Advertisment

ଉତ୍ତର ଦେଇପାରିଲେନି ପିଲା, ଗଣିତ ସାର୍‌ଙ୍କ ମାଡ଼ରେ ୧୪ ଆହତ

ବାସୁଦେବପୁର (କିରୀଟି ଦାସ): କ୍ଲାସ୍‌ରେ ଗଣିତ ସାର୍‌ ଜ୍ୟାମିତି ପଢ଼ାଇଲେ। ଜ୍ୟାମିତିର ଜଟିଳ ସୂତ୍ର ବୁଝିପାରିଲେ କି ନାହିଁ ଜାଣିବା ପାଇଁ ସାର୍‌ ପଚାରିଲେ ପ୍ରଶ୍ନ। ହେଲେ ପିଲାମାନେ ଉତ୍ତର ଦେଇପାରିଲେନି। ଆଉ ତା’ପରେ ସାରଙ୍କ ମଗଜକୁ ପିତ ଉଠିଗଲା। ଛାତ୍ରଛାତ୍ରୀଙ୍କୁ ନିର୍ଘାମ ମାଡ଼ ମାରିଲେ। ସାରଙ୍କ ମାଡ଼ରେ ୧୪ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଏପରି ଅଭିଯୋଗ ଭଦ୍ରକ ଜିଲ୍ଲାରୁ ଆସିଛି। ବାସୁଦେବପୁର ବ୍ଲକ୍‌ ସୁନାମୁହିଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଗଣିତ ଶିକ୍ଷକ କଳ୍ପତରୁ ମଲ୍ଲିକ […]

ଅଦ୍ୟତନ ହୋଇଛି
ଉତ୍ତର ଦେଇପାରିଲେନି ପିଲା, ଗଣିତ ସାର୍‌ଙ୍କ ମାଡ଼ରେ ୧୪ ଆହତ

Basudevpur

Advertisment

ବାସୁଦେବପୁର (କିରୀଟି ଦାସ): କ୍ଲାସ୍‌ରେ ଗଣିତ ସାର୍‌ ଜ୍ୟାମିତି ପଢ଼ାଇଲେ। ଜ୍ୟାମିତିର ଜଟିଳ ସୂତ୍ର ବୁଝିପାରିଲେ କି ନାହିଁ ଜାଣିବା ପାଇଁ ସାର୍‌ ପଚାରିଲେ ପ୍ରଶ୍ନ। ହେଲେ ପିଲାମାନେ ଉତ୍ତର ଦେଇପାରିଲେନି। ଆଉ ତା’ପରେ ସାରଙ୍କ ମଗଜକୁ ପିତ ଉଠିଗଲା। ଛାତ୍ରଛାତ୍ରୀଙ୍କୁ ନିର୍ଘାମ ମାଡ଼ ମାରିଲେ। ସାରଙ୍କ ମାଡ଼ରେ ୧୪ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଏପରି ଅଭିଯୋଗ ଭଦ୍ରକ ଜିଲ୍ଲାରୁ ଆସିଛି।

Advertisment

ବାସୁଦେବପୁର ବ୍ଲକ୍‌ ସୁନାମୁହିଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଗଣିତ ଶିକ୍ଷକ କଳ୍ପତରୁ ମଲ୍ଲିକ ଆଜି ଅଷ୍ଟମ ଶ୍ରେଣୀରେ ଜ୍ୟାମିତି ପଢ଼ାଉଥିଲେ। ପାଠ ପଢାଇସାରିବା ପରେ ପିଲାଙ୍କୁ ପ୍ରଶ୍ନ ପଚାରିଥିଲେ ସାର୍‌। ହେଲେ କେତେକ ପିଲା ସାରଙ୍କ ପ୍ରଶ୍ନର ଉତ୍ତର ଦେଇପାରିଲେ ନାହିଁ। ଏଥିରେ ଉତ୍ତ୍ୟକ୍ତ ହୋଇ ଗଣିତ ଶିକ୍ଷକ ଏକ ଡାଙ୍ଗରେ ପିଲାମାନଙ୍କୁ ନିର୍ଘାତ ମାଡ଼  ମାରିଥିଲେ।

ସାରଙ୍କ ମାଡ଼ରେ କ୍ଲାସର ପାଖାପାଖି ୧୪ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିଲେ। ଏହି ଘଟଣା ପ୍ରଘଟ ହେବା ପରେ ସ୍କୁଲରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅଭିଭାବକମାନେ ବିଦ୍ୟାଳୟକୁ ଯାଇ ହୋ-ହାଲ୍ଲା କରିଥିଲେ। ତେବେ ୫ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ବାସୁଦେବପୁର ଡାକ୍ତଖାନାରେ ଭର୍ତ୍ତି କରାଯାଇଛି। ଏନେଇ ଥାନାରେ ଅଭିଯୋଗ ହୋଇନଥିଲେ ମଧ୍ୟ କଶିଆ ସାମୁଦ୍ରିକ ଥାନା ପୁଲିସ୍‌ ଅଟକ ରଖିଥିବା ଜଣାପଡ଼ିଛି।

Advertisment

ଗଣିତ ଶିକ୍ଷକ କଳ୍ପତରୁ ମଲ୍ଲିକ କହିଛନ୍ତି, ପିଲାମାନେ ବଦ୍‌ମାସ କରୁଥିଲେ। ପଚାରିଥିବା ପ୍ରଶ୍ନର ଉତ୍ତର ଦେଇପାରିଲେନି। ସେଥିପାଇଁ କିଛି ପିଲାଙ୍କୁ ସାମାନ୍ୟ ମାଡ଼ ମାରିଥିଲି। କିନ୍ତୁ ପିଲାମାନେ ବଢ଼ାଇ ଚଢ଼ାଇ କହୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe