ, ଅନନ୍ତରାମ ଗେଟ, ବଡବଜାର ଛକ, ବଡ଼ଦାଣ୍ଡ ଛକ, ଘୋଡ଼ାଶାଳା ଛକ, ରାଜବାଟୀ, ଉପଖଣ୍ଡ ଡାକ୍ତରଖାନା, ଷ୍ଟେସନ ଛକ, ବାଇପାସ ଛକ, ପବିତ୍ରମୋହନ ଛକରେ ଲାଗିବ ସିସିଟିଭି। ଏନଏଚ ଟ୍ରାଫିକ ଛକ, ବସ ଷ୍ଟାଣ୍ଡ ଛକ, ବିଜୁ ପଟ୍ଟନାୟକ ଛକ, କଲେଜ ଛକ, କୋଲ କରିଡ଼ର ରାସ୍ତା, ତାଳବେଡା ଛକ, ଗୋଡ଼ିବନ୍ଧ ଛକରେ ସିସିଟିଭି ଲାଗିବ। ଶେଷ ଖବର ସୁଦ୍ଧା ତାଳଚେର କଲିୟାରୀ ଥାନା, ବିକ୍ରମପୁର ଥାନା ଓ ତାଳଚେର ଥାନା ଅଧୀନରେ ଆସୁଥିବା ସମସ୍ତ ଛକ ଓ ସମ୍ବେଦନଶୀଳ ସ୍ଥାନମାନଙ୍କରେ ସିସିଟିଭି ଲଗାଇବା କାମ ଚାଲିଛି ବୋଲି କହିଛନ୍ତି ଗିରିଜା ଶଙ୍କର ମଲ୍ଲିକ।

Advertisment

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏହି ସିସିଟିଭି କ୍ୟାମେରା ପ୍ରକଳ୍ପ କାର୍ଯ୍ୟକାରୀ ଦାୟିତ୍ୱ ତାଳଚେର ପୌରଞ୍ଚଳର ନିର୍ବାହୀ ଅଧିକାରୀ ତଦାରଖ କରୁଛନ୍ତି।