Advertisment

ଯୁକ୍ତ ଦୁଇ ଶ୍ରେଣୀରେ ୧୩୪୬୮ଟି ସିଟ୍ ବୃଦ୍ଧି, ଅପଗ୍ରେଡ୍ ହେଲା ୧୦୬ଟି ହାଇସ୍କୁଲ

ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟରେ ୧୦୦ଟି ହାଇସ୍କୁଲରେ ଏକାଦଶ ଶ୍ରେଣୀରେ କଳା ଓ ୬ଟି ହାଇସ୍କୁଲରେ ଏକାଦଶ ଶ୍ରେଣୀରେ ବିଜ୍ଞାନ ବିଷୟରେ ଶିକ୍ଷାଦାନ କରାଯିବ

Student

Student

Advertisment

ଚଳିତ ଶିକ୍ଷାବର୍ଷରେ ରାଜ୍ୟରେ ମାଟ୍ରିକ ପରୀକ୍ଷାରେ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହେବାପରେ ରାଜ୍ୟ ସରକାର ଆଜି ଯୁକ୍ତ ଦୁଇ ଅବା ଏକାଦଶ ଶ୍ରେଣୀରେ  ସିଟ୍ ସଂଖ୍ୟାରେ ବୃଦ୍ଧି କରିଛନ୍ତି । ୧୦୬ଟି ହାଇସ୍କୁଲରେ ଏକାଦଶ ଶ୍ରେଣୀ(କଳା ଓ ବିଜ୍ଞାନ ବର୍ଗରେ)ରେ ମୋଟ ୧୩୪୬୮ଟି ନୂଆ ସିଟ୍ ସୃଷ୍ଟି କରିଛନ୍ତି । ଗତ ୪ଦିନ ତଳେ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାରେ ୯୬.୪ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିଲେ । ଏତେ ସଂଖ୍ୟକ ପିଲା ପାସ୍ କରିଥିବାରୁ ଚଳିତ ଶିକ୍ଷାବର୍ଷରେ ରାଜ୍ୟରେ ଯୁକ୍ତ ଦୁଇ ଶ୍ରେଣୀରେ ସିଟ୍ ଅଭାବ ଦେଖାଦେଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଥିଲା ।

Advertisment

ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟରେ ୧୦୦ଟି ହାଇସ୍କୁଲରେ ଏକାଦଶ ଶ୍ରେଣୀରେ କଳା ଓ ୬ଟି ହାଇସ୍କୁଲରେ ଏକାଦଶ ଶ୍ରେଣୀରେ ବିଜ୍ଞାନ ବିଷୟରେ ଶିକ୍ଷାଦାନ କରାଯିବ । ଏଥିପାଇଁ ସମ୍ପୃକ୍ତ ସ୍କୁଲଗୁଡ଼ିକୁ ଉନ୍ନୀତିକରଣ କରାଯାଇଛି । ଏହି ସ୍କୁଲଗୁଡ଼ିକରେ ଏକାଦଶ ଶ୍ରେଣୀରେ ୨ଟି ଲେଖାଏଁ ସେକ୍ସନ୍ ଖୋଲିବାକୁ ନିଷ୍ପତ୍ତି ହୋଇଛି । ପ୍ରତ୍ୟେକ ସେକ୍ସନରେ ୬୪ଜଣ ଲେଖାଏଁ ପିଲା(ମୋଟ ୧୨୮ଟି ସିଟ) ନାମ ଲେଖାଇ ପାରିବେ । ଏହା ଦ୍ୱାରା ରାଜ୍ୟର ୧୦୬ଟି ସରକାରୀ ସ୍କୁଲରେ ମୋଟ ୧୩୪୬୮ଟି ସିଟ୍ ନାମଲେଖା ପାଇଁ ବୃଦ୍ଧି ପାଇବ । ସମ୍ପୃକ୍ତ ହାଇସ୍କୁଲଗୁଡ଼ିକର ପ୍ରଧାନ ଶିକ୍ଷକମାନେ ଏବେ ଭାରପ୍ରାପ୍ତ ପ୍ରିନ୍ସିପାଲ ଭାବେ କାର୍ଯ୍ୟ କରିବା ପାଇଁ ସେମାନଙ୍କୁ ରାଜ୍ୟସ୍ତରରେ ପ୍ରଶିକ୍ଷଣ ଦିଆଯାଇଛି । ଏହି ସ୍କୁଲଗୁଡ଼ିକରେ ଶିକ୍ଷାଦାନ ନିମନ୍ତେ ଅତିଥି ଶିକ୍ଷକଙ୍କୁ ନିୟୋଜନ କରିବାକୁ ସ୍କୁଲସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି ।

ସୂଚନାଯୋଗ୍ୟ, ଚଳିତ ଶିକ୍ଷାବର୍ଷରେ ମୋଟ ୫. ୧୯ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ଓ ସେମାନଙ୍କ ମଧ୍ୟରୁ ୯୬.୪ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି ।

Advertisment
Odisha Education
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe