Advertisment

ସୁଶାନ୍ତଙ୍କ ପାଇଁ ଆତ୍ମହତ୍ୟା କଲେ ଛାତ୍ରଛାତ୍ରୀ, ଓଡ଼ିଶାରୁ ବି ଜଣେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କର ମୃତ୍ୟୁ ପରେ ସୁଶାନ୍ତଙ୍କ ଫ୍ୟାନ୍‌ ବା ପ୍ରଶଂସକମାନଙ୍କୁ ଶକ୍ତ ଧକ୍କା ଲାଗିଛି। ତାଙ୍କ ମୃତ୍ୟୁ ଖବରକୁ ଫ୍ୟାନ୍ସ ଏଯାଏ ସହଜରେ ଗ୍ରହଣ କରିପାରୁନାହାନ୍ତି। ସୁଶାନ୍ତଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଥିବା ଫ୍ୟାନ୍ସ ଆତ୍ମହତ୍ୟା କରୁଥିବା ଖବର ଏବେ ସାରା ଦେଶରେ ଚହଳ ପକାଇଛି। ସୁଶାନ୍ତଙ୍କ ମୃତ୍ୟୁକୁ ୫ ଦିନ ନପୂରୁଣୁ ଉତ୍ତରପ୍ରଦେଶ, ବିହାର ଓ ଓଡ଼ିଶାକୁ ମିଶାଇ ୪ ଜଣ ସ୍କୁଲ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ମଧ୍ୟପ୍ରଦେଶର […]

ଅଦ୍ୟତନ ହୋଇଛି
ସୁଶାନ୍ତଙ୍କ ପାଇଁ ଆତ୍ମହତ୍ୟା କଲେ ଛାତ୍ରଛାତ୍ରୀ, ଓଡ଼ିଶାରୁ ବି ଜଣେ

ଆତ୍ମହତ୍ୟା କଲେ ଛାତ୍ରଛାତ୍ରୀ,

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କର ମୃତ୍ୟୁ ପରେ ସୁଶାନ୍ତଙ୍କ ଫ୍ୟାନ୍‌ ବା ପ୍ରଶଂସକମାନଙ୍କୁ ଶକ୍ତ ଧକ୍କା ଲାଗିଛି। ତାଙ୍କ ମୃତ୍ୟୁ ଖବରକୁ ଫ୍ୟାନ୍ସ ଏଯାଏ ସହଜରେ ଗ୍ରହଣ କରିପାରୁନାହାନ୍ତି। ସୁଶାନ୍ତଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଥିବା ଫ୍ୟାନ୍ସ ଆତ୍ମହତ୍ୟା କରୁଥିବା ଖବର ଏବେ ସାରା ଦେଶରେ ଚହଳ ପକାଇଛି। ସୁଶାନ୍ତଙ୍କ ମୃତ୍ୟୁକୁ ୫ ଦିନ ନପୂରୁଣୁ ଉତ୍ତରପ୍ରଦେଶ, ବିହାର ଓ ଓଡ଼ିଶାକୁ ମିଶାଇ ୪ ଜଣ ସ୍କୁଲ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି।

Advertisment

ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଜଣେ ୨୦ ବର୍ଷୀୟ ଯୁବତୀ ବେକରେ ରଶି ଲଗାଇ ସୁଶାନ୍ତଙ୍କ ପାଇଁ ଆତ୍ମହତ୍ୟା କରିଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ଯୁବତୀ ଜଣକ ଆତ୍ମହତ୍ୟାର କିଛି ସମୟ ପୂର୍ବରୁ ସୁଶାନ୍ତଙ୍କ ପରି ବେକରେ ରଶି ଲଗାଇ ଆତ୍ମହତ୍ୟା କରିବେ ବୋଲି ପରିବାର ଲୋକଙ୍କୁ କହିଥିବା ଜଣାପଡ଼ିଛି।

ଏହିପରି ଏକ ସମାନ ଘଟଣା ଉତ୍ତର ପ୍ରଦେଶ ବରେଲୀରେ ମଧ୍ୟ ଦେଖିବାକୁ ମିଳିଥିଲା। ସୁଶାନ୍ତଙ୍କ ମୃତ୍ୟୁ ଖବର ଟିଭିରେ ଦେଖିବା ସଙ୍ଗେ ସଙ୍ଗେ ଜଣେ ଛାତ୍ର ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ପରେ ଛାତ୍ର ଜଣକ ସୁଇସାଇଡ୍ ନୋଟ୍‌ରେ ଲେଖିଥିଲେ, ‘ଯଦି ଅଭିନେତା ସୁଶାନ୍ତ ସିଂହ ରାଜପୁତ ଡିପ୍ରେସନ୍‌ ଯୋଗୁଁ ଆତ୍ମହତ୍ୟା କରିପାରୁଛନ୍ତି, ତେବେ ମୁଁ କାହିଁକି ନୁହେଁ?’

Advertisment

ସେହିପରି ବିହାର ପାଟଣାର ଜଣେ ୧୭ ବର୍ଷୀୟ ଝିଅ ସୁଶାନ୍ତଙ୍କ ପାଇଁ ଆତ୍ମହତ୍ୟା କରିଥିବା ମାମଲା ଦାୟର ହୋଇଥିଲା। ପରିବାର ଲୋକଙ୍କ କହିବା ଅନୁଯାୟୀ ଦଶମ ଶ୍ରେମୀରେ ପଢୁଥିବା ଇଶିକା କୁମାରୀ ପରୀକ୍ଷା ରେଜଲ୍ଟକୁ ନେଇ ଚିନ୍ତାରେ ରହିଥିଲେ। ରବିବାର ସନ୍ଧ୍ୟାରେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ହୋଇଥିବା ଜାଣିବା ପରେ ସୋଶାଲ ମିଡିଆ ଓ ଟିଭିରେ ବାରମ୍ୱାର ଏହି ଖବରକୁ ଦେଖି ଦୁଃଖରେ ଭାଙ୍ଗି ପଡ଼ିଥିଲେ। ପରେ ପରିବାର ଲୋକ ଇଶିକାଙ୍କୁ ବେକରେ ଶାଢ଼ୀ ଲଗାଇ ଫ୍ୟାନ୍‌ରେ ଝୁଲି ପଡ଼ିଥିବା ଦେଖିବାକୁ ପାଇଥିଲେ। ଇଶିକାଙ୍କ ପୋଷ୍ଟ ମର୍ଟମ୍‌ ରିପୋର୍ଟ ଆସିବା ପରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା।

ଏହିପରି ଏକ ସମାନ ଘଟଣା କଟକରେ ମଧ୍ୟ ଦେଖାଯାଇଛି। ଜଣେ ନବମ ଶ୍ରେଣୀର ଛାତ୍ରୀ ସୁଶାନ୍ତଙ୍କ ମୃତ୍ୟୁର ଚାରି ଦିନ ପରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସୂଚନା ଅନୁସାରେ ଏହି ୧୪ ବର୍ଷୀୟ ଛାତ୍ରୀ ଜଣକ ସରସ୍ୱତୀ ଶିଶୁ ମନ୍ଦିରରେ ପଢୁଥିଲେ ଏବଂ ସୁଶାନ୍ତଙ୍କ ମୃତ୍ୟୁ ଖବର ଶୁଣିବା ପରେ ଡିପ୍ରେସନରେ ରହିଥିଲେ। ଗତକାଲି ଘରେ କେହି ନଥିବାର ସୁଯୋଗ ନେଇ ଛାତ୍ରୀ ଜଣକ ଫ୍ୟାନ୍‌ରେ ଝୁଲି ପଡ଼ିଥିବା ଜଣାପଡ଼ିଛି। ଏହି ମାମଲାକୁ ନେଇ ପୁଲିସର ତଦନ୍ତ ଜାରି ରହିଛି।

ତେବେ ଏଠାରେ ଆମେ କହିରଖୁଛୁ, ଆତ୍ମହତ୍ୟା କୌଣସି ସମାଧାନର ବାଟ ନୁହେଁ। ସମସ୍ୟା ସହିତ ଲଢ଼ି, ଏହାର ସମାଧାନ କରିବା ପାଇଁ ଚେଷ୍ଟା କରନ୍ତୁ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଥିରେ ଅଧିକ ନାବାଳକ ନାବାଳିକା ରହିଥିବାରୁ ପିଲା କିପରି ମାନସିକ ଚାପରୁ ଦୂରେଇ ରହିବେ ଅଭିଭାବକ ଯତ୍ନବାନ୍ ହେବା ଉଚିତ୍‌।

Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe