ଲମତାପୁଟ (ଜଗତ ଜୀବନ): ବୋଲେରୋରେ ଚାଲାଣ ହେଉଥିଲା ଗଞ୍ଜେଇ। ଗଞ୍ଜେଇ ଚାଲାଣ ପାଇଁ ବୋଲେରୋରେ କରାଯାଇଥିଲା ସ୍ପେଶାଲ୍ ଚାମ୍ବର। ହେଲେ ପୁଲିସ୍ ଆଖିରେ ଧୂଳି ଦେଇ ଖସି ପାରିଲେନି ଗଞ୍ଜେଇ ମାଫିଆ। ଖସି ପଳାଇଯାଉଥିବା ବେଳେ ଧରି ନେଲା ପୁଲିସ୍। ଘଟଣାଟି ଘଟିଛି କୋରାପୁଟ ଜିଲ୍ଲାରେ।
ଗିରଫ ବ୍ୟକ୍ତି ଦ୍ୱୟ ହେଲେ ବିହାରର ଚତୁରାମ ଓ ଦିଲ୍ଲୀର ରାଜିଆ ପାଶୱାନ।
ଗତକାଲି ରାତିରେ ଲମତାପୁଟ ଓ ମାଛକୁଣ୍ଡ ପୁଲିସ୍ ପାଟ୍ରୋଲିଂ କଲା ବେଳେ ଗଞ୍ଜେଇ ଭର୍ତ୍ତି ଏହି ବୋଲେରୋଟିକୁ ଅଟକାଇଥିଲେ। ହେଲେ ଗଞ୍ଜେଇ ମାଫିଆମାନେ ନଅଟକି ଦ୍ରୁତ ଗତିରେ ପଳାଇବାକୁ ଉଦ୍ୟମ କରିଥିଲେ। ତେଣୁ ପୁଲିସ୍ର ସନ୍ଦେହ ହେଲା ଓ ସେମାନଙ୍କୁ ପିଛା କରି ଧରିବାରେ ସଫଳ ହୋଇଥିଲା।
ବୋଲେରୋରୁ ୧୩୪ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କା ହେବ।
ଅଭିଯୁକ୍ତମାନେ ଆନ୍ଧ୍ରପ୍ରଦେଶରରୁ ବିହାରକୁ ଏହି ଗଞ୍ଜେଇ ଚାଲାଣ କରୁଥିଲେ। ସେମାନେ ମାଛକୁଣ୍ଡ, ଲମତାପୁଟ ଓ ଜୟପୁର ରାସ୍ତା ଦେଇ ବିହାରକୁ ଗଞ୍ଜେଇ ନେଇ ଯାଉଥିବା ବେଳେ କନାଗାଁ ଛକରେ ଧରାପଡ଼ିଥିଲେ। ଲମତାପୁଟ ପୁଲିସ୍ ସେମାନଙ୍କୁ ଗିରଫ କରିଛି।
ଅଧିକ ପଢନ୍ତୁ : ମହିଳା କ୍ରିକେଟ୍ ଟିମ୍ ଗଠନ କଲେ ବିଗ୍ ବି’, ଧୋନିଙ୍କ ଝିଅ କ୍ୟାପ୍ଟେନ୍!
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Guest Column
ରାଜା ଚକ୍ର ଖଣି କଳା କାରନାମାର କେବଳ ଗୋଟିଏ ବିନ୍ଦୁ
ରାଜ୍ୟରେ ଖଣି ସୂତ୍ରରୁ ଆଇନସିଦ୍ଧ ଭାବେ ଯାହା ଉତ୍ପାଦନ ପାଇଁ ମଞ୍ଜୁର ଦିଆଯାଉଛି ଓ ଯେଉଁଥିରୁ ରାଜ୍ୟ ସରକାର ଖଣି ରାଜସ୍ୱ ପାଉଛନ୍ତି ତାହା ବାହାରେ ଖଣିକୁ କେନ୍ଦ୍ର କରି ଲୋଡିଂ ଓ ଟ୍ରାନ୍ସପୋର୍ଟିଂ ସମେତ ସମସ୍ତ ବ୍ୟବସ୍ଥା ଏପରି କରାଯାଇଛି ଯେ, ସେଥିରେ ପ୍ରତି ସ୍ତରରେ ଟନ୍ ପିଛା ଚାନ୍ଦା ବା ବଟି ଆକାରରେ କଳାଧନ ଆଦାୟ କରାଯାଉଛି।

Guest Column
ଗ୍ରାମାଞ୍ଚଳ ଅର୍ଥନୀତିର ବାହକ ପ୍ରବାସୀ ଶ୍ରମିକ
ସେଦିନ କୋଣାର୍କ ନିକଟସ୍ଥ ଏକ ଗ୍ରାମରେ ମୋର ତାମିଲନାଡୁର ଜଣେ ବନ୍ଧୁଙ୍କ ସହିତ ସ୍ଥାନୀୟ ଯୁବକମାନେ ତାମିଲରେ କଥା ହେବା ମୋତେ କିଛି ସମୟ ଲାଗି ଆଶ୍ଚର୍ଯ୍ୟ କରିଦେଇଥିଲା। ପଚାରିବାରୁ ଜାଣିଲି ଯେ ଏବେ କିଛି ବର୍ଷ ହେବ ଉଦୟକଣି ଓ ପାଖାପାଖି ଗ୍ରାମର ଯୁବକମାନେ ତାମିଲନାଡୁର ବିଭିନ୍ନ ସହରରେ ଯାଇ କାମ କରୁଛନ୍ତି। ଆବଶ୍ୟକ ହେବା ଭଳି ତାମିଲ ଭାଷା ସେମାନେ ସେହିଠାରୁ ଶିଖିନେଇଛନ୍ତି।

Miscellaneous
ନବ ଦାସ ହତ୍ୟା ମାମଲାରେ ନୂଆ ମୋଡ଼, ତଦନ୍ତ କରିବ କି ସିବିଆଇ?
ନବଙ୍କ ପରିବାର ସଦସ୍ୟ ସିବିଆଇ ତଦନ୍ତ ପାଇଁ ଲିଖିତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଦେଇଛୁ ବୋଲି ଦାବି କରିଛନ୍ତି। ମାତ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନାରେ ସିବିଆଇ ତଦନ୍ତ ସମ୍ପର୍କରେ ଉଲ୍ଲେଖ ନଥିବାରୁ କିଏ ସତ କହୁଛି ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।

Miscellaneous
କିଟ୍ ବିବାଦ: ଗୃହରେ ଉଦବେଗ, ଉଚ୍ଚଶିକ୍ଷା ମନ୍ତ୍ରୀ ନିରବ: ଅଚ୍ୟୁତଙ୍କ ନାଁରେ ଜମି ହଡ଼ପ ମାମଲା ରୁଜୁ
କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ବିରୁଦ୍ଧରେ ଇନଫୋସିଟି ଥାନାରେ ଜମି ହଡ଼ପ ମାମଲା ରୁଜୁ ହୋଇଛି । ଆଉ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ସରକାରଙ୍କ କୋହଳ ଆଭିମୁଖ୍ୟ ଯୋଗୁ ମୁଖ୍ୟ ଅଭିଯୁକ୍ତ ଅଦ୍ୱିକ୍ ଶ୍ରୀବାସ୍ତବ ଜାମିନ ପାଇବାର ସମ୍ଭାବନା ଥିବା ଜଣାପଡ଼ିଛି ।

Miscellaneous
ଏଆଇ ଆପ୍ ଲଢ଼େଇ: ଅଜବ ଉତ୍ତର ଦେଇ ବିବାଦରେ Grok!
ମାତ୍ର ମାସେ ତଳେ ଆସିଥିବା ଏଲନ ମସ୍କଙ୍କ ଏଆଇ-ଗ୍ରକ୍-3 ତାଙ୍କ କମ୍ପାନୀ X ବା ଟ୍ୱିଟରରେ ଚାଲିଥିବା କଥାବାର୍ତ୍ତା ଓ ଆଲୋଚନାରୁ ବି ତଥ୍ୟ ନେଇ ଅନେକ ପ୍ରସଙ୍ଗରେ ମଜାଳିଆ ଢଙ୍ଗରେ ଉତ୍ତର ଦେଉଛି।