Advertisment

ସାଉଦି ଆରବରେ ଫସିଛନ୍ତି ଓଡ଼ିଆ ଶ୍ରମିକ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟ): ଗଞ୍ଜାମ ଜିଲ୍ଲାର ୧୪ ଜଣ ଶ୍ରମିକ ରୋଜଗାର ଆଶାରେ ଦଲାଲଙ୍କ ଜରିଆରେ ସାଉଦି ଆରବ ଯାଇ ସେଠାରେ ଏବେ ନିର୍ଯାତନା ଭୋଗୁଛନ୍ତି। ପୀଡ଼ିତମାନେ ଏସମ୍ପର୍କିତ ଏକ ଭିଡିଓକୁ ସୋଶାଲ୍‌ ମିଡିଆରେ ଛାଡ଼ିବା ସହ ସେମାନଙ୍କୁ ଉଦ୍ଧାର କରିବାକୁ ନିବେଦନ କରିଛନ୍ତି। ଜିଲ୍ଲାର ସାନ ଉସ୍ତାପଡ଼ା, ଗୁଣସାଗର, ବିକ୍ରମପୁର ଆଦି ଅଞ୍ଚଳରୁ ଏହି ୧୪ ଜଣଙ୍କୁ ମୋଟା ଅଙ୍କର ଦରମା ପ୍ରଲୋଭନ ଦେଖାଇ ୨ଜଣ ଦଲାଲ ସାଉଦି ଆରବ ନେଇ ଯାଇଥିଲେ । ଏଥିପାଇଁ […]

ଅଦ୍ୟତନ ହୋଇଛି
ସାଉଦି ଆରବରେ ଫସିଛନ୍ତି ଓଡ଼ିଆ ଶ୍ରମିକ

ganjam

Advertisment

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟ): ଗଞ୍ଜାମ ଜିଲ୍ଲାର ୧୪ ଜଣ ଶ୍ରମିକ ରୋଜଗାର ଆଶାରେ ଦଲାଲଙ୍କ ଜରିଆରେ ସାଉଦି ଆରବ ଯାଇ ସେଠାରେ ଏବେ ନିର୍ଯାତନା ଭୋଗୁଛନ୍ତି।

Advertisment

ପୀଡ଼ିତମାନେ ଏସମ୍ପର୍କିତ ଏକ ଭିଡିଓକୁ ସୋଶାଲ୍‌ ମିଡିଆରେ ଛାଡ଼ିବା ସହ ସେମାନଙ୍କୁ ଉଦ୍ଧାର କରିବାକୁ ନିବେଦନ କରିଛନ୍ତି।

ଜିଲ୍ଲାର ସାନ ଉସ୍ତାପଡ଼ା, ଗୁଣସାଗର, ବିକ୍ରମପୁର ଆଦି ଅଞ୍ଚଳରୁ ଏହି ୧୪ ଜଣଙ୍କୁ ମୋଟା ଅଙ୍କର ଦରମା ପ୍ରଲୋଭନ ଦେଖାଇ ୨ଜଣ ଦଲାଲ ସାଉଦି ଆରବ ନେଇ ଯାଇଥିଲେ । ଏଥିପାଇଁ ଦଲାଲ ପ୍ରତ୍ୟେକଙ୍କଠାରୁ ୧ଲକ୍ଷ ଟଙ୍କା ନେଇଥିବା ମଧ୍ୟ ଅଭିଯୋଗ ହୋଇଛି ।

Advertisment

ସାଉଦି ଆରବରେ ସେମାନଙ୍କୁ ପାରିଶ୍ରମିକ ଦିଆ ନ ଯିବା ସହ ୧୨ ଘଣ୍ଟା ପରିଶ୍ରମ ପରେ ଠିକ୍ ଭାବେ ଖାଇବାକୁ ଦିଆଯାଉ ନ ଥିବା ଅଭିଯୋଗ ହୋଇଛି।

ଏହି ଭିଡିଓ ଦେଖିବା ପରେ ସେମାନଙ୍କ ପରିବାର ଲୋକେ ଜିଲ୍ଲାପାଳଙ୍କୁ ଭେଟିଛନ୍ତି। ଜିଲ୍ଲାପାଳ କହିଛନ୍ତି, ତୁରନ୍ତ ଏ ଦିଗରେ ପଦକ୍ଷେପ ନିଆଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe