bhanja
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ବର୍ଷାରେ ବେହାଲ ହୋଇଛି ଦକ୍ଷିଣ ଓଡ଼ିଶା। କୋରାପୁଟ, ରାୟଗଡ଼ା ଓ ଗଂଜାମ ଜିଲ୍ଲାରେ ପ୍ରବଳ ବର୍ଷା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକ ଆଙ୍କୁଲି ପଞ୍ଚାୟତରେ ପାହାଡ଼ ଧସିବାରୁ ତଡ଼କାହା ଓ ଚରିଆବାଡ଼ ମଧ୍ୟରେ ଯାତାୟାତ ବନ୍ଦ ରହିଛି।
/odisha-reporter/media/post_attachments/wp-content/uploads/2020/10/bhanja-2.jpg)
ବର୍ଷା ଯୋଗୁ ବାଘଲଟି ପ୍ରକଳ୍ପ ପାଣିରେ ଜଳମଗ୍ନ ହୋଇଛି। ବୁରାତାଲ ପଞ୍ଚାୟତର ୫ ଗାଁ ଓ ସୋରଡ଼ା ବ୍ଲକ ଗୋକୁଳପୁରରେ ଏକ ପୋଲ ଭାସିଯିବାରୁ ୧୫ଟି ଗାଁ ବିଚ୍ଛିନ୍ନ ହୋଇଛି। ଋଷିକୂଲ୍ୟା ଓ ଜରଉ ନଦୀରେ ଜଳସ୍ତର ବଢ଼ିଥିବାରୁ ତଳିଆ ଅଞ୍ଚଳରେ ପାଣି ପଶିବାର ଆଶଙ୍କା ରହିଛି। ରାୟଗଡ଼ା ଜିଲ୍ଲାରେ ବି ପ୍ରବଳ ବର୍ଷା ଯୋଗୁଁ ପ୍ରଶାସନ ସଜାଗ ଅଛି। ରାମନାଗୁଡ଼ାରେ ଏକ ଓଡ୍ରାଫ ଟିମ୍ ମୁତୟନ କରାଯାଇଛି ।.
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/10/bhanja.jpg)