Advertisment

ରୋଷେଇ ଘରୁ ୧୪ଟି ନାଗ ସାପ ଛୁଆ ଉଦ୍ଧାର

ଯାଜପୁର (ଅଭୟ ପତି): ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ସାରଙ୍ଗପୁର ଗ୍ରାମର ପଦ୍ମଲୋଚନ ମହାନ୍ତଙ୍କ ରୋଷେଇ ଘରୁ ୧୪ଟି ନାଗ ସାପ ଛୁଆ ଉଦ୍ଧାର କରାଯାଇଛି। ପଦ୍ମଲୋଚନ ନିଜ ଘରେ ନାଗ ସାପ ଛୁଆ ବାରମ୍ବାର ବାହାରିବା ଦେଖିଥିଲେ। ଏହାପରେ ସେ ସୁକିନ୍ଦାର ସ୍ନେକ ହେଲ୍ପଲାଇନ ସଦସ୍ୟ ସୌମ୍ୟଜିତ ବେହୁରାଙ୍କୁ ଯୋଗାଯୋଗ କରିଥିଲେ। ସୌମ୍ୟାଜିତ ତାଙ୍କ ଘରେ ସବୁସ୍ଥାନ ତନଖି ଦେଖିଥିଲେ ଓ ପରେ ରୋଷେଇ ଘରର ଗ୍ୟାସ ଟାଙ୍କି କଡ଼ରେ ଥିବା ଏକ ଗର୍ତ୍ତରୁ ୧୪ଟି […]

ରୋଷେଇ ଘରୁ ୧୪ଟି ନାଗ ସାପ ଛୁଆ ଉଦ୍ଧାର

snake

Advertisment

ଯାଜପୁର (ଅଭୟ ପତି): ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ସାରଙ୍ଗପୁର ଗ୍ରାମର ପଦ୍ମଲୋଚନ ମହାନ୍ତଙ୍କ ରୋଷେଇ ଘରୁ ୧୪ଟି ନାଗ ସାପ ଛୁଆ ଉଦ୍ଧାର କରାଯାଇଛି।

Advertisment

ପଦ୍ମଲୋଚନ ନିଜ ଘରେ ନାଗ ସାପ ଛୁଆ ବାରମ୍ବାର ବାହାରିବା ଦେଖିଥିଲେ। ଏହାପରେ ସେ ସୁକିନ୍ଦାର ସ୍ନେକ ହେଲ୍ପଲାଇନ ସଦସ୍ୟ ସୌମ୍ୟଜିତ ବେହୁରାଙ୍କୁ ଯୋଗାଯୋଗ କରିଥିଲେ। ସୌମ୍ୟାଜିତ ତାଙ୍କ ଘରେ ସବୁସ୍ଥାନ ତନଖି ଦେଖିଥିଲେ ଓ ପରେ ରୋଷେଇ ଘରର ଗ୍ୟାସ ଟାଙ୍କି କଡ଼ରେ ଥିବା ଏକ ଗର୍ତ୍ତରୁ ୧୪ଟି ନାଗ ସାପ ଛୁଆଙ୍କୁ ଉଦ୍ଧାର କରିଥିଲେ।

ଏହାପରେ ସୁରକ୍ଷିତ ଅବସ୍ଥାରେ ସେହି ନାଗ ଛୁଆଙ୍କୁ ଏକ ପ୍ଲାଷ୍ଟିକ ଜାରରେ ନେଇ ନିକଟସ୍ଥ ଜଙ୍ଗଲରେ ଛାଡ଼ିଦେଇଥିବା ସୂଚନା ମିଳିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe