ଓଡ଼ିଶାରେ ଲୋକଙ୍କ ଅଭିଯୋଗ ନାହିଁ କି ଅଭାବ ନାହିଁ : ରାଜ୍ୟପାଳ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଉଟର) : ଉତ୍କର୍ଷ ସମ୍ମାନରେ ସମ୍ମାନିତ ବ୍ୟକ୍ତିଗଣ କେବଳ ଓଡ଼ିଶାର ଉତ୍କର୍ଷ ନୁହେଁ ସାରା ବିଶ୍ୱର ଉତ୍କର୍ଷ ଅଟନ୍ତି। ରାଜ୍ୟର ବିଶିଷ୍ଟ ବ୍ୟକ୍ତିଗଣ ନିଜ ନିଜ କ୍ଷେତ୍ରରେ ଉତ୍କର୍ଷ ପାରଦର୍ଶିତା ଦେଖାଇ କେବଳ ରାଜ୍ୟରେ ନୁହେଁ ସାରା ବିଶ୍ୱରେ ନିଜର ଉତ୍କର୍ଷ ପରିଚୟ ଦେଇ ପାରିଛନ୍ତି। ଏଭଳି ଏକ ସମ୍ମାନ ସମାରୋହରେ ଯୋଗ ଦେଇ ମୁଁ ନିଜକୁ ଉତ୍କର୍ଷ ମନେ କରୁଛି। ଗତକାଲି ଭୁବନେଶ୍ୱରସ୍ଥିତ ଓଡ଼ିଶୀ ଗବେଷଣା କେନ୍ଦ୍ରସଭା ଗୃହରେ ଆୟୋଜିତ ହୋଇଯାଇଛି ୨ୟ […]

pic1

pic1

Puspanjali Panda
  • Published: Monday, 02 December 2019
  • Updated: 02 December 2019, 06:21 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଉଟର) : ଉତ୍କର୍ଷ ସମ୍ମାନରେ ସମ୍ମାନିତ ବ୍ୟକ୍ତିଗଣ କେବଳ ଓଡ଼ିଶାର ଉତ୍କର୍ଷ ନୁହେଁ ସାରା ବିଶ୍ୱର ଉତ୍କର୍ଷ ଅଟନ୍ତି। ରାଜ୍ୟର ବିଶିଷ୍ଟ ବ୍ୟକ୍ତିଗଣ ନିଜ ନିଜ କ୍ଷେତ୍ରରେ ଉତ୍କର୍ଷ ପାରଦର୍ଶିତା ଦେଖାଇ କେବଳ ରାଜ୍ୟରେ ନୁହେଁ ସାରା ବିଶ୍ୱରେ ନିଜର ଉତ୍କର୍ଷ ପରିଚୟ ଦେଇ ପାରିଛନ୍ତି। ଏଭଳି ଏକ ସମ୍ମାନ ସମାରୋହରେ ଯୋଗ ଦେଇ ମୁଁ ନିଜକୁ ଉତ୍କର୍ଷ ମନେ କରୁଛି।

ଗତକାଲି ଭୁବନେଶ୍ୱରସ୍ଥିତ ଓଡ଼ିଶୀ ଗବେଷଣା କେନ୍ଦ୍ରସଭା ଗୃହରେ ଆୟୋଜିତ ହୋଇଯାଇଛି ୨ୟ ଓଡ଼ିଶା ଉତ୍କର୍ଷ ସମ୍ମାନରେ ଯୋଗ ଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଏପରି କହିଛନ୍ତି। ରାଜ୍ୟପାଳ ଆହୁରି ମଧ୍ୟ କହିଛନ୍ତି, ଓଡ଼ିଶାରେ ଲୋକଙ୍କ ଅଭିଯୋଗ ନାହିଁ କି ଅଭାବ ନାହିଁ।

ଏହି ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ସହିତ ପ୍ରସିଦ୍ଧ କବି ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର ମଧ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ସମାଜର ଉନ୍ନତି କେବଳ ଅର୍ଥନୀତି ଦ୍ୱାରା ବୃଦ୍ଧି ହୋଇନଥାଏ। ସଂସ୍କୃତି, ସାହିତ୍ୟ ଓ ଐତିହ୍ୟର ଅଭିବୃଦ୍ଧି ମଧ୍ୟ ସମାଜର ଉନ୍ନତିରେ ସାହାଯ୍ୟ କରିଥାଏ। ଏହି ଉତ୍ସବରେ ପୁରସ୍କୃତ ହୋଇଥିବା ବ୍ୟକ୍ତିଗଣ ଭିନ୍ନ ଭିନ୍ନ କ୍ଷେତ୍ରରେ ନିଜର ଉତ୍କର୍ଷ ପାରଦର୍ଶିତା ଦେଖାଇଥିବାରୁ ସେମାନେ ଆଜି ଏହି ଉତ୍କର୍ଷ ସମ୍ମାନ ପାଇଛନ୍ତି ବୋଲି ପ୍ରସିଦ୍ଧ କବି ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର ସଭାରେ କହିଥିଲେ।

ଏହି ଉତ୍ସବରେ ୧୭ ଜଣ ପ୍ରସିଦ୍ଧ ପ୍ରତିଭାଙ୍କ ସମେତ ୩ଟି ଅନୁଷ୍ଠାନକୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ପ୍ରସିଦ୍ଧ କବି ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର ଓ ଓଡ଼ିଆ ମିଡିଆ ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ସମ୍ମାନ ପ୍ରଦାନ କରିଛନ୍ତି।

ରାଜ୍ୟର ଜଣାଶୁଣା ପ୍ରତିଭା ଓ ଅନୁଷ୍ଠାନ ସମେତ ସଫଳ ଓ ନିରବ ସାଧକଙ୍କୁ ଗୋଟିଏ ମଞ୍ଚରେ ଏକାଠି କରି ସେମାନଙ୍କ ଉତ୍କର୍ଷତାର ଜୟଗାନ କରିବା ଏହି ସମ୍ମାନ ସମାରୋହର ଉଦ୍ଦେଶ୍ୟ ବୋଲି ଓଡ଼ିଆ ମିଡିଆ ନିର୍ଦେଶକ ଶ୍ରୀ ପଣ୍ଡା କହିଛନ୍ତି। ଏହି ଅବସରରେ ସମ୍ମାନିତ ବ୍ୟକ୍ତିତ୍ୱ ଓ ଅନୁଷ୍ଠାନ ବାବଦରେ ଉଲ୍ଲେଖ ଥାଇ ଏକ ପୁସ୍ତିକା ଉନ୍ମୋଚନ ହୋଇଥିଲା।

ଓଡ଼ିଶା ଉତ୍କର୍ଷ ସମ୍ମାନ ୨୦୧୯ରେ ପୁରସ୍କୃତ ହୋଇଥିବା ୧୭ ଜଣ ପ୍ରାପକ ହେଲେ ସଂଗୀତରେ ପଦ୍ମଶ୍ରୀ ପ୍ରଫୁଲ୍ଲ କର, କଳାରେ ପଦ୍ମଶ୍ରୀ ସୁଦର୍ଶନ ସାହୁ, ନୃତ୍ୟରେ ପଦ୍ମଶ୍ରୀ ଇଲିଆନା ସିତାରିସ୍ତି, ସମାଜ ସେବାରେ ଶ୍ରୀ ଜଗଦାନନ୍ଦ, ସାହିତ୍ୟରେ ଶ୍ରୀ ହରପ୍ରସାଦ ଦାସ, ନାଟକ କ୍ଷେତ୍ରରେ ଶ୍ରୀ ଅଜିତ ଦାସ, ସିନେମାରେ ଶ୍ରୀମତୀ ମହାଶ୍ୱେତା ରାୟ, ଲୋକସେବାରେ ଶ୍ରୀ ଅରୁଣ ବୋଥ୍ରା, କ୍ରୀଡ଼ାରେ ଶ୍ରୀମତୀ ଅନୁରାଧା ବିଶ୍ୱାଳ, ସାମ୍ବାଦିକତାରେ ଶ୍ରୀ ସନ୍ଦୀପ ସାହୁ, ଉଦ୍ୟୋଗ କ୍ଷେତ୍ରରେ ଶ୍ରୀ ଜଗଦୀଶ ପ୍ରସାଦ ନାୟକ, ପ୍ରେରଣା କ୍ଷେତ୍ରରେ ଶ୍ରୀ ଅରୁଣ କୁମାର ସାବତ, ସ୍ୱାସ୍ଥ୍ୟ କ୍ଷେତ୍ରରେ ଡାକ୍ତର ଅକ୍ଷୟ କୁମାର ରାଉତ, ନେତୃତ୍ୱ କ୍ଷେତ୍ରରେ ପ୍ରିୟଦର୍ଶୀ ନାନୁପାଣି, ଶିକ୍ଷା କ୍ଷେତ୍ରରେ ଶ୍ରୀମତୀ ସବିତା ପଟ୍ଟନାୟକ, ପ୍ରଯୁକ୍ତି ବିଜ୍ଞାନ କ୍ଷେତ୍ରରେ ଶ୍ରୀ ପ୍ରଶାନ୍ତସାହୁ ଓ ସଂପଦ ପରିଚାଳନା କ୍ଷେତ୍ରରେ ଶ୍ରୀ ତ୍ରିନାଥ ଲେଙ୍କା।

ଏହି ସମ୍ମାନ ସମାରୋହରେ ବହୁସଂଖ୍ୟାରେ ଯୋଗ ଦେଇଥିବା ଆଗ୍ରହୀ ଜନସାଧାରଣଙ୍କୁ ଓଡ଼ିଆ ମିଡିଆର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା କୃତଜ୍ଞତା ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos