Advertisment

ଧାମନଗରରେ ଲାଗିଲା ୧୪୪ ଧାରା

ଭଦ୍ରକ (ଓଡ଼ିଶା ରିପୋର୍ଟର): ଏନ୍‌ଏସି ନିର୍ବାଚନ ପାଇଁ ପୁନଃମତଦାନ ଶେଷ ହେବା ପରେ ଭଦ୍ରକ ଜିଲ୍ଲା ଧାମନଗରରେ ଜାରି ହୋଇଛି ୧୪୪ ଧାରା। ଆଜି ରାତି ୯ଟାରୁ ୭ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଏଠାରେ ୧୪୪ ଧାରା ଜାରି କରାଯାଇଛି। ଆସନ୍ତାକାଲି ଭୋଟ୍ ଗଣତି ଥିବାରୁ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ଭଦ୍ରକ ଉପଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି। ଧାମନଗର କଲ୍ୟାଣ ମଣ୍ଡପରେ ଭୋଟ୍‌ ଗଣତି କେନ୍ଦ୍ର କରାଯାଇଥିବା ବେଳେ ତା’ନିକଟକୁ କୌଣସି ୪ ଚକିଆ […]

ଧାମନଗରରେ ଲାଗିଲା ୧୪୪ ଧାରା

BOOTH

Advertisment

ଭଦ୍ରକ (ଓଡ଼ିଶା ରିପୋର୍ଟର): ଏନ୍‌ଏସି ନିର୍ବାଚନ ପାଇଁ ପୁନଃମତଦାନ ଶେଷ ହେବା ପରେ ଭଦ୍ରକ ଜିଲ୍ଲା ଧାମନଗରରେ ଜାରି ହୋଇଛି ୧୪୪ ଧାରା। ଆଜି ରାତି ୯ଟାରୁ ୭ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଏଠାରେ ୧୪୪ ଧାରା ଜାରି କରାଯାଇଛି। ଆସନ୍ତାକାଲି ଭୋଟ୍ ଗଣତି ଥିବାରୁ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ଭଦ୍ରକ ଉପଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି। ଧାମନଗର କଲ୍ୟାଣ ମଣ୍ଡପରେ ଭୋଟ୍‌ ଗଣତି କେନ୍ଦ୍ର କରାଯାଇଥିବା ବେଳେ ତା’ନିକଟକୁ କୌଣସି ୪ ଚକିଆ ଯାନ ଯାଇପାରିବ ନାହିଁ ବୋଲି ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ହିଂସାକାଣ୍ଡ ଓ ଗଣ୍ଡଗୋଳ ଯୋଗୁ ମାର୍ଚ୍ଚ ୨୪ ତାରିଖରେ ଧାମନଗର ଏନ୍‌ଏସିର ୬ଟି ବୁଥ୍‌ରେ ମତଦାନ ବାଧାପ୍ରାପ୍ତ ହୋଇଥିଲା। ତେଣୁ ଅନ୍ୟ ସମସ୍ତ ୱାର୍ଡର ତଥା ଏନ୍‌ଏସି ଅଧ୍ୟକ୍ଷ ପଦ ପାଇଁ ଗ୍ରହଣ କରାଯାଇଥିବା ଭୋଟ୍‌ର ଗଣତିକୁ ବନ୍ଦ କରାଯାଇଥିଲା। ତା’ ସହିତ ଏହି ୬ଟି ୱାର୍ଡରେ ପୁନଃମତଦାନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଥିଲା। ଆଜି ଏଠାରେ ଶାନ୍ତିଶୃଙ୍ଖଳାର ସହିତ ମତଦାନ ଶେଷ ହୋଇଥିବା ନେଇ ଭଦ୍ରକ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି। ୭୨% ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିଥିବା ସେ କହିଛନ୍ତି। ଆସନ୍ତାକାଲି ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ।

ସୂଚନାଯୋଗ୍ୟ, ଧାମନଗର ଏନ୍‌ଏସିର ୨ ନମ୍ବର ୱାର୍ଡର ୩ ନଂ ବୁଥ୍, ୫ ନମ୍ବର ୱାର୍ଡର ୮ ଓ ୯, ୯ ନମ୍ବର ୱାର୍ଡର ୧୬, ୧୦ ନମ୍ବର ୱାର୍ଡର ୧୭ ଓ ୧୮ ନମ୍ବର ବୁଥ୍‌ରେ ଆଜି ପୁନଃମତଦାନ ହୋଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe