Advertisment

୧୩ ବରିଷ୍ଠ ଓଏଏସ ଅଫିସରଙ୍କୁ ପଦୋନ୍ନତି ସହ ବଦଳି

ଢେଙ୍କାନାଳ-କେନ୍ଦନୁଝର ପ୍ରମୁଖ ବନ୍ଦୋବସ୍ତ ଅଧିକାରୀ ଓଏଏସ୍ ଅଯୋଧ୍ୟାକାନ୍ତ ଶତପଥୀଙ୍କୁ ଏସଏଜିକୁ ପଦୋନ୍ନତି ପରେ ନିଜ ସ୍ଥାନରେ କାର୍ଯ୍ୟ କରିବାକୁ କୁହାଯାଇଛି ।

Loka Seva Bhavan

Loka Seva Bhavan

Advertisment

ରାଜ୍ୟ ସରକାର ଆଜି ୧୦ଜଣ ଯୁଗ୍ମ ସଚିବ ପାହ୍ୟାର ବରିଷ୍ଠ ଓଏଏସ ଅଫିସରଙ୍କୁ ପଦୋନ୍ନତି ଦେବା ସହ ବଦଳି କରିଛନ୍ତି । ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳ ଓଏଏସ୍ ସୋମନାଥ ପ୍ରଧାନଙ୍କୁ ସୁପରିଅର ଆଡମିନିଷ୍ଟ୍ରେସନ ଗ୍ରେଡ(ଏସଏଜି)କୁ ପଦୋନ୍ନତି ପରେ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଛି ।

Advertisment

ସେହିପରି ଢେଙ୍କାନାଳ-କେନ୍ଦନୁଝର ପ୍ରମୁଖ ବନ୍ଦୋବସ୍ତ ଅଧିକାରୀ ଓଏଏସ୍ ଅଯୋଧ୍ୟାକାନ୍ତ ଶତପଥୀଙ୍କୁ ଏସଏଜିକୁ ପଦୋନ୍ନତି ପରେ ନିଜ ସ୍ଥାନରେ କାର୍ଯ୍ୟ କରିବାକୁ କୁହାଯାଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ସଚିବ ସୁମିତା ବେହେରାଙ୍କୁ ଅତିରିକ୍ତ ସଚିବ ପାହ୍ୟାକୁ ପଦୋନ୍ନତି ସହ ସେହି ବିଭାଗରେ କାର୍ଯ୍ୟ କରିବାକୁ କୁହାଯାଇଛି ।

ସେହିପରି ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରାଙ୍କୁ ପଦୋନ୍ନତି ପରେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଛି । ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କୁ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଛି । ସେହିପରି ପଦ୍ମନାଭ ବେହେରାଙ୍କୁ ପଦୋନ୍ନତି ପରେ  ଅତିରିକ୍ତ ସ୍ୱତନ୍ତ୍ର ରିଲିଫ କମିଶନର, ରାଜୀବ ଲୋଚନ ସିଂହଙ୍କୁ ପଦୋନ୍ନତି ପରେ ଓଡ଼ିଶା ଷ୍ଟାଫ ସିଲେକ୍ସନ୍ କମିଶନ ସଚିବ, ସୁଧାକର ନାୟକଙ୍କୁ ପଦୋନ୍ନତି ପରେ ନିଜ ସ୍ଥାନ(ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ) ଏବଂ ବିଷ୍ଣୁପ୍ରିୟା ସାହୁଙ୍କୁ ପଦୋନ୍ନତି ପରେ ନିଜ ବିଭାଗ ସୂଚନା ଓ ଲୋକସମ୍ପର୍କରେ ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରିବାକୁ କୁହାଯାଇଛି ।

Advertisment

ସେହିପରି କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ ଦୁର୍ଗାପ୍ରସାଦ ମହାରଣାଙ୍କୁ ମହିଳା ଓ ଶିଶୁବିକାଶ ବିଭାଗର ଅତିରିକ୍ତ ସଚିବ, ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରାତିଓଙ୍କୁ ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳ ଏବଂ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନଙ୍କୁ ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଛି ।

Oas
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe