Advertisment

‘କରୋନାରେ ୧୪ ପୁଲିସ କର୍ମଚାରୀ ମୃତ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ରାଜ୍ୟରେ ଏଯାବତ ୧୪ ପୁଲିସ କର୍ମଚାରୀଙ୍କ କରୋନାରେ ମୃତ୍ୟୁ ହୋଇଛି।  ମୃତ ପୁଲିସ କର୍ମଚାରୀଙ୍କ ପରିବାରକୁ ସାହାଯ୍ୟ ପାଇଁ ଉଦ୍ୟମ କରାଯାଉଛି ବୋଲି ପୁଲିସ ମହାନିର୍ଦ୍ଦେଶକ ଅଭୟ ଏନେଇ ସୂଚନା ଦେଇଛନ୍ତି। କରୋନା ମହାମାରୀ କବଳରେ କରୋନା ଯୋଦ୍ଧା ଭାବରେ କେବଳ ପୁଲିସ ବିଭାଗ ନୁହେଁ,  ଅନ୍ୟ ବିଭାଗରେ କାର୍ଯ୍ୟରତ ଥିବା କୋଭିଡ୍ ଯୋଦ୍ଧାଙ୍କର ମଧ୍ୟ ଜୀବନ ଯାଇଛି। କିଛି ଦିନ ତଳେ ରାଉରକେଲାରେ କରୋନା ସଂକ୍ରମଣ ଯୋଗୁଁ ଜଣେ କୋଭିଡ ଯୋଦ୍ଧା […]

author-image
Puspanjali Panda
ଅଦ୍ୟତନ ହୋଇଛି
‘କରୋନାରେ ୧୪ ପୁଲିସ କର୍ମଚାରୀ ମୃତ’

police

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ରାଜ୍ୟରେ ଏଯାବତ ୧୪ ପୁଲିସ କର୍ମଚାରୀଙ୍କ କରୋନାରେ ମୃତ୍ୟୁ ହୋଇଛି।  ମୃତ ପୁଲିସ କର୍ମଚାରୀଙ୍କ ପରିବାରକୁ ସାହାଯ୍ୟ ପାଇଁ ଉଦ୍ୟମ କରାଯାଉଛି ବୋଲି ପୁଲିସ ମହାନିର୍ଦ୍ଦେଶକ ଅଭୟ ଏନେଇ ସୂଚନା ଦେଇଛନ୍ତି।

Advertisment

କରୋନା ମହାମାରୀ କବଳରେ କରୋନା ଯୋଦ୍ଧା ଭାବରେ କେବଳ ପୁଲିସ ବିଭାଗ ନୁହେଁ,  ଅନ୍ୟ ବିଭାଗରେ କାର୍ଯ୍ୟରତ ଥିବା କୋଭିଡ୍ ଯୋଦ୍ଧାଙ୍କର ମଧ୍ୟ ଜୀବନ ଯାଇଛି। କିଛି ଦିନ ତଳେ ରାଉରକେଲାରେ କରୋନା ସଂକ୍ରମଣ ଯୋଗୁଁ ଜଣେ କୋଭିଡ ଯୋଦ୍ଧା ଡାକ୍ତରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ରାଉରକେଲା ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ଅରୁଣ କୁମାର ଦାଶ।

ସେହିପରି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ବରଗାଁ ପ୍ରାଥମିକ ଚିକିତ୍ସାଳୟର ଫାର୍ମାସିଷ୍ଟ ସୁରେଶ ଚନ୍ଦ୍ର ବିଷୋୟୀ ପ୍ରାଣ ହରାଇଥିଲେ। କରୋନାରେ ଶିକାର ହୋଇଥିବା ରାଉରକେଲାର ଡାକ୍ତର ଅରୁଣ କୁମାର ଦାଶ ଓ ଭଞ୍ଜନଗରର ଫାର୍ମାସିଷ୍ଟ ସୁରେଶ ଚନ୍ଦ୍ର ବିଷୋୟୀଙ୍କୁ ଶେଷ ସମ୍ମାନ ଦିଆଯାଇଥିଲା।

Advertisment

ରାଜ୍ୟରେ ୨୪ ଘଣ୍ଟାରେ ୩୦ ଜିଲ୍ଲାରୁ ୩, ୩୮୪ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୨, ୧୨୮ ଓ ଲୋକାଲ କେସ୍‌ ୧, ୨୫୬ଟି ରହିଥିଊଆ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।