କଟକରେ ୧୨୭ ଜଣ କରୋନାରେ ଆକ୍ରାନ୍ତ, ସେଥିରୁ ୪୭ ଲୋକାଲ୍ କେସ
କଟକ(ଓଡ଼ିଶା ରିପୋର୍ଟର): କଟକ ମହାନଗରରୁ ଆଜି ୧୨୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରୁ କ୍ୱାରେଣ୍ଟାଇନ୍ରୁ ୮୦ ଓ ଲୋକାଲ କଣ୍ଟାକ୍ଟ କେସ ୪୭ ରହିଛି। ଏନେଇ କଟକ ମହାନଗର ନିଗମ(ସିଏମ୍ସି) ଟ୍ୱିଟ୍ କରିଛି।
#COVID19 update in Cuttack city (CMC area)
Out of the 257 new COVID-19 +ve cases reported today in #Cuttack district, 127 +ve cases belong to Cuttack city (CMC area).
Another 76 recoveries (21st August data) have been reported recently. KUDOS to all doctors & healthcare staff. pic.twitter.com/nSpjMg9fek
— CMC,Cuttack (@CMCCuttack) August 22, 2020
ଏସ୍ସିବି ଆଇସୋଲେସନ ଓ୍ୱାର୍ଡରୁ ୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଛତ୍ରବଜାରରୁ ୮, ଉଚ୍ଚସାହିରୁ ୪, ମାଳିସାହିରୁ ୩, ସାମନ୍ତ ସାହି ଓ ବିଡ଼ାନାସୀରୁ ୩ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସିଏମ୍ସି ଅଞ୍ଚଳରେ ଆଜି ସୁଦ୍ଧା ୩୧୦୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୮୬୦ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୧୨୨୭ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।