ପୁରୀ(ଓଡିଶା ରିପୋର୍ଟର): ଜଳେଶ୍ୱରରୁରୁ ପୁରୀକୁ ଚାଲାଣ ହେଉଥିଲା ବ୍ରାଉନସୁଗର। ଖବର ପାଇ ପୁରୀ ମଙ୍ଗଳାଘାଟ ଛକରେଗାଡି ଚେକିଂ କରୁଥିବା ବେଳେ ପୁଲିସ୍ ଜବତ କଲା ୧୫ ଗ୍ରାମ ବ୍ରାଉନସୁଗାର। ଏଥିସହ ବ୍ରାଉନସୁଗାର ଚାଲାଣ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି।
ପୁରୀ ମଙ୍ଗଳାଘାଟ ଛକରେ ଗାଡି ଚେକିଂ କରୁଥିବା ସମୟରେ ଦୁଇ ଜଣ ବ୍ରାଉନସୁଗର ବେପାରୀ ଓ ଜଣେ ମହିଳାଙ୍କୁ ଗିରଫ କରିଛି ବାସେଳୀସାହି ଥାନା ପୁଲିସ୍ । ସେମାନେ ହେଲେ ପୁରୀ ସଦରଥାନା ଖଣ୍ଡିଆବନ୍ଧର ନୃସିଂହ ମଲ୍ଲିକ, କୁମ୍ଭାରପଡା ଥାନା ନରେନ୍ଦ୍ର କୋଣର ସନ୍ତୋଷୀ ନାୟକ ଓ ବାସେଳୀସାହି ଥାନା ଅଞ୍ଚଳର ଜୟନ୍ତୀ ଭୋଇ।
ସେମାନଙ୍କ ନିକଟରୁ ପଲିଥିନ ଭିତରେ ପ୍ୟାକିଂ ଥିବା ୧୫ ଗ୍ରାମ୍ ବ୍ରାଉନସୁଗର, ନଗଦ ୫୧୦୦ ଟଙ୍କା, ଗୋଟିଏ ମୋବାଇଲ ଓ ଗୋଟିଏ ଦାମୀ ବାଇକ୍ ଜବତ କରିଛି ପୁଲିସ।
ସୂଚନା ଅନୁସାରେ, ବାସେଳୀସାହି ଥାନା ପୁଲିସ୍ ହରେକୃଷ୍ଣପୁରରୁ ମଙ୍ଗଳାଘାଟ ଛକ ଆଡକୁ ଆସୁଥିବା ଜଣେ ଯୁବକ ଓ ଜଣେ ଯୁବତୀଙ୍କ ଗାଡି ଚେକ୍ କରିବା ସମୟରେ ସେମାନଙ୍କ ପାଖରେ ୧୫ ଗ୍ରାମ ବ୍ରାଉନସୁଗାର ଥିବା ଜାଣିବାକୁ ପାଇଥିଲା। ଜୟନ୍ତୀ ବ୍ରାଉନସୁଗର ଯୋଗାଇ ଦେଉଥିବା ଜଣାପଡ଼ିବା ପରେ ପୁଲିସ ତାଙ୍କୁ ମଧ୍ୟ ଗିରଫ କରିଥିଲା। ଜଳେଶ୍ୱରରୁ ଏହି ବ୍ରାଉନସୁଗାର ଆସିଥିବା ଜଣାପଡିଛି।