ଟୁଇନ୍ ସିଟିରେ ୧୪୪ ଧାରା, ଆପାର୍ଟମେଣ୍ଟବାସୀ ବି ରୁହନ୍ତୁ ସତର୍କ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆବର୍ଷକୁ ଦୃଷ୍ଟିରେ ରଖି ରାଜ୍ୟରେ ଲାଗୁ ହୋଇଛି ପୁଣି କରୋନା କଟକଣା। ଜିରୋନାଇଟ ଭିଡ଼ ଏଡାଇବା ପାଇଁ ଟୁଇନ ସିଟି ଭୁବନେଶ୍ୱର ଏବଂ କଟକରେ ୧୪୪ ଧାରା ଜାରି କରାଯାଇଛି । ଆଜି ରାତିରୁ ଏହା ଲାଗୁ ହେବା ନେଇ ସମ୍ବାଦିକ ସମ୍ମିନଳୀରେ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି । ଏହି ସମୟରେ ଦୋକାନ ବଜାର ବନ୍ଦ ରହିବ । ତେବେ ଅତ୍ୟାବଶ୍ୟକ ସେବା ଜାରି ରହିବ । ଡାକ୍ତରୀ ସେବା […]

police-commissionarate-1

police-commissionarate-1

Madhupriya Mistry
  • Published: Thursday, 31 December 2020
  • Updated: 31 December 2020, 01:43 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆବର୍ଷକୁ ଦୃଷ୍ଟିରେ ରଖି ରାଜ୍ୟରେ ଲାଗୁ ହୋଇଛି ପୁଣି କରୋନା କଟକଣା। ଜିରୋନାଇଟ ଭିଡ଼ ଏଡାଇବା ପାଇଁ ଟୁଇନ ସିଟି ଭୁବନେଶ୍ୱର ଏବଂ କଟକରେ ୧୪୪ ଧାରା ଜାରି କରାଯାଇଛି । ଆଜି ରାତିରୁ ଏହା ଲାଗୁ ହେବା ନେଇ ସମ୍ବାଦିକ ସମ୍ମିନଳୀରେ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି ।

ଏହି ସମୟରେ ଦୋକାନ ବଜାର ବନ୍ଦ ରହିବ । ତେବେ ଅତ୍ୟାବଶ୍ୟକ ସେବା ଜାରି ରହିବ । ଡାକ୍ତରୀ ସେବା ଏବଂ ଔଷଧ ଦୋକାନକୁ ଛାଡି ଦେଲେ ଅନ୍ୟ ସବୁ ଦୋକାନ ରାତି ୯ଟା ସୁଦ୍ଧା ବନ୍ଦ ହେବ । ହୋଟେଲଗୁଡିକ ମଧ୍ୟ ବନ୍ଦ ରଖିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଏପରିକି ଟୁଇନସିଟିରେ ଭୋଜି ଭାତକୁ ମଧ୍ୟ ବାରଣ ହୋଇଛି । ଆପର୍ଟମେଣ୍ଟ ଏବଂ ରସିଡେନ୍ସିଆଲ ଏରିଆରେ ଭୋଜି କରିବାକୁ ମନା ହୋଇଛି । ଗୋଟିଏ ସ୍ଥାନରେ ଅତ୍ୟଧିକ ଲୋଭ ଭିଡ ଜମାଇ ପାରିବେ ନାହିଁ । ଯେଉଁମାନେ କଟକଣା ମାନିବେ ନାହିଁ ସେମାନଙ୍କ ନୂଆବର୍ଷ ଥାନାରେ କଟିବ ବୋଲି କଡା ଭାଷାରେ ସିପି କହିଛନ୍ତି ।

ଯାତାୟତ ଉପରେ ମଧ୍ୟ କଟକଣା ଜାରି ହୋଇଛି । ୧୦ଟା ଭିତରେ ସମସ୍ତେ ଘରକୁ ଫେରିବାକୁ ପୁଲିସ କମିଶନର ଅନୁରୋଧ କରିଛନ୍ତି । ଅତି ଜରୁରୀ ନଥିଲେ ଘରୁ ବାହାରକୁ ନବାହାରିବା ପାଇଁ ପରାମର୍ଶ ଦେଇଛନ୍ତି । ଅନୁମତି ନଥିବା ଲୋକଙ୍କୁ ଆଗକୁ ଯିବାକୁ ଦିଆଯିବ ନାହିଁ । ଟୁଇନ ସିଟିରେ ବିଭିନ୍ନ ସ୍ଥାନରେ ଚେକ ପୋଷ୍ଟ ଲାଗିବ । କଟକ ଭୁବନେଶ୍ୱରରେ ପ୍ରାୟ ୪୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହିବେ ବୋଲି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଆଜି ପ୍ରେସମିଟରେ କହିଛନ୍ତି ।

ଅନ୍ୟପକ୍ଷରେ ଆଜି ଏସ୍‌ଆରସି ପ୍ରଦୀପ ଜେନା ସାରା ରାଜ୍ୟରେ ନାଇଟ କର୍ଫ୍ୟୁ ଜାରି ହେବ ବୋଲି ସୂଚନା ଦେଇଛନ୍ତି । ଆଜି ରାତି ୧୦ରୁ ସକାଳ ୫ଟାଯାଏଁ ଏହି କର୍ଫ୍ୟୁ ଜାରି ରହିବ । ଏଥିସହ ଅଫିସ ଗୁଡିକରେ ଏକାଠି ହୋଇ ନୂଆବର୍ଷ ଶୁଭେଚ୍ଛା ନ ଜଣାଇବାକୁ ସେ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos