Advertisment

ତପସ୍ୱିନୀଙ୍କ ଶ୍ୱଶୁର ଘର ଆଗରେ ଗହଳି ମନା, ଲାଗୁ ହେଲା ୧୪୪ ଧାରା

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ବ୍ରହ୍ମପୁରର ଦମ୍ପତି ତପସ୍ୱିନୀ-ଡାକ୍ତର ସୁମିତ  ବିବାଦ ମାମଲାରେ ପୁଣି  ଆସିଛି ଟ୍ୱିଷ୍ଟ । ଗତକାଲି ତପସ୍ୱିନୀଙ୍କ ସପକ୍ଷରେ  ବ୍ରହ୍ମପୁରର ଶହ ଶହ ମହିଳା ବାହାରି ସୁମିତଙ୍କ ଘରର ମୁଖ୍ୟ ଗେଟ୍‌ ଭାଙ୍ଗି ଦେଇଥିବା ବେଳେ ପୁଲିସ୍‌ ପକ୍ଷରୁ ଆଜି ଜାରି ହୋଇଛି ୧୪୪ ଧାରା। ନ୍ୟାୟ ଦାବିରେ ତପସ୍ୱିନୀ ଧାରଣାରେ ବସିବା ପରଠୁ ବ୍ରହ୍ମାନଗରସ୍ଥିତ ସୁମିତଙ୍କ ଘର ନିକଟରେ ଅସମ୍ଭବ ଗହଳି ଲାଗି ରହୁଛି। ଏଥିଯୋଗୁ ଟ୍ରାଫିକ ସମସ୍ୟା ମଧ୍ୟ ଲାଗି ରହୁଛି। […]

ଅଦ୍ୟତନ ହୋଇଛି
ତପସ୍ୱିନୀଙ୍କ ଶ୍ୱଶୁର ଘର ଆଗରେ ଗହଳି ମନା, ଲାଗୁ ହେଲା ୧୪୪ ଧାରା

police

Advertisment

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ବ୍ରହ୍ମପୁରର ଦମ୍ପତି ତପସ୍ୱିନୀ-ଡାକ୍ତର ସୁମିତ  ବିବାଦ ମାମଲାରେ ପୁଣି  ଆସିଛି ଟ୍ୱିଷ୍ଟ । ଗତକାଲି ତପସ୍ୱିନୀଙ୍କ ସପକ୍ଷରେ  ବ୍ରହ୍ମପୁରର ଶହ ଶହ ମହିଳା ବାହାରି ସୁମିତଙ୍କ ଘରର ମୁଖ୍ୟ ଗେଟ୍‌ ଭାଙ୍ଗି ଦେଇଥିବା ବେଳେ ପୁଲିସ୍‌ ପକ୍ଷରୁ ଆଜି ଜାରି ହୋଇଛି ୧୪୪ ଧାରା।

Advertisment

ନ୍ୟାୟ ଦାବିରେ ତପସ୍ୱିନୀ ଧାରଣାରେ ବସିବା ପରଠୁ ବ୍ରହ୍ମାନଗରସ୍ଥିତ ସୁମିତଙ୍କ ଘର ନିକଟରେ ଅସମ୍ଭବ ଗହଳି ଲାଗି ରହୁଛି। ଏଥିଯୋଗୁ ଟ୍ରାଫିକ ସମସ୍ୟା ମଧ୍ୟ ଲାଗି ରହୁଛି। ତେଣୁ ଏପରି ସ୍ଥିତିକୁ ଏଡ଼ାଇବା ପାଇଁ  ସୁମିତଙ୍କ ଘର ନିକଟ ଅଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୪୪ ଧାରା ଲାଗୁ କରାଯାଇଥିବା ପୁଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି।  ଫଳରେ ତପସ୍ୱିନୀଙ୍କ ଶ୍ୱଶୁର ଘର ଆଗରେ ୨ ସେକ୍ସନ ପୁଲିସ୍‌ ମୁତୟନ ହୋଇଛନ୍ତି। ୧୪୪ ଧାରା ଲାଗୁ ହେବା ପରେ ସମ୍ପୃକ୍ତ ଅଞ୍ଚଳରେ ବ୍ୟାରିକେଟ କରାଯାଇଛି। କେବଳ ଘର ନିକଟରେ ଥିବା ଏକ ଘରୋଇ ହସ୍ପିଟାଲକୁ ଲୋକଙ୍କୁ ଯାଞ୍ଚ କରି ଛଡ଼ା ଯାଉଛି।

ହେଲେ ବିନା କୌଣସି ସୂଚନାରେ ୧୪୪ ଧାରା ଲାଗୁକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସମାଜସେବୀ ପ୍ରମିଳା ତ୍ରିପାଠୀ । ମାଜିଷ୍ଟ୍ରେଟ ଆସି ନୋଟିସ ଲଗାଇଥିଲେ ଆମେ ଜାଣିଥାନ୍ତୁ। ହେଲେ ଅଚାନକ ପୁଲିସ୍‌ ଏପରି ପଦକ୍ଷେପ ନେବାରୁ ଆମେ ବହୁତ ହଇରାଣ ହେବୁ ବୋଲି ସେ କହିଛନ୍ତି।

Advertisment

[caption id="attachment_700494" align="aligncenter" width="650"]tawaswini ଶ୍ୱଶୁର ଘର ବାରଣ୍ଡାରେ ତପସ୍ୱିନୀ ଓ ପ୍ରମିଳା।[/caption]

ଗତକାଲି ପୁଲିସ୍ ଉପସ୍ଥିତି ସତ୍ତ୍ୱେ ଶତାଧିକ ମହିଳା ଡାକ୍ତର ସୁମିତ ସାହୁଙ୍କ ବ୍ରହ୍ମାନଗରସ୍ଥିତ ଘରର ଗେଟ୍ ଭାଙ୍ଗି ଦେଇଥିଲେ। ଏଥିଯୋଗୁ ଉତ୍ତ୍ୟକ୍ତ ମହିଳା ପୁଲିସ୍‌ ସହ ମୁହାଁମୁହିଁ ହୋଇଥିଲେ ।  ଏହା ପରେ ସେମାନେ ଘରର ଅନ୍ୟ ଏକ ଫାଟକକୁ ଭାଙ୍ଗିବାକୁ ପ୍ରୟାସ କରିଥିଲେ। କିନ୍ତୁ ପୁଲିସ୍  ସମସ୍ତଙ୍କୁ ଘଉଡ଼ାଇ ଦେଇଥିଲା। ମହିଳାମାନେ ଗେଟ୍ ଭାଙ୍ଗି ଦେବା ପରେ ତପସ୍ୱିନୀ ଅସ୍ଥାୟୀ ଟେଣ୍ଟ ଭାଙ୍ଗି ବାରଣ୍ଡାକୁ ଚାଲି ଯାଇଛନ୍ତି।

Dr.Sumit- Tapaswini Family Conflict
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe