Advertisment

‘ଲକ୍‌ଡାଉନ୍‌ କୌଣସି ରୋଗର ଔଷଧ ନୁହେଁ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ସମୟରେ ରାଜ୍ୟ ସରକାରଙ୍କ ପରିଚାଳନାଗତ ବିଫଳତାକୁ ନେଇ ଆଜି କଂଗ୍ରେସ ସମେତ ରାଜ୍ୟର ୧୩ଟି ରାଜନୈତିକ ଦଳ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତାଲା ବନ୍ଦ ଯୋଗୁ ରାଜ୍ୟ ତଥା ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏଥିସହ ଦେଶରେ କୋଭିଡ୍ ଟେଷ୍ଟିଂ ହାର ଯଥେଷ୍ଟ କମ୍ ରହିଥିବାରୁ ସଂକ୍ରମଣ ଦିନକୁ ଦିନ ବଢି ଚାଲିଛି ବୋଲି ରାଜନୈତିକ ଦଳଗୁଡିକ ଅଭିଯୋଗ କରିଛନ୍ତି। ଏନେଇ ସେମାନେ ରାଜ୍ୟପାଳଙ୍କୁ ଭେଟି […]

‘ଲକ୍‌ଡାଉନ୍‌ କୌଣସି ରୋଗର ଔଷଧ ନୁହେଁ’

congress

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ସମୟରେ ରାଜ୍ୟ ସରକାରଙ୍କ ପରିଚାଳନାଗତ ବିଫଳତାକୁ ନେଇ ଆଜି କଂଗ୍ରେସ ସମେତ ରାଜ୍ୟର ୧୩ଟି ରାଜନୈତିକ ଦଳ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

Advertisment

ତାଲା ବନ୍ଦ ଯୋଗୁ ରାଜ୍ୟ ତଥା ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏଥିସହ ଦେଶରେ କୋଭିଡ୍ ଟେଷ୍ଟିଂ ହାର ଯଥେଷ୍ଟ କମ୍ ରହିଥିବାରୁ ସଂକ୍ରମଣ ଦିନକୁ ଦିନ ବଢି ଚାଲିଛି ବୋଲି ରାଜନୈତିକ ଦଳଗୁଡିକ ଅଭିଯୋଗ କରିଛନ୍ତି। ଏନେଇ ସେମାନେ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ଦେବେ। ଏହାସହ ଦୁର୍ଦ୍ଦଶା ଭୋଗୁଥିବା ପ୍ରବାସୀ ତଥା ଆୟକର ପରିସରଭୁକ୍ତ ହୋଇ ନଥିବା ପରିବାରକୁ ମାସିକ ୭,୫୦୦ ଟଙ୍କା ଦେବାକୁ ଦାବି ରଖିଛନ୍ତି।

ଏନେଇ ଜଣେ ବିକ୍ଷୋଭକାରୀ କହିଛନ୍ତି,“ ଆମେ ସମସ୍ତେ ଏକ ସର୍ବ ନିମ୍ନ ଦାବିକୁ ଭିତ୍ତି କରି ୧୩ଟି ରାଜନୈତିକ ଦଳ ଏକତ୍ରିତ ହୋଇଛୁ। ଆମେ ବିଚାର କରୁଛୁ କରୋନା ମୁକାବିଲା କରିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରାକର ଉଭୟେ ସଂପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି। ଲୋକଙ୍କ ଗଣତାନ୍ତ୍ରିକ ଅଧିକାରକୁ  ସଙ୍କୁଚିତ କରିବା ପାଇଁ ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌କୁ ବ୍ୟବହାର କରାଯାଉଛି। ଲକ୍‌ଡାଉନ୍‌ କେବେ ହେଲେ କୌଣସି ରୋଗର ଔଷଧ ନୁହେଁ। ଯେତିକି କରୋନା ପରୀକ୍ଷା ହେବା କଥା ସେତିକ ହେଉ ନାହିଁ।”

Advertisment

କେନ୍ଦ୍ର ସରକାର କହିଲେ, କରୋନା ଲକ୍ଷଣ ନଥିଲେ ଟେଷ୍ଟ କର ନାହିଁ, ତାହା ଠିକ୍ କଥା ନୁହେଁ। ସମସ୍ତଙ୍କ ଟେଷ୍ଟ ନିମନ୍ତେ ଦାବି କରାଯାଉଛି। ଏଥିସହ ଲୋକଙ୍କ ଭିତରେ ଯେଉଁ ଆର୍ଥିକ ଦୁଃସ୍ଥିତି ଦେଖାଦେଇଛି ତାହାକୁ ଦୂର କରିବାକୁ ତୁରନ୍ତ ପଦକ୍ଷେପ ନିଆଯାଉ।  ପ୍ରତ୍ୟେକ ପରିବାରକୁ ଆସନ୍ତା ୬ ମାସ ପର୍ଯ୍ୟନ୍ତ ମୁଣ୍ଡ ପିଛା ୧୦ କିଲୋ ଚାଉଳ କିମ୍ୱା ଗହମ ମାଗଣାରେ ଦିଆଯାଉ। ୧୪ ଦିନ କ୍ୱାରେଣ୍ଟାଇନ୍‌ ଶେଷ କରିଥିବା ପ୍ରବାସୀଙ୍କୁ ୨ ହଜାର ଟଙ୍କା ଦିଆଯାଉ। ଏଥିସହ ପିପିଇ, ମାସ୍କ ଓ ସାନିଟାଇଜ୍‌ କିଣାରେ ହୋଇଥିବା ଦୁର୍ନୀତି ବିରୋଧରେ ସରକାର ଉଚ୍ଚସ୍ତରୀୟ ତଦନ୍ତ ନିମନ୍ତେ ମଧ୍ୟ ରାଜନୈତିକ ଦଳଗୁଡ଼ିକ ଦାବି କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe