Advertisment

ତେଲେଙ୍ଗାନାରୁ ଓଡ଼ିଆ ଦାଦନ ଶ୍ରମିକ ଉଦ୍ଧାର

ରାୟଗଡ଼ା(ମନୋଜ ପାତ୍ର):ତେଲେଙ୍ଗାନାର ଏକ ଇଟାଭାଟିରେ କାମ କରିବାକୁ ଯାଇ ନିର୍ଯାତିତ ହେଉଥିବା ୧୫ ଜଣ ଓଡ଼ିଆ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଏମାନଙ୍କ ମଧ୍ୟରେ ୮ ଜଣ ପୁରୁଷ ଓ ୭ ଜଣ ମହିଳା ଅଛନ୍ତି। ଉଦ୍ଧାର ହୋଇଥିବା ସମସ୍ତ ଶ୍ରମିକଙ୍କ ଘର ବଲାଙ୍ଗିର ଜିଲ୍ଲାରେ ବୋଲି ଜଣାପଡ଼ିଛି। ଶ୍ରମିକମାନେ ତେଲେଙ୍ଗାନାର ପାଇଡ଼ାପାଲି ଜିଲ୍ଲାର କାର୍ଲାଚିଲ୍ଲାରେ ଏକ ଇଟାଭାଟିରେ କାମ କରୁଥିଲେ। ଇଟାଭାଟି ମାଲିକ ଏମାନଙ୍କୁ ସେଠାରେ ନିର୍ଯାତନା ଦେଉଥିଲା। ଏନେଇ ଖବର ପାଇ  ଆଇ.ଏଚ୍‌.ଆର୍.ସି (ଇଣ୍ଟରନେସ୍‌ନାଲ୍ […]

ଅଦ୍ୟତନ ହୋଇଛି
ତେଲେଙ୍ଗାନାରୁ ଓଡ଼ିଆ ଦାଦନ ଶ୍ରମିକ ଉଦ୍ଧାର

rayagada-12

Advertisment

ରାୟଗଡ଼ା(ମନୋଜ ପାତ୍ର):ତେଲେଙ୍ଗାନାର ଏକ ଇଟାଭାଟିରେ କାମ କରିବାକୁ ଯାଇ ନିର୍ଯାତିତ ହେଉଥିବା ୧୫ ଜଣ ଓଡ଼ିଆ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଏମାନଙ୍କ ମଧ୍ୟରେ ୮ ଜଣ ପୁରୁଷ ଓ ୭ ଜଣ ମହିଳା ଅଛନ୍ତି। ଉଦ୍ଧାର ହୋଇଥିବା ସମସ୍ତ ଶ୍ରମିକଙ୍କ ଘର ବଲାଙ୍ଗିର ଜିଲ୍ଲାରେ ବୋଲି ଜଣାପଡ଼ିଛି।

Advertisment

ଶ୍ରମିକମାନେ ତେଲେଙ୍ଗାନାର ପାଇଡ଼ାପାଲି ଜିଲ୍ଲାର କାର୍ଲାଚିଲ୍ଲାରେ ଏକ ଇଟାଭାଟିରେ କାମ କରୁଥିଲେ। ଇଟାଭାଟି ମାଲିକ ଏମାନଙ୍କୁ ସେଠାରେ ନିର୍ଯାତନା ଦେଉଥିଲା। ଏନେଇ ଖବର ପାଇ  ଆଇ.ଏଚ୍‌.ଆର୍.ସି (ଇଣ୍ଟରନେସ୍‌ନାଲ୍ ହ୍ୟୁମନ୍ ରାଇଟ୍‌ କମିଶନ) ଚଢ଼ଉ କରି ଶ୍ରମିକମାନଙ୍କୁ ଉଦ୍ଧାର କରି ଓଡ଼ିଶା ପଠାଇଛି।

ଗତକାଲି ରାତିରେ ଶ୍ରମିକମାନେ ଟ୍ରେନ୍‌ ଯୋଗେ ରାୟଗଡ଼ାରେ ଆସି ପହଞ୍ଚିଥିଲେ। ଏହାପରେ ସେମାନଙ୍କୁ ଶ୍ରମ ବିଭାଗ ପକ୍ଷରୁ ଷ୍ଟେସନ୍‌ରେ ରଖାଯାଇଛି। ଆଜି ସେମାନଙ୍କୁ ବଲାଙ୍ଗିର ପଠାଯିବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe