Advertisment

୧୨୬ ସରପଞ୍ଚ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ଘୋଷଣା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଂଚାୟତ ନିର୍ବାଚନ ପାଇଁ ଗତକାଲି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ସହ ପ୍ରାର୍ଥୀମାନଙ୍କୁ ନିର୍ବାଚନୀ ଚିହ୍ନ ଆବଣ୍ଟନ ହୋଇଥିବାବେଳେ ବିନା ଲଢ଼େଇରେ ମୋଟ ୩୬୯୭୬ଟି ଆସନରେ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ଚଳିତ ପଂଚାୟତ ନିର୍ବାଚନରେ ମୋଟ ୩୬୫୨୩ଟି ଆସନରେ ୱାର୍ଡମେମ୍ବର ପ୍ରାର୍ଥୀ, ୧୨୬ଟି ଆସନରେ ସରପଂଚ, ୩୨୬ଟି ଆସନରେ ପଂଚାୟତ ସମିତି ସଭ୍ୟ ଓ ଗୋଟିଏ ଆସନରେ ଜିଲ୍ଲା ପରିଷଦ ସଭ୍ୟ […]

ଅଦ୍ୟତନ ହୋଇଛି
ପଞ୍ଚାୟତ ନିର୍ବାଚନ ପାଇଁ କସରତ ଆରମ୍ଭ, କେବଳ ତାରିଖକୁ ଅପେକ୍ଷା

pachhyat-election

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଂଚାୟତ ନିର୍ବାଚନ ପାଇଁ ଗତକାଲି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ସହ ପ୍ରାର୍ଥୀମାନଙ୍କୁ ନିର୍ବାଚନୀ ଚିହ୍ନ ଆବଣ୍ଟନ ହୋଇଥିବାବେଳେ ବିନା ଲଢ଼େଇରେ ମୋଟ ୩୬୯୭୬ଟି ଆସନରେ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି।

Advertisment

ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ଚଳିତ ପଂଚାୟତ ନିର୍ବାଚନରେ ମୋଟ ୩୬୫୨୩ଟି ଆସନରେ ୱାର୍ଡମେମ୍ବର ପ୍ରାର୍ଥୀ, ୧୨୬ଟି ଆସନରେ ସରପଂଚ, ୩୨୬ଟି ଆସନରେ ପଂଚାୟତ ସମିତି ସଭ୍ୟ ଓ ଗୋଟିଏ ଆସନରେ ଜିଲ୍ଲା ପରିଷଦ ସଭ୍ୟ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି। ଏସବୁ ସ୍ଥାନରେ ଜଣେ ଲେଖାଏ ପ୍ରାର୍ଥୀ ରହିଥିବାରୁ ନିର୍ବାଚନ କମିଶନଙ୍କୁ ଆଉ ଭୋଟ ଗ୍ରହଣ କରିବାକୁ ପଡ଼ିନାହିଁ । କମିଶନ ଏସବୁ ସ୍ଥାନରେ ଥିବା ପ୍ରାର୍ଥୀଙ୍କୁ ନିର୍ବାଚିତ ଘୋଷଣା କରିଛନ୍ତି । ବରଗଡ଼ ଜିଲ୍ଲାର ଗୋଟିଏ ଜିଲ୍ଲା ପରିଷଦ ଆସନରେ ଉଭୟ କଂଗ୍ରେସ ଓ ବିଜେପି ପ୍ରାର୍ଥୀ ଓହରି ଯିବାରୁ ସେଠାରେ ବିଜେଡି ପ୍ରାର୍ଥୀ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।

ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ରନାଥ ସାହୁଙ୍କ ଦ୍ୱାରା ଜାରି ସୂଚନା ଅନୁସାରେ ୨୦୨୨ ପଂଚାୟତ ନିର୍ବାଚନରେ ମୋଟ ୯୧୮୯୦ଟି ୱାର୍ଡମେମ୍ବର, ୬୭୯୩ଟି ସରପଂଚ ଓ ୬୭୯୩ଟି ପଂଚାୟତ ସମିତି ସଭ୍ୟ ଏବଂ ୮୫୩ଟି ଜିଲ୍ଲା ପରିଷଦ ସଭ୍ୟ ଆସନରେ ନିର୍ବାଚନ ହେଉଛି । ତେବେ ପ୍ରାୟ ୩୯ ପ୍ରତିଶତ ୱାର୍ଡମେମ୍ବର ଆସନରେ କୌଣସି ପ୍ରତିଦ୍ୱନ୍ଦ୍ୱିତା ହୋଇନାହିଁ । ଗତକାଲି ପ୍ରାର୍ଥୀପତ୍ର ପ୍ରତ୍ୟାହାର ସହ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଜାରି ହୋଇଛି ତଥା ପ୍ରାର୍ଥୀମାନଙ୍କୁ ନିର୍ବାଚନୀ ଚିହ୍ନ ମଧ୍ୟ ଆବଣ୍ଟିତ ହୋଇଛି ।

Advertisment

ପଂଚାୟତ ନିର୍ବାଚନରେ ଚଳିତଥର ମୋଟ ୨ଲକ୍ଷ ୨୯ହଜାର ୦୬୨ଜଣ ପ୍ରାର୍ଥୀ ବିଭିନ୍ନ ପଦବୀ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ । ରାଜ୍ୟର ମୋଟ ୨କୋଟି ୭୯ଲକ୍ଷ ୩୫ହଜାର ୫୨୫ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe