bollero
ଲମତାପୁଟ (ଜଗତ ଜୀବନ): ବୋଲେରୋରେ ଚାଲାଣ ହେଉଥିଲା ଗଞ୍ଜେଇ। ଗଞ୍ଜେଇ ଚାଲାଣ ପାଇଁ ବୋଲେରୋରେ କରାଯାଇଥିଲା ସ୍ପେଶାଲ୍ ଚାମ୍ବର। ହେଲେ ପୁଲିସ୍ ଆଖିରେ ଧୂଳି ଦେଇ ଖସି ପାରିଲେନି ଗଞ୍ଜେଇ ମାଫିଆ। ଖସି ପଳାଇଯାଉଥିବା ବେଳେ ଧରି ନେଲା ପୁଲିସ୍। ଘଟଣାଟି ଘଟିଛି କୋରାପୁଟ ଜିଲ୍ଲାରେ।
ଗିରଫ ବ୍ୟକ୍ତି ଦ୍ୱୟ ହେଲେ ବିହାରର ଚତୁରାମ ଓ ଦିଲ୍ଲୀର ରାଜିଆ ପାଶୱାନ।
ଗତକାଲି ରାତିରେ ଲମତାପୁଟ ଓ ମାଛକୁଣ୍ଡ ପୁଲିସ୍ ପାଟ୍ରୋଲିଂ କଲା ବେଳେ ଗଞ୍ଜେଇ ଭର୍ତ୍ତି ଏହି ବୋଲେରୋଟିକୁ ଅଟକାଇଥିଲେ। ହେଲେ ଗଞ୍ଜେଇ ମାଫିଆମାନେ ନଅଟକି ଦ୍ରୁତ ଗତିରେ ପଳାଇବାକୁ ଉଦ୍ୟମ କରିଥିଲେ। ତେଣୁ ପୁଲିସ୍ର ସନ୍ଦେହ ହେଲା ଓ ସେମାନଙ୍କୁ ପିଛା କରି ଧରିବାରେ ସଫଳ ହୋଇଥିଲା।
ବୋଲେରୋରୁ ୧୩୪ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କା ହେବ।
ଅଭିଯୁକ୍ତମାନେ ଆନ୍ଧ୍ରପ୍ରଦେଶରରୁ ବିହାରକୁ ଏହି ଗଞ୍ଜେଇ ଚାଲାଣ କରୁଥିଲେ। ସେମାନେ ମାଛକୁଣ୍ଡ, ଲମତାପୁଟ ଓ ଜୟପୁର ରାସ୍ତା ଦେଇ ବିହାରକୁ ଗଞ୍ଜେଇ ନେଇ ଯାଉଥିବା ବେଳେ କନାଗାଁ ଛକରେ ଧରାପଡ଼ିଥିଲେ। ଲମତାପୁଟ ପୁଲିସ୍ ସେମାନଙ୍କୁ ଗିରଫ କରିଛି।
ଅଧିକ ପଢନ୍ତୁ : ମହିଳା କ୍ରିକେଟ୍ ଟିମ୍ ଗଠନ କଲେ ବିଗ୍ ବି’, ଧୋନିଙ୍କ ଝିଅ କ୍ୟାପ୍ଟେନ୍!
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/01/bollero.jpg)