Advertisment

ଯୁକ୍ତ ଦୁଇ ମୂଲ୍ୟାୟନ ପଦ୍ଧତି ନିର୍ଦ୍ଧାରଣ କରିବେ ୧୪ଜଣିଆ କମିଟି, ୧୦ଦିନରେ ଦେବେ ରିପୋର୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସଂକ୍ରମଣ ଆଶଙ୍କାରେ ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବା ପରେ ଆଜି ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୧୪ଜଣିଆ ବିଶେଷଜ୍ଞ କମିଟି ଗଠନ ହୋଇଛି। ଏହି କମିଟି ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କ ମାର୍କ କିଭଳି ନିର୍ଦ୍ଧାରଣ କରାଯିବ ସେ ନେଇ ଆସନ୍ତା ୧୦ଦିନ ମଧ୍ୟରେ ନିଜର ରିପୋର୍ଟ ଦେବେ। ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାରି ବିଜ୍ଞପ୍ତି […]

ଅଦ୍ୟତନ ହୋଇଛି
ଯୁକ୍ତ ଦୁଇ ମୂଲ୍ୟାୟନ; ୧୫ ଦିନ ଭିତରେ ଗଠନ ହେବ ବିଶେଷଜ୍ଞ କମିଟି

Samir Ranjan Dash

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସଂକ୍ରମଣ ଆଶଙ୍କାରେ ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବା ପରେ ଆଜି ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୧୪ଜଣିଆ ବିଶେଷଜ୍ଞ କମିଟି ଗଠନ ହୋଇଛି। ଏହି କମିଟି ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କ ମାର୍କ କିଭଳି ନିର୍ଦ୍ଧାରଣ କରାଯିବ ସେ ନେଇ ଆସନ୍ତା ୧୦ଦିନ ମଧ୍ୟରେ ନିଜର ରିପୋର୍ଟ ଦେବେ।

Advertisment

ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟ ସରକାର ୨୦୨୧ ମସିହାର ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ କରିବାକୁ ନିଷ୍ପତ୍ତିନେଇଛନ୍ତି। ଉଭୟ ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କୁ କେଉଁ ଆଧାରରେ ମୂଲ୍ୟାୟନ କରାଯିବ ତା’ର ବିକଳ୍ପ ବ୍ୟବସ୍ଥା ସମ୍ପର୍କରେ ସରକାରଙ୍କୁ ପରାମର୍ଶ ଦେବାକୁ ଏକ ବିଶେଷଜ୍ଞ କମିଟି ଗଠନ ହୋଇଛି।

କମିଟିରେ ରହିଥିବା ସଦସ୍ୟମାନେ ହେଲେ ଡଃ ସୁଶାନ୍ତ କୁମାର ଦାସ, ଡଃ ସୁବାସ ଚନ୍ଦ୍ର ଦାସ, ଡଃ ସମ୍ବିତ କୁମାର ନାୟକ, ଡଃ ମିହିର କୁମାର ଦାସ, ଡଃ ପ୍ରଦୀପ କୁମାର ବେହେରା, ଡଃ ବନମାଳୀ ପଣ୍ଡା, ଡଃ ରଞ୍ଜନ କୁମାର ବଳ, ଡଃ ମମତା ପତ୍ରୀ, ଡଃ ପରୀକ୍ଷିତ ଦାଶ, ରଞ୍ଜିତା ମିଶ୍ର ରହିଥିବାବେଳେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପାଧ୍ୟକ୍ଷ ଡଃ ତୁଷାରକାନ୍ତି ତ୍ରିପାଠୀ, ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗର ଉପନିର୍ଦ୍ଦେଶକ ଡଃ ଭାଗିରଥୀ କାଣ୍ଡି, ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦର ବିଜୟ କୁମାର ସାହୁ ଓ ଶୁଭ୍ରାଂଶୁ ବେହେରା ଏହି କମିଟିରେ ସଦସ୍ୟ ଅଛନ୍ତି।

Advertisment

ସୂଚନାଯୋଗ୍ୟ, ଆଜି ପୂର୍ବାହ୍ନରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୂଲ୍ୟାୟନ ପାଇଁ ଏକ ବିଶେଷଜ୍ଞ କମିଟି ଗଠନ ହେବ। ସୁପ୍ରିମକୋର୍ଟ ୧୫ଦିନ ସମୟ ଦେଇଥିବାରୁ ତା’ଭିତରେ ବିଭାଗ କମିଟି ଗଠନ କରିବ। ସିବିଏସଇ ପଲିସକୁ ଅନୁଧ୍ୟାନ କରି କମିଟି ସଦସ୍ୟ ତର୍ଜମା କରିବେ । କମିଟିରେ ବିଶିଷ୍ଟ ଶିକ୍ଷାବିତ୍ ଓ ସିଏଚଏସଇ କର୍ତ୍ତୃପକ୍ଷ ସଦସ୍ୟ ରହିବେ । ଛାତ୍ରଛାତ୍ରୀମାନେ ଯେପରି ଅସୁବିଧାର ସମ୍ମୁଖୀନ ନହେବେ ତାହା ଉପରେ ଗୁରୁତ୍ୱ ଦିଆଯିବ । ସିବିଏସ୍‌ଇ ଓ ଆଇସିଏସଇ ପରୀକ୍ଷାଫଳ ଯେବେ ବାହାରିବ ଏଠାରେ ସେହି ସମୟରେ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe