Advertisment

ଆନ୍ଧ୍ରରୁ ଓଡ଼ିଶା ଚାଲାଣ ହେଉଥିଲେ ୧୫ ମାଙ୍କଡ, ମାଡ଼ି ବସିଲା ବନ ବିଭାଗ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ଜରଡ଼ା ଅଞ୍ଚଳରୁ ୧୦ଟି ମୃତ ମାଙ୍କଡ ସହ ୫ଟି ଜୀବନ୍ତ ଉଦ୍ଧାର କରାଯାଇଛି। ଆନ୍ଧ୍ରରୁ ଓଡ଼ିଶାକୁ ଚଳାଣ ବେଳେ ବ୍ରହ୍ମପୁର  ବନ ବିଭାଗ ଚଢ଼ାଉ କରି ଏହି ମାଙ୍କଡ଼ ଗୁଡ଼ିକୁ ଉଦ୍ଧାର କରିଛି। ଏହି ଘଟଣାରେ ୨ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ପଶ୍ଚିମ ଗୋଦାବରୀ ଜିଲ୍ଲାର ଚଞ୍ଚଳ କଲୋନୀର ରମେଶ ସିଂ ଓ  ଶ୍ରୀକାକୁଲାମ ର ପି. ନାଗରାଜୁ। ଗତ ୩୦ ତାରିଖ ଦିନ ସକାଳେ ଆନ୍ଧ୍ରର ଭୈରବ ଅଞ୍ଚଳରୁ […]

author-image
Tapaswini Nayak
ଅଦ୍ୟତନ ହୋଇଛି
ଆନ୍ଧ୍ରରୁ ଓଡ଼ିଶା ଚାଲାଣ ହେଉଥିଲେ ୧୫ ମାଙ୍କଡ, ମାଡ଼ି ବସିଲା ବନ ବିଭାଗ

monkey

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ଜରଡ଼ା ଅଞ୍ଚଳରୁ ୧୦ଟି ମୃତ ମାଙ୍କଡ ସହ ୫ଟି ଜୀବନ୍ତ ଉଦ୍ଧାର କରାଯାଇଛି। ଆନ୍ଧ୍ରରୁ ଓଡ଼ିଶାକୁ ଚଳାଣ ବେଳେ ବ୍ରହ୍ମପୁର  ବନ ବିଭାଗ ଚଢ଼ାଉ କରି ଏହି ମାଙ୍କଡ଼ ଗୁଡ଼ିକୁ ଉଦ୍ଧାର କରିଛି। ଏହି ଘଟଣାରେ ୨ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ପଶ୍ଚିମ ଗୋଦାବରୀ ଜିଲ୍ଲାର ଚଞ୍ଚଳ କଲୋନୀର ରମେଶ ସିଂ ଓ  ଶ୍ରୀକାକୁଲାମ ର ପି. ନାଗରାଜୁ।

Advertisment

ଗତ ୩୦ ତାରିଖ ଦିନ ସକାଳେ ଆନ୍ଧ୍ରର ଭୈରବ ଅଞ୍ଚଳରୁ ୮ଟି ବସ୍ତାରେ ମାଙ୍କଡ ଗୁଡ଼ିକ ପୁରାଇ ଏକ ଡାଲା ଅଟୋରେ ଓଡ଼ିଶା ଚାଲାଣ ହେଉଥିଲା।  ବନ ବିଭାଗ କୌଣସି ସୂତ୍ରରୁ ଏନେଇ  ଖବର ପାଇଥିଲା। ପରେ ବନ ବିଭାଗ ମାଙ୍କଡ଼ ଗୁଡ଼ିକୁ ଉଦ୍ଧାର କରିବାକୁ ଯୋଜନା କରିଥିଲା। ଜରଡ଼ା ଅଞ୍ଚଳରେ ବନ ବିଭାଗର କର୍ମଚାରୀ ଛପି ରହିଥିଲେ। ରାତି ପ୍ରାୟ ୧୨ଟା ସମୟରେ ଗାଡ଼ିଟି ଜରଡ଼ା ଦେଇ ଅତିକ୍ରମ କଲା ବେଳେ ବନ ବିଭାଗ କର୍ମଚାରୀ ଅଟୋକୁ ଅଟକାଇଥିଲେ।  ଅଟୋ ଯାଞ୍ଚ କଲା ବେଳେ ୮ଟି ବସ୍ତାରେ ୧୫ଟି ମାଙ୍କଡ଼ ବାହାରିଥିଲେ। ୧୫ଟି ମାଙ୍କଡରୁ ଓ  ୧୦ଟି ମାଙ୍କଡ଼ର ମୃତ୍ୟୁ ଘଟିଥିବା ବେଳେ ୫ଟିର ଜୀବନ୍ତ ଥିଲେ। ଜୀବନ୍ତ ମାଙ୍କଡ଼କୁ ବନ ବିଭାଗ ଜଙ୍ଗଲରେ ଛାଡ଼ି ଦେଇଥିଲେ। ଏହି ଘଟଣାରେ ରମେଶ ସିଂ  ଓ ନାଗରାଜୁଙ୍କୁ ବନ ବିଭାଗ ଗିରଫ କରି  କୋର୍ଟ ଚାଲାଣ କରିଥିଲା।

ଏହି ମାଙ୍କଡ଼ ଗୁଡ଼ିକ ଆନ୍ଧ୍ରର ଭୈରବପୁରରେ ଉପଦ୍ରବ କରୁଥିଲେ। ସେମାନଙ୍କୁ ଧରି ତୁମ୍ବା ଜଙ୍ଗଲରେ ଛାଡ଼ିବା ପାଇ ଅଣାଯାଇଥିଲା ବୋଲି ଅଭିଯୁକ୍ତମାନେ କହିଛନ୍ତି।   ଘଟଣାର ଅଧିକ ତଦନ୍ତ ପାଇଁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବ ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ଡିଏଫଓ ଅମ୍ଲାନ ନାୟକ।।

Advertisment