Advertisment

ଘାଟିରୁ ଖସିଲା ବସ୍‌

ବାଲିଗୁଡ଼ା (ଅଜିତ ନାୟକ): ଘାଟିରୁ ଖସିଗଲା ବସ୍‌। ଏଥିରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଋତୁଙ୍ଗିଆ ନିକଟ ଗଣ୍ଡମୁଣ୍ଡା ଘାଟିରେ। ଆଜି ଅପରାହ୍ଣ ପ୍ରାୟ ୫ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଓମ୍ ଭବାନୀ ନାମକ ଏହି ଘରୋଇ ବସ୍‌ଟି ଆଜି ବାଲିଗୁଡ଼ାରୁ ବୁଡ଼ାଗୁଡ଼ା ଅଭିମୁଖେ ଯାଉଥିଲା। ବସ୍‌ରେ ପ୍ରାୟ ୩୦ ଜଣ ଯାତ୍ରୀ ଥିଲେ। ଗଣ୍ଡମୁଣ୍ଡା ଘାଟିରେ ଏହା ପ୍ରାୟ ୧୫ ଫୁଟ୍ ତଳକୁ ଖସି ପଡ଼ିଥିଲା। […]

author-image
Jitendra Garnayak
ଅଦ୍ୟତନ ହୋଇଛି
ଘାଟିରୁ ଖସିଲା ବସ୍‌

Accident

ବାଲିଗୁଡ଼ା (ଅଜିତ ନାୟକ): ଘାଟିରୁ ଖସିଗଲା ବସ୍‌। ଏଥିରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ଘଟିଛି କନ୍ଧମାଳଜିଲ୍ଲା ଋତୁଙ୍ଗିଆ ନିକଟ ଗଣ୍ଡମୁଣ୍ଡା ଘାଟିରେ।

Advertisment

ଆଜି ଅପରାହ୍ଣ ପ୍ରାୟ ୫ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଓମ୍ ଭବାନୀ ନାମକ ଏହି ଘରୋଇ ବସ୍‌ଟି ଆଜି ବାଲିଗୁଡ଼ାରୁ ବୁଡ଼ାଗୁଡ଼ା ଅଭିମୁଖେ ଯାଉଥିଲା। ବସ୍‌ରେ ପ୍ରାୟ ୩୦ ଜଣ ଯାତ୍ରୀ ଥିଲେ। ଗଣ୍ଡମୁଣ୍ଡା ଘାଟିରେ ଏହା ପ୍ରାୟ ୧୫ ଫୁଟ୍ ତଳକୁ ଖସି ପଡ଼ିଥିଲା। ବସ୍‌ଟି ସଂପୂର୍ଣ୍ଣ ଓଲଟି ପଡ଼ିଥିବା ବେଳେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।

ଆହତମାନଙ୍କୁ ବାଲିଗୁଡା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରେ ୫ ଜଣ ଶିଶୁ ଅଛନ୍ତି। ସେହିପରି ପ୍ରାଥମିକ ଚିକିତ୍ସା ପରେ ୩ ଜଣଙ୍କୁ ଫୁଲବାଣୀ ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Advertisment

କେଉଁ ପରିସ୍ଥିତିରେ ଓ କିଭଳି ବସ୍‌ଟି ଘାଟିରୁ ଖସିପଡ଼ିଲା, ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି। ଭାରସାମ୍ୟ ହରାଇ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିବା ଅନୁମାନ କରାଯାଉଛି।

Accident Roadaccident